ନବରଙ୍ଗପୁର: ପୁଣି ଦୁଇ ଶିଶୁଙ୍କୁ ଚେଙ୍କ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପୁଣି ଦୁଇ ଶିଶୁ କନ୍ୟାଙ୍କୁ ଚେଙ୍କ ଦିଆଯାଇଛି। ଏଥର ଚେଙ୍କର ଶିକାର ହୋଇଛନ୍ତି  ଜଣେ ୨୨ ଦିନର ଶିଶୁ ଓ ଆଉ ଜଣେ ୩୦ ଦିନର। ଦୁଇଶିଶୁଙ୍କୁ ନବରଙ୍ଗପୁର  ଜିଲ୍ଳାର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପାପଡ଼ାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଛେଳିପେଟା ଗାଁର ଦୁଇ ଶିଶୁ କନ୍ୟାଙ୍କୁ ଗତ ସୋମବାର ପେଟ ବ୍ୟଥା ହେବାରୁ ଦିଶାରୀ ସେମାନଙ୍କୁ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଚେଙ୍କ ଦେବା ପରେ ଶିଶୁର ମାତା-ପିତା ଡାକ୍ତରଖାନା ନେବାକୁ […]

chenka nabarangpur

Rakesh Mallick
  • Published: Friday, 18 March 2016
  • , Updated: 18 March 2016, 12:58 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପୁଣି ଦୁଇ ଶିଶୁ କନ୍ୟାଙ୍କୁ ଚେଙ୍କ ଦିଆଯାଇଛି। ଏଥର ଚେଙ୍କର ଶିକାର ହୋଇଛନ୍ତି  ଜଣେ ୨୨ ଦିନର ଶିଶୁ ଓ ଆଉ ଜଣେ ୩୦ ଦିନର। ଦୁଇଶିଶୁଙ୍କୁ ନବରଙ୍ଗପୁର  ଜିଲ୍ଳାର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପାପଡ଼ାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଛେଳିପେଟା ଗାଁର ଦୁଇ ଶିଶୁ କନ୍ୟାଙ୍କୁ ଗତ ସୋମବାର ପେଟ ବ୍ୟଥା ହେବାରୁ ଦିଶାରୀ ସେମାନଙ୍କୁ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଚେଙ୍କ ଦେବା ପରେ ଶିଶୁର ମାତା-ପିତା ଡାକ୍ତରଖାନା ନେବାକୁ ମନା କରିଥିଲେ। ତେବେ ଗାଁର ଏନ୍‌ଏମ୍‌ ପୁଷ୍ପଲତା ଗୋଚ୍ଛାୟତ ସେମାନଙ୍କୁ ବୁଝାସୁଝା କରି ମେଡିକାଲକୁ ଆଣିଥିଲେ।

ବର୍ତ୍ତମାନ ଦୁଇ ଶିଶୁ କନ୍ୟାଙ୍କ ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର ଧରଣୀ ରଞ୍ଜନ ଶତପଥୀ କହିଛନ୍ତି।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଚେଙ୍କ ଘଟଣାରେ ୬ଟି ଶିଶୁଙ୍କ ମୃତ୍ୟୁ ଘଟିଛି।

Related story