ନବରଙ୍ଗପୁର ବିଧାୟକ, ତାଙ୍କ ପତ୍ନୀଙ୍କୁ କରୋନା

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): କରୋନା କବଳରେ ରାଜ୍ୟର ଆଉ ଜଣେ ବିଧାୟକ। ସେ ହେଲେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ତାଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ। କିଛି ଦିନ ଦେଲା ସଦାଶିବଙ୍କ ନିକଟରେ କରୋନା ଲକ୍ଷଣ ଦେଖା ଯାଉଥିଲା। ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ସ୍ୱାମୀ-ସ୍ତ୍ରୀ କରୋନା ଟେଷ୍ଟ କରିଥିଲେ। ଟେଷ୍ଟ ପରେ ଉଭୟଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଛି। ଏବେ ସୁସ୍ଥ ଥିବା ଓ ହୋମ୍‌ ଆଇସୋଲେସନରେ ଥିବା କହିଛନ୍ତି ସଦାଶିବ। ୩-୪ ଦିନ […]

Nabarangpu--MLA-And-Wife-Test-Positive

Manoranjan Sial
  • Published: Wednesday, 09 September 2020
  • , Updated: 09 September 2020, 08:31 PM IST

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): କରୋନା କବଳରେ ରାଜ୍ୟର ଆଉ ଜଣେ ବିଧାୟକ। ସେ ହେଲେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ତାଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ। କିଛି ଦିନ ଦେଲା ସଦାଶିବଙ୍କ ନିକଟରେ କରୋନା ଲକ୍ଷଣ ଦେଖା ଯାଉଥିଲା। ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ସ୍ୱାମୀ-ସ୍ତ୍ରୀ କରୋନା ଟେଷ୍ଟ କରିଥିଲେ। ଟେଷ୍ଟ ପରେ ଉଭୟଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଛି। ଏବେ ସୁସ୍ଥ ଥିବା ଓ ହୋମ୍‌ ଆଇସୋଲେସନରେ ଥିବା କହିଛନ୍ତି ସଦାଶିବ। ୩-୪ ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, କରୋନା ଟେଷ୍ଟ କରିବାକୁ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ସଦାଶିବ।

ଆଗରୁ ନବରଙ୍ଗପୁର ସାଂସାଦ ରମେଶ ଚନ୍ଦ୍ର ମାଝୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ନବରଙ୍ଗପୁର ଜିଲ୍ଲାରେ ଏ ପର୍ଯ୍ୟନ୍ତ ମୋଟ୍‌ ୧ ହଜାର ୭୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୁସ୍ଥ ହେଲେଣି ୧ ହଜାର ୧୨୫। ଜିଲ୍ଲାରେ ଆକ୍ଟିଭ କେସ୍ ୬୨୨ ହୋଇଥିବା ବେଳେ ୫୧୧ ଜଣ ହୋମ୍ ଆଇସୋଲେସନରେ ଅଛନ୍ତି।

ସୂଚନାଯୋଗ୍ୟ, ଏବେସୁଦ୍ଧା ରାଜ୍ୟର ୪ଜଣ ମନ୍ତ୍ରୀ ଯଥା ସୁଶାନ୍ତ ସିଂ, ଅରୁଣ ସାହୁ, ପଦ୍ମିନୀ ଦିଆନ୍ ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ ଶ୍ରୀ ସିଂ ଏବେ କରୋନାମୁକ୍ତ ହୋଇଥିବା ଜଣାପଡ଼ିଛି।
ସେହିପରି ବିଧାୟକଙ୍କ ମଧ୍ୟରେ ବିଜେପି ବିଧାୟକ ସୁକାନ୍ତ ନାୟକ, ବିଜେଡି ବିଧାୟକ ପ୍ରଶାନ୍ତ ବେହେରା ଓ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନାରୁ ସୁସ୍ଥ ହୋଇଥିବାବେଳେ ବିଧାୟକ ପ୍ରଭୁ ଜାନି, ଭାଗିରଥୀ ସେଠୀ, ବିଷ୍ଣୁବ୍ରତ ରାଉତରାୟ, ସୁଶାନ୍ତ ରାଉତ, ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟ, ସୁଧାଂଶୁ ଶେଖର ପରିଡ଼ା, ଶ୍ରୀକାନ୍ତ ସାହୁ, ସୁନନ୍ଦା ଦାସ, ସଞ୍ଜିବ ମଲ୍ଲିକ, ଦେବୀପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ଜେନା, ପୀତମ ପାଢ଼ୀ ଓ ବିକ୍ରମ ପଣ୍ଡା ଏବେ ଗୃହ ସଙ୍ଗେରୋଧରେ ଚିକିତ୍ସାଧୀନ ଅଛନ୍ତି ।

Related story