ଲବ-କୁଶ ଅସୁସ୍ଥ, କାମ ଦେଉନି ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଛୁଆ ବାଘ ଲବ କୁଶ ଅସୁସ୍ଥ। କାମ ଦେଉନି ସ୍ଥାନୀୟ ଡାକ୍ତରଙ୍କ ଚିକିତ୍ସା। ଫଳରେ ଏବେ ବାହାର ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।  ବାଘ ଛୁଆଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଚିଡିଆଖାନା ଓ ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବିଶେଷଜ୍ଞଙ୍କ ପରାମର୍ଶ ଲୋଡାଯାଇଛି । ଏଥିସହ ଓୟୁଏଟିର ସେଣ୍ଟର ଫର ଓ୍ୱାଇଲ୍ଡ ଲାଇଫ୍ ଡାକ୍ତରଙ୍କୁ ମଧ୍ୟ ଚିକିତ୍ସାରେ ସାମିଲ କରାଯାଇଛି। ବର୍ତ୍ତମାନ ଦୁଇ ବାଘଛୁଆ ଲବ-କୁଶ ଠିକଠାକ୍ […]

tiger-luv-kush

Madhupriya Mistry
  • Published: Wednesday, 03 February 2021
  • , Updated: 03 February 2021, 12:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଛୁଆ ବାଘ ଲବ କୁଶ ଅସୁସ୍ଥ। କାମ ଦେଉନି ସ୍ଥାନୀୟ ଡାକ୍ତରଙ୍କ ଚିକିତ୍ସା। ଫଳରେ ଏବେ ବାହାର ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।  ବାଘ ଛୁଆଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଚିଡିଆଖାନା ଓ ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବିଶେଷଜ୍ଞଙ୍କ ପରାମର୍ଶ ଲୋଡାଯାଇଛି ।

ଏଥିସହ ଓୟୁଏଟିର ସେଣ୍ଟର ଫର ଓ୍ୱାଇଲ୍ଡ ଲାଇଫ୍ ଡାକ୍ତରଙ୍କୁ ମଧ୍ୟ ଚିକିତ୍ସାରେ ସାମିଲ କରାଯାଇଛି। ବର୍ତ୍ତମାନ ଦୁଇ ବାଘଛୁଆ ଲବ-କୁଶ ଠିକଠାକ୍ ଖାଦ୍ୟ ଖାଉଥିବା ବେଳେ ଖୁବ୍ ଶୀଘ୍ର ଠିକ୍ ହୋଇଯିବେ ବୋଲି ଆଶା କରାଯାଉଛି।

ବର୍ଷକ ତଳେ ହାଇଦ୍ରାବାଦରୁ ନନ୍ଦନକାନନକୁ ଆସିଥିବା ବାଘ ସୈଫ ଔରସରୁ ବାଘୁଣୀ ସ୍ନେହା ଏହି ୨ ଛୁଆ ପ୍ରସବ କରିଥିଲା। ପରେ ଏ ଦୁଇ ବାଘ ଛୁଆର ନାଁ ଲବ -କୁଶ ରଖାଯାଇଥିଲା।  ଏଥିସହ ଏହି ଦୁଇ ବାଘ ଛୁଆ ଜନ୍ମ ହେବା ପରେ ନନ୍ଦନକାନନରେ ବାଘସଂଖ୍ୟା ୨୭କୁ ବୃଦ୍ଧି ପାଇଛି।

Related story