ନବୀନ ସରକାରର ଚତୁର୍ଥ ପାଳିକୁ ଏକ ବର୍ଷ ପୂର୍ତ୍ତି : ସଚିବାଳୟରେ ମନ୍ତ୍ରୀପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି

ଭୁବନେଶ୍ୱର: ନବୀନ ସରକାରର ଚତୁର୍ଥ ପାଳିକୁ ଆଜି ବର୍ଷେ ପୁରଛି। ବର୍ଷକରେ କଣ ରହିଛି ସରକାରର ସଫଳତା ଓ ବିଫଳତା ସନେଇ ଆଲୋଚନା କରାଯିବ। ବିଫଳତା ଓ ସଫଳତାର ହିସାବ ନିକାଶର କରିବେ ନବୀନ ସରକାର। ଏସବୁ ଭିତରେ ଆଜି ରାଜ୍ୟ ମନ୍ତ୍ରୀ ପରିଷଦର ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଅପରାହ୍ନରେ ରାଜ୍ୟ ସଚ଼ିବାଳୟରେ ବସିବାକୁ ଥିବା ଏହି ବୈଠକରେ ବିଜେଡି ସରକାର ଗତ ସାଧାରଣ ନିର୍ବାଚନ ବେଳେ ଜାରି ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି କେତେ […]

nabin pattanayak

Rakesh Mallick
  • Published: Thursday, 21 May 2015
  • , Updated: 21 May 2015, 05:49 AM IST

ଭୁବନେଶ୍ୱର: ନବୀନ ସରକାରର ଚତୁର୍ଥ ପାଳିକୁ ଆଜି ବର୍ଷେ ପୁରଛି। ବର୍ଷକରେ କଣ ରହିଛି ସରକାରର ସଫଳତା ଓ ବିଫଳତା ସନେଇ ଆଲୋଚନା କରାଯିବ। ବିଫଳତା ଓ ସଫଳତାର ହିସାବ ନିକାଶର କରିବେ ନବୀନ ସରକାର। ଏସବୁ ଭିତରେ ଆଜି ରାଜ୍ୟ ମନ୍ତ୍ରୀ ପରିଷଦର ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଅପରାହ୍ନରେ ରାଜ୍ୟ ସଚ଼ିବାଳୟରେ ବସିବାକୁ ଥିବା ଏହି ବୈଠକରେ ବିଜେଡି ସରକାର ଗତ ସାଧାରଣ ନିର୍ବାଚନ ବେଳେ ଜାରି ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି ସେନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି କୁହାଯାଉଛି। ଏନେଇ ଗତ ମଙ୍ଗଳବାର ନବୀନ ସମସ୍ତ ମନ୍ତ୍ରୀମାନଙ୍କୁ ଜାରି କରିଥିବା ଏହି ନୋଟ୍ସିଟରେ ଇସ୍ତାହାରର ପ୍ରତିଶ୍ରୁତି ପୂରଣ ଦିଗରେ କଣ କରାଯାଇଛି। ସେ ନେଇ ତଥ୍ୟ ଦେବାକୁ ନିଦ୍ଦେର୍ଶ ଦେଇଥିଲେ। ଯଦିଓ ଏବେ ବିଭାଗର ପ୍ରଦର୍ଶନ ନେଇ ମନ୍ତ୍ରିମଣ୍ଡଳ ହେବାର ନାହିଁ ତେବେ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମକୁ ଆଜିର ମନ୍ତ୍ରୀ ପରିଷଦ ବୈଠକରେ ସମୀକ୍ଷା କରାଯାଇପାରେ।

Related story