ମହାନଦୀ ଜଳ ବିବାଦର ସମାଧାନ ନେଇ ବସିବ ଗୃହ କମିଟି ବୈଠକ, ନରସିଂହ କହିଲେ-ମୁଁ ଯିବିନି

Ordigital Desk
  • Published: Thursday, 18 January 2018
  • , Updated: 18 January 2018, 09:12 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଜଳ ବିବାଦର ସମାଧାନ ନେଇ ଆଜି ବସିବ ବିଧାନସଭା ଗୃହ କମିଟିର ପ୍ରଥମ ବୈଠକ। ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ମହାନଦୀ ବିବାଦର ସମାଧାନ ନେଇ କି କି ପଦକ୍ଷେପ ନିଆଯିବ, ସେନେଇ ଆଲୋଚନା ହେବ। ଏହାସହ କେନ୍ଦ୍ର ଉପରେ ଚାପ ପ୍ରୟୋଗ ପାଇଁ ରଣନୀତି ପ୍ରସ୍ତୁତ ହେବ। ସେହିପରି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ସମୟ ମାଗିବା ନେଇ ବି ଆଲୋଚନା ହୋଇପାରେ। ମହାନଦୀ ଜଳ ବିବାଦର ସମାଧାନ ଲାଗି କେନ୍ଦ୍ର ଟ୍ରିବ୍ୟୁନାଲ ଗଠନ ନିଷ୍ପତ୍ତିରୁ ଓହରିଯିବା ପରେ ଗତ ବିଧାନସଭା ଅଧିବେଶନ ବେଳେ ଏନେଇ କେନ୍ଦ୍ର ଉପରେ ଚାପ ସୃଷ୍ଟି ପାଇଁ ସର୍ବସମ୍ମତିକ୍ରମେ ସଂକଳ୍ପ ପାରିତ ହୋଇଥିଲା। ଏହାସହ ବିବାଦର ସମାଧାନ ଲାଗି ୨ଟି କମିଟି ଗଠନ ହୋଇଥିଲା। ଗୋଟିଏ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଓ ଅନ୍ୟଟି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ କମିଟି।</p> <p>ଓଡ଼ିଶା ଗସ୍ତରେ ଆସିଥିବା ଜଳ ସମ୍ପଦ ବିଭାଗର ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟିକୁ ଗତକାଲି ଭେଟିଥିଲେ ମହାନଦୀ ବଞ୍ଚାଓ ଆନ୍ଦୋଳନର ସଦସ୍ୟ।&nbsp; ସାଂସଦ ହୁକୁମ୍ ସିଂଙ୍କ ନେତୃତ୍ୱରେ ଆସିଥିବା ଏହି ଟିମକୁ ସାକ୍ଷାତ କରି ସେମାନେ ମହାନଦୀର ବର୍ତ୍ତମାନର ସମସ୍ୟା ନେଇ ବିଷଦ ଭାବେ ଆଲୋଚନା କରିଥିଲେ। ଶେଷରେ ଷ୍ଟାଣ୍ଡିଂ କମିଟିର ଜଳ ସମ୍ପଦ ବିଭାଗ ଉପାଧ୍ୟକ୍ଷ ଅଭିଜିତ୍ ମୁଖାର୍ଜୀଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ।</p> <p>ଆଜିର ବିଧାନସଭା ଗୃହ କମିଟି ବୈଠକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯୋଗଦେବେନି। ଆଲୋଚନା ନ କରି ତାରିଖ ଧାର୍ଯ୍ୟ ହୋଇଥିବାରୁ ଯୋଗଦେବେନି ବୋଲି ନରସିଂହ ସ୍ପଷ୍ଟ କରିଛନ୍ତି।</p>

Related story