ଆଇଆଇସି କହିଲେ, ‘ମୋର ଗୋଡ଼ ନାହିଁ, ମୁଁ ନାଚିନି, ପିଲାଟିକେ ଡେଇଁଲେ’

ଯାଜପୁର (ଅଭୟ ପତି): ରଙ୍ଗ ଛିଟାରେ ଖାକି ବର୍ଦ୍ଦି ରଙ୍ଗିନ ହୋଇ ଯାଇଥିବା ବେଳେ ମନ ବି ଥିଲା ବେଶ୍‌ ରଙ୍ଗିନ। ସବୁବେଳେ ଗୁରୁ ଗାମ୍ଭୀର୍ଯ୍ୟ ମୁଡ୍‌ରେ ରହୁଥିବା ପୁଲିସ୍‌ ବାବୁ ବି ହୋଲିରେ ଟିକେ ହାଲକା ମୁଡ୍‌କୁ ଚାଲି ଯାଇଥିଲେ। ଆଉ ନାଗିନ୍‌ ଡ୍ୟାନ୍ସର ତାଳେ ତାଳେ କମ୍ପିଥିଲା ଥାନା। ନାଚିଥିଲେ ଥାନାଧିକାରୀଙ୍କଠାରୁ ଆରମ୍ଭ କରି କନେଷ୍ଟବଳ ଓ ମହିଳା ହୋମଗାର୍ଡ। ଆଉ ଏହାର ଭିଡିଓ ଭାଇରାଲ ହେବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି। […]

Nagin Dance

Niharika Rout
  • Published: Tuesday, 06 April 2021
  • , Updated: 06 April 2021, 02:37 PM IST

ଯାଜପୁର (ଅଭୟ ପତି): ରଙ୍ଗ ଛିଟାରେ ଖାକି ବର୍ଦ୍ଦି ରଙ୍ଗିନ ହୋଇ ଯାଇଥିବା ବେଳେ ମନ ବି ଥିଲା ବେଶ୍‌ ରଙ୍ଗିନ। ସବୁବେଳେ ଗୁରୁ ଗାମ୍ଭୀର୍ଯ୍ୟ ମୁଡ୍‌ରେ ରହୁଥିବା ପୁଲିସ୍‌ ବାବୁ ବି ହୋଲିରେ ଟିକେ ହାଲକା ମୁଡ୍‌କୁ ଚାଲି ଯାଇଥିଲେ। ଆଉ ନାଗିନ୍‌ ଡ୍ୟାନ୍ସର ତାଳେ ତାଳେ କମ୍ପିଥିଲା ଥାନା। ନାଚିଥିଲେ ଥାନାଧିକାରୀଙ୍କଠାରୁ ଆରମ୍ଭ କରି କନେଷ୍ଟବଳ ଓ ମହିଳା ହୋମଗାର୍ଡ। ଆଉ ଏହାର ଭିଡିଓ ଭାଇରାଲ ହେବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ଘଟଣାଟି ଯାଜପୁର ଜିଲ୍ଲା ପାଣିକୋଇଲି ଥାନାର।

ଭିଡିଓଟି ହୋଲି ବେଳର ହୋଇଥିବା ବେଳେ ଏବେ ଭାଇରାଲ ହୋଇଛି। ହୋଲି ଦିନ ପାଣିକୋଇଲି ମେଳଣରେ ଡ୍ୟୁଟି କରିସାରିବା ପରେ ସେଠାରୁ ଅବିର ରଙ୍ଗ ମାରି ହୋଇ ଥାନାକୁ ଆସିଥିଲେ ପୁଲିସ୍ କର୍ମଚାରୀମାନେ । ଏହାପରେ ଥାନା ଭିତରେ ଆରମ୍ଭ ହୋଇଥିଲା ସେମାନଙ୍କ ନାଗିନ ଡ୍ୟାନ୍ସ। ଆଧୁନିକ ଗୀତର ତାଳେତାଳେ ଅଣ୍ଟା ହଲାଇ ନାଚିଥିଲେ ଥାନାର ସମସ୍ତ ପୁଲିସ୍ କର୍ମଚାରୀ।  କିଏ ନାଗିନ ଡ୍ୟାନ୍ସ ପୋଜ୍‌ରେ ନାଚିଲା ତ କିଏ ମହିଳା କର୍ମୀଙ୍କ ସହ ତାଳ ଦେବାକୁ ପଛାଇ ନ ଥିଲେ।

ଖୋଦ ଆଇଆଇସି ମଧ୍ୟ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି ଭିଡିଓରେ । ଥାନାରେ ନାଚ ଘଟଣାକୁ ଆଇଆଇସି ମଧ୍ୟ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ହୋଲି ଦିନ ଆମ ପିଲା ଟିକେ ଡେଇଁଲେ। ଆମର ଆଉ କ’ଣ ଗୋଡ଼ ଅଛି ନାଚିବୁ।”

ଏହି ଥାନା ଜିଲ୍ଲା ଏସପିଙ୍କ ସରକାରୀ କ୍ୱାର୍ଟର୍ସ ଠାରୁ ମାତ୍ର ୨୦ ମିଟର ଦୂରରେ ଥିବାବେଳେ ଥାନା ଭିତରେ ଏଭଳି ବିଶୃଙ୍ଖଳା କିଭଳି ଚାଲିଛି ଏବଂ ଏସ୍‌ପିଙ୍କ ନଜରକୁ ଏହା କିଭଳି ଆସୁନି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Related story