ବଲାଙ୍ଗିରରେ କୃଷି ବିଶ୍ୱ ବିଦ୍ୟାଳୟ, ମେଡିକାଲ କଲେଜ

ବଲାଙ୍ଗିର(ସସ୍ମିତା ସାହୁ):  ବଲାଙ୍ଗିର ସର୍କିଟ ହାଉସ୍‌ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସରକାରଙ୍କ ଆଗରେ ବିଭିନ୍ନ ଦାବି ରଖିଛନ୍ତି ବଲାଙ୍ଗିର ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର । ବଲାଙ୍ଗିରରେ ଏକ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି । ଏହା ସହିତ ଅନେକ ସମୟରେ ଆନ୍ଦୋଳନ ମଧ୍ୟ ହେଉଛି । ଆଗରୁ ରାଜ୍ୟ ସରକାରଙ୍କ କୃଷି ମନ୍ତ୍ରୀ ଏ ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।  କିନ୍ତୁ ପରବର୍ତ୍ତ ସମୟରେ ରାଜ୍ୟ […]

fff

Rakesh Mallick
  • Published: Monday, 02 July 2018
  • , Updated: 02 July 2018, 09:51 PM IST

ବଲାଙ୍ଗିର(ସସ୍ମିତା ସାହୁ):  ବଲାଙ୍ଗିର ସର୍କିଟ ହାଉସ୍‌ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସରକାରଙ୍କ ଆଗରେ ବିଭିନ୍ନ ଦାବି ରଖିଛନ୍ତି ବଲାଙ୍ଗିର ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର । ବଲାଙ୍ଗିରରେ ଏକ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି । ଏହା ସହିତ ଅନେକ ସମୟରେ ଆନ୍ଦୋଳନ ମଧ୍ୟ ହେଉଛି । ଆଗରୁ ରାଜ୍ୟ ସରକାରଙ୍କ କୃଷି ମନ୍ତ୍ରୀ ଏ ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।  କିନ୍ତୁ ପରବର୍ତ୍ତ ସମୟରେ ରାଜ୍ୟ ସରକାର ବଲାଙ୍ଗିରବାସୀଙ୍କୁ ଧୋକା ଦେଇ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ନରସିଂହ ମିଶ୍ର । ତେଣୁ ଅତିଶୀଘ୍ର ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ସେ ଦାବି କରିଛନ୍ତି । ଏହା ସହିତ ବଲାଙ୍ଗିରରେ ଏକ ଇଂଜିନିୟରିଂ କଲେଜ ସ୍ଥାପନ ତଥା ବଲାଙ୍ଗିର ଲ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ନରସିଂହ । ବଲାଙ୍ଗିର ମେଡିକାଲ କଲେଜରେ ନାମଲେଖା ଆରମ୍ଭ ହୋଇଛି । ଏହି ମେଡିକାଲ କଲେଜର ନାମକୁ ବିଶିଷ୍ଟ ଅନ୍ଧକବି ଭୀମଭୋଇଙ୍କ ନାମରେ ନାମିତ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ନରସିଂହ । ଏହା ସହିତ ଚାରିବର୍ଷରେ ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ବଲାଙ୍ଗିରରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଛନ୍ତି।

Related story