ନମତରା ଗୁଳିକାଣ୍ଡ: ୧୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ, ୨୦ରେ ସାକ୍ଷ୍ୟ ଦେବେ ସତୀଶ ଗଜଭିୟେ

କଟକ: କେନ୍ଦ୍ରାପଡ଼ା ଜିଲ୍ଲା ନମତରା ଗୁଳିକାଣ୍ଡର ତଦନ୍ତ ଆରମ୍ଭ କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି। ଆଜି ଏ ଘଟଣାରେ ଆର୍‌ଡିସି ୧୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୧ ଜଣ ସାକ୍ଷ୍ୟ ପ୍ରଦାନ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୫ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ସାକ୍ଷ୍ୟ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ସ୍ଥାନୀୟ ପୋଲିସ୍ ହୋଇଥିବା ବେଳେ କେନ୍ଦ୍ରାପଡ଼ାର ତତ୍କାଳୀନ ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ବି ସାକ୍ଷ୍ୟ ଦେଇଥିଲେ। ଅନ୍ୟପକ୍ଷରେ ଆଜି ସାକ୍ଷ୍ୟ […]

namatara12

Rakesh Mallick
  • Published: Saturday, 03 September 2016
  • , Updated: 04 September 2016, 09:13 AM IST

କଟକ: କେନ୍ଦ୍ରାପଡ଼ା ଜିଲ୍ଲା ନମତରା ଗୁଳିକାଣ୍ଡର ତଦନ୍ତ ଆରମ୍ଭ କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି। ଆଜି ଏ ଘଟଣାରେ ଆର୍‌ଡିସି ୧୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୧ ଜଣ ସାକ୍ଷ୍ୟ ପ୍ରଦାନ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୫ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ସାକ୍ଷ୍ୟ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ସ୍ଥାନୀୟ ପୋଲିସ୍ ହୋଇଥିବା ବେଳେ କେନ୍ଦ୍ରାପଡ଼ାର ତତ୍କାଳୀନ ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ବି ସାକ୍ଷ୍ୟ ଦେଇଥିଲେ। ଅନ୍ୟପକ୍ଷରେ ଆଜି ସାକ୍ଷ୍ୟ ଦେବାକୁ ଥିବା କେନ୍ଦ୍ରାପଡ଼ାର ତତ୍‌କାଳୀନ ଏସ୍‌ପି ସତୀଶ ଗଜଭିୟେ ସମୟ ମାଗିଛନ୍ତି। ସେ ଆର୍‌ଡିସିଙ୍କୁ ୩ ସପ୍ତାହ ସମୟ ମାଗିଥିଲେ। ତେବେ ଆର୍‌ଡିସି ତାଙ୍କୁ ୨ ସପ୍ତାହ ସମୟ ଦେଇଥିଲେ। ସେପ୍ଟେମ୍ବର ୨୦ ତାରିଖରେ ତାଙ୍କର ସାକ୍ଷ୍ୟ ଗ୍ରହଣ କରାଯିବ।

ଆର୍‌ଡିସି ଏ.ବି ଓତା କହିଛନ୍ତି,“ଆଜି ପ୍ରଥମ ପର୍ଯ୍ୟାୟରେ ୧୧ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୫ ଜଣଙ୍କ ଡକା ଯାଇଥିଲା। ତତ୍‌କାଳୀନ କେନ୍ଦ୍ରାପଡ଼ା ଏସ୍‌ପି ସତୀଶ ଗଜଭିୟେ ମଧ୍ୟ ଆଜି ସାକ୍ଷ୍ୟ ଦେବାର ଥିଲା। ତେବେ ଆବଶ୍ୟକ ତଥ୍ୟ ଉପସ୍ଥାପନ କରିବା ପାଇଁ ସେ ତିନି ସପ୍ତାହ ସମୟ ମାଗିଥିଲେ। ଉଭୟ ଫୋନ୍ ଓ ଚିଠି ଯୋଗେ ସେ ମୋତେ ଯୋଗାଯୋଗ କରିଥିଲେ। ତେବେ ୨ ସପ୍ତାହ ସମୟ ଦିଆଯାଇପାରିବ ବୋଲି ମୁଁ ତାଙ୍କୁ କହିଥିଲି। ସେପ୍ଟେମ୍ବର ୨୦ ତାରିଖରେ ତାଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ।”

ତତ୍କାଳୀନ ଜିଲ୍ଲାପାଳ ପ୍ରମୋଦ କୁମାର ଦାସ କହିଛନ୍ତି,“ମୋତେ କମିଶନ ଯାହା ପଚାରିଲେ ମୁଁ ତାର ସଠିକ୍‌ ଉତ୍ତର ଦେଇଛି।”

Related story