୬ ଜିଲ୍ଲାରେ ବିଜେପିର ନିଜସ୍ୱ କାର୍ଯ୍ୟାଳୟର ଉଦଘାଟନ କରିବେ ଜେପି ନଡ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୬ଟି ଜିଲ୍ଲାରେ ବିଜେପିର ନିଜସ୍ୱ କାର୍ଯ୍ୟାଳୟକୁ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଦଘାଟନ କରିବେ। ଡିଜିଟାଲ ମିଡିଆ ମାଧ୍ୟମରେ ଜିଲ୍ଲାର ଏହି ଦଳୀୟ କାର୍ଯ୍ୟାଳୟଗୁଡ଼ିକର ଉଦଘାଟନ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସମୟରେ ହେବ ବୋଲି ଜଣାପଡ଼ିଛି। ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଆସନ୍ତାକାଲି ସୁନ୍ଦରଗଡ଼, ବରଗଡ଼ , ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ବାରିପଦାଠାରେ ଦଳୀୟ କାର୍ଯ୍ୟାଳୟକୁ ଉଦଘାଟନ କରିବେ। ଏହି ଅବସରରେ […]

nadda

Manoranjan Sial
  • Published: Monday, 16 November 2020
  • , Updated: 16 November 2020, 08:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୬ଟି ଜିଲ୍ଲାରେ ବିଜେପିର ନିଜସ୍ୱ କାର୍ଯ୍ୟାଳୟକୁ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଦଘାଟନ କରିବେ। ଡିଜିଟାଲ ମିଡିଆ ମାଧ୍ୟମରେ ଜିଲ୍ଲାର ଏହି ଦଳୀୟ କାର୍ଯ୍ୟାଳୟଗୁଡ଼ିକର ଉଦଘାଟନ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସମୟରେ ହେବ ବୋଲି ଜଣାପଡ଼ିଛି।

ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଆସନ୍ତାକାଲି ସୁନ୍ଦରଗଡ଼, ବରଗଡ଼ , ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ବାରିପଦାଠାରେ ଦଳୀୟ କାର୍ଯ୍ୟାଳୟକୁ ଉଦଘାଟନ କରିବେ। ଏହି ଅବସରରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାଏକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ଦଳର ନେତା ଓ କର୍ମୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଜେପିର ବରିଷ୍ଠ ନେତା ଅମିତ୍ ଶାହ ଦଳର ରାଷ୍ଟ୍ରୀୟ ସଭାପତି ଥିବାବେଳେ ଦେଶର ପ୍ରତ୍ୟେକଟି ଜିଲ୍ଲାରେ ବିଜେପିର ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏସବୁ ଜିଲ୍ଲା କାର୍ଯ୍ୟାଳୟକୁ ଦିଲ୍ଲୀରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟ ସହ ଅନଲାଇନରେ ମାଧ୍ୟମରେ ଯୋଡ଼ିବା ନିମନ୍ତେ ମଧ୍ୟ ଆବଶ୍ୟକ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

Related story