ନବରଙ୍ଗପୁରରେ ପୁଣି ଜଣେ ଶିଶୁକୁ ଚେଙ୍କ ଅଭିଯୋଗ

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖୁଣ୍ଟିଆଗୁଡ଼ା  ଗାଁର ଏକ ୨ ମାସର ଶିଶୁକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଶିଶୁଟିକୁ ଗୁରୁତର ଅବସ୍ଥାରେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଖୁଣ୍ଟିଆଗୁଡ଼ା ଗାଁର ଗୀତାଞ୍ଜଳି ହରିଜନ ତାଙ୍କ ଦୁଇ ମାସର ଶିଶୁ କ୍ଷୀର  ନ ଖାଇବା ଓ ପେଟରେ କଳାଶିରା  ଦେଖାଦେବାରୁ ତାକୁ  ଚେଙ୍କ ଦେଇଥିଲେ। ତେବେ ଶିଶୁଟିକୁ କିଏ ଚେଙ୍କ ଦେଇଛି ତାହା […]

chanka

Rakesh Mallick
  • Published: Friday, 24 June 2016
  • , Updated: 24 June 2016, 07:27 PM IST

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖୁଣ୍ଟିଆଗୁଡ଼ା  ଗାଁର ଏକ ୨ ମାସର ଶିଶୁକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଶିଶୁଟିକୁ ଗୁରୁତର ଅବସ୍ଥାରେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ଖୁଣ୍ଟିଆଗୁଡ଼ା ଗାଁର ଗୀତାଞ୍ଜଳି ହରିଜନ ତାଙ୍କ ଦୁଇ ମାସର ଶିଶୁ କ୍ଷୀର  ନ ଖାଇବା ଓ ପେଟରେ କଳାଶିରା  ଦେଖାଦେବାରୁ ତାକୁ  ଚେଙ୍କ ଦେଇଥିଲେ। ତେବେ ଶିଶୁଟିକୁ କିଏ ଚେଙ୍କ ଦେଇଛି ତାହା ଜଣାପଡ଼ିନାହିଁ। ଶିଶୁଟିର ଅବସ୍ଥାରେ ସୁଧାର ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାକୁ  ଡାକ୍ତର ପରାମର୍ଶ ଦେଇଛନ୍ତି।

ଡାକ୍ତର କିଶୋର ଚନ୍ଦ୍ର  ଦାସ କହିଛନ୍ତି, “ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଗତକାଲି ଶିଶୁଟିକୁ ଚେଙ୍କ ଦିଆଯାଇଛି। ଶିଶୁଟିର ଅବସ୍ଥାରେ ସୁଧାର ପାଇଁ ଆମେ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟର ଶିଶୁ ବିଶେଷଜ୍ଞଙ୍କ ପାଖକୁ ପଠାଇଛୁ।  ଶିଶୁଟିକୁ ୨୦ରୁ ୩୦ଟି ଚେଙ୍କ ଦିଅଯାଇଛି।”

Related story