ନନ୍ଦନକାନନ ନଣ୍ଡା ହତ୍ୟା ମାମଲା: ୩ଜଣ ଏକାଠି ବସି ମଦ ପିଇଲେ, ପରେ ମାରିଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନ ନଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ୍। ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ଘଟିଥିବା ନେଇ ଆଜି ସୂଚନା ଦେଇଛନ୍ତି ଏସିପି ରମେଶ ବିଶୋଇ। ହତ୍ୟାକାଣ୍ଡର ୬ ଦିନ ପରେ ମଙ୍ଗୁଳି ନିକଟରୁ ଗିରଫ ହୋଇଛନ୍ତି ପ୍ରେମୀ ଯୁଗଳ। ସେମାନେ ହେଲେ ପାନ ସିଂ ଏବଂ କୈଳାସ ଚନ୍ଦ୍ର ସାହୁ। ପାନଙ୍କ ସହ ନଣ୍ଡା ଓ କୈଳାଶ ପ୍ରେମ ସଂପର୍କରେ ଥିଲେ। ଗତ ୨୫ ତାରିଖ ଦିନ ସଂଧ୍ୟାବେଳେ ୩ଜଣ ଏକାଠି ବସି ମଦ୍ୟପାନ କରୁଥିବାବେଳେ ଯୋଜନାବଦ୍ଧ […]

attack

  • Published: Saturday, 31 December 2022
  • , Updated: 31 December 2022, 04:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନ ନଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ୍। ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ଘଟିଥିବା ନେଇ ଆଜି ସୂଚନା ଦେଇଛନ୍ତି ଏସିପି ରମେଶ ବିଶୋଇ। ହତ୍ୟାକାଣ୍ଡର ୬ ଦିନ ପରେ ମଙ୍ଗୁଳି ନିକଟରୁ ଗିରଫ ହୋଇଛନ୍ତି ପ୍ରେମୀ ଯୁଗଳ। ସେମାନେ ହେଲେ ପାନ ସିଂ ଏବଂ କୈଳାସ ଚନ୍ଦ୍ର ସାହୁ। ପାନଙ୍କ ସହ ନଣ୍ଡା ଓ କୈଳାଶ ପ୍ରେମ ସଂପର୍କରେ ଥିଲେ।

ଗତ ୨୫ ତାରିଖ ଦିନ ସଂଧ୍ୟାବେଳେ ୩ଜଣ ଏକାଠି ବସି ମଦ୍ୟପାନ କରୁଥିବାବେଳେ ଯୋଜନାବଦ୍ଧ ଭାବେ ଝଗଡା ହୋଇଥିଲା। ଯାହାଫଳରେ ନଣ୍ଡାକୁ ଉଭୟ ପାନ ଏବଂ କୈଳାସ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ସୂଚନା ମୁତାବକ, ନନ୍ଦନକାନନ ଅଂଚଳରୁ ଏକ ପରିତ୍ୟକ୍ତ ଘରୁ ନଣ୍ଡାର ମୃତଦେହ ମିଳିଥିଲା। ଯିଏକି ବାରଙ୍ଗ ଅଂଚଳରେ ଜଣେ ଜରି ଗୋଟାଳି ବୋଲି ପୁଲିସ ଜାଣିବାକୁ ପାଇଥିଲା। ତେବେ ପୋଷ୍ଟମର୍ଟମ ରିପୋର୍ଟରୁ ଏହା ହତ୍ୟା ବୋଲି ଜାଣିବାପରେ ସେହି ଅନୁସାରେ ତଦନ୍ତ ଆଗକୁ ବଢାଇଥିଲା ପୁଲିସ। ଶେଷରେ ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଥିଲା।

Related story