ନବକଳେବର ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ:  ନବକଳେବର ପାଇଁ ନିର୍ମିତି ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପ୍ରଥମେ ପୁରୀ ଉପକଣ୍ଠ ମାଳତୀପାଟପୁରରେ ଅତ୍ୟାଧୁନିକ ବସ୍ ଟର୍ମିନାଲର ଉଦଘାଟନ କରିବା ପରେ ମାଳତୀପାଟପୁରରୁ ପୁରୀ-କୋଣାର୍କ ରୋଡକୁ ସଂଯୋଗ କରୁଥିବା ୭ କିଲୋମିଟର ଲମ୍ୱା ବାଇପାସ୍ ରୋଡ୍ ଓ ରୋଡ୍ ଓଭରବ୍ରିଜ୍ ଏବଂ ପୁରୀ ସହରର ପ୍ରବେଶ ପଥ ଅଠରନଳା ଉପରେ ନିର୍ମାଣ ହୋଇଥିବା ଦ୍ୱିତୀୟ ବ୍ରିଜର ମଧ୍ୟ ଉଦଘାଟନ କରିଥିଲେ। ତା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ […]

puri

Rakesh Mallick
  • Published: Saturday, 04 July 2015
  • , Updated: 04 July 2015, 08:03 AM IST

ପୁରୀ:  ନବକଳେବର ପାଇଁ ନିର୍ମିତି ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପ୍ରଥମେ ପୁରୀ ଉପକଣ୍ଠ ମାଳତୀପାଟପୁରରେ ଅତ୍ୟାଧୁନିକ ବସ୍ ଟର୍ମିନାଲର ଉଦଘାଟନ କରିବା ପରେ ମାଳତୀପାଟପୁରରୁ ପୁରୀ-କୋଣାର୍କ ରୋଡକୁ ସଂଯୋଗ କରୁଥିବା ୭ କିଲୋମିଟର ଲମ୍ୱା ବାଇପାସ୍ ରୋଡ୍ ଓ ରୋଡ୍ ଓଭରବ୍ରିଜ୍ ଏବଂ ପୁରୀ ସହରର ପ୍ରବେଶ ପଥ ଅଠରନଳା ଉପରେ ନିର୍ମାଣ ହୋଇଥିବା ଦ୍ୱିତୀୟ ବ୍ରିଜର ମଧ୍ୟ ଉଦଘାଟନ କରିଥିଲେ। ତା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମାଆ ଓ ଶିଶୁଙ୍କ ପାଇଁ ନିର୍ମିତ ସ୍ୱତନ୍ତ୍ର କୋଠା, ଗୋପବନ୍ଧୁ ଆୟୁର୍ବେଦ କଲେଜ୍ ଓ ଆଇଡି ହସ୍ପିଟାଲର ୨ଶହ ଶଯ୍ୟା ବିଶିଷ୍ଟ ଦୁଇଟି ବିଲ୍ଡିଂ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ପୁରୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମୋଟ ୧୦ଟି ପ୍ରକଳ୍ପ ଉଦଘାଟିତ ହୋଇଛି।

Related story