ପ୍ରେମ ବ୍ୟାପାରକୁ ନେଇ ଯୁବକକୁ ମର୍ଡର, ପରେ ମୃତଦେହକୁ ପୋଡି ଦେଲେ

ଭବାନୀପାଟଣା (ରାଜକୁମାର ସିଂଦେଓ): ପ୍ରେମ ବ୍ୟାପାରକୁ ନେଇ ଜଣେ ଯୁବକକୁ ଜେସିବି ଚଢ଼ାଇ ମର୍ଡର କଲେ। ପରେ ଗାତ ଖୋଳି ପୋତିଦେଲେ। ଧରାପଡ଼ିଯିବା ଭୟରେ ନିଶବ୍ଦ ରାତିରେ ମୃତଦେହକୁ ଖୋଳି ବାହାର କରି ବାଇକ୍‌ରେ ନେଇ ୪୦ କିମି ଦୂରରେ ପେଟ୍ରୋଲ ଢ଼ାଳି ପୋଡ଼ିଦେଲେ। ଏପରି ଲୋମହର୍ଷଣକାରୀ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି। ଏହି ଘଟଣାରେ ପୁଲିସ ଦୁଇ ଜଣ ଯୁବକକୁ ଗିରଫ କରିଥିବା ବେଳେ ଜେସିବିକୁ ଜବତ କରିଛି। ପୂରା ଘଟଣାଟି ଏମିତି। ଏମ୍‌.ରାମପୁର ଥାନା […]

love

Manoranjan Sial
  • Published: Wednesday, 14 April 2021
  • , Updated: 14 April 2021, 04:37 PM IST

ଭବାନୀପାଟଣା (ରାଜକୁମାର ସିଂଦେଓ): ପ୍ରେମ ବ୍ୟାପାରକୁ ନେଇ ଜଣେ ଯୁବକକୁ ଜେସିବି ଚଢ଼ାଇ ମର୍ଡର କଲେ। ପରେ ଗାତ ଖୋଳି ପୋତିଦେଲେ। ଧରାପଡ଼ିଯିବା ଭୟରେ ନିଶବ୍ଦ ରାତିରେ ମୃତଦେହକୁ ଖୋଳି ବାହାର କରି ବାଇକ୍‌ରେ ନେଇ ୪୦ କିମି ଦୂରରେ ପେଟ୍ରୋଲ ଢ଼ାଳି ପୋଡ଼ିଦେଲେ। ଏପରି ଲୋମହର୍ଷଣକାରୀ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି। ଏହି ଘଟଣାରେ ପୁଲିସ ଦୁଇ ଜଣ ଯୁବକକୁ ଗିରଫ କରିଥିବା ବେଳେ ଜେସିବିକୁ ଜବତ କରିଛି।

ପୂରା ଘଟଣାଟି ଏମିତି। ଏମ୍‌.ରାମପୁର ଥାନା ରେଗଡ଼ା ଗାଁର ଶେଷଦେବ କାମ୍ପା ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଯାହାକୁ ବିରୋଧ କରୁଥିଲେ ତ୍ରିଲୋଚନ ସାହୁ। ଏହାକୁ ନେଇ ଦୁଇ ଜଣଙ୍କ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଲାଗି ରହିଥିଲା। ଯାହାର ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲେ ତ୍ରିଲୋଚନ।

[caption id="attachment_635596" align="aligncenter" width="650"] ପୁଲିସ ଜବତ କରିଥିବା ଜେସିବି[/caption]

ଗତ ୧୧ ତାରିଖ ଶେଷଦେବଙ୍କୁ ତ୍ରିଲୋଚନ ଓ ତାଙ୍କ ସାଙ୍ଗ ସୁରେନ୍ଦ୍ର ସାହୁ ଏକ ଜେସିବିରେ ଡାକି ନେଇଥିଲେ। ତିନି ଜଣ ମିଶି ଯମୁନାପୁରର ଏକ ନିଛାଟିଆ ସ୍ଥାନରେ ବସି ମଦ ପିଇଥିଲେ। ମଦ ନିଶାରେ ତ୍ରିଲୋଚନ ଓ ଶେଷଦେବଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ତ୍ରିଲୋଚନଙ୍କ ଗାଲରେ ଶେଷଦେବ ଚାପୁଡେ ମାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇଯାଇଥିଲେ ତ୍ରିଲୋଚନ। ପରେ ସେ ଜେସିବି ଉପରେ ଚଢ଼ି ଯାଇ ବୁମ୍‌(ଜେସିବି ଶୁଣ୍ଢ)ରେ ଶେଷଦେବଙ୍କୁ ବାଡ଼େଇ ଦେଇଥିଲେ। ରକ୍ତାକ୍ତ ହୋଇପଡ଼ିଥିବା ବେଳେ ଶେଷଦେବଙ୍କ ଉପରେ ଜେସିବି ଚଢ଼ାଇ ଦେଇଥିଲେ।  ତା’ପରେ ସେହିଠାରେ ଜେସିବିରେ ଗାତ ଖୋଳି ପୋତି ଦେଇ ଘରକୁ ପଳାଇ ଆସିଥିଲେ ତ୍ରିଲୋଚନ ଓ ସୁରେନ୍ଦ୍ର।

ସେଦିନ ରାତିରେ ଘରେ କିନ୍ତୁ ଶୋଇ ପାରିନଥିଲେ ତ୍ରିଲୋଚନ ଓ ସୁରେନ୍ଦ୍ର। ହତ୍ୟା ଅଭିଯୋଗରେ ଧରାପଡ଼ିଯିବା ଭୟ ସେମାନଙ୍କୁ ଘାରିଥିଲା। କାଳ ବିଳମ୍ୱ ନକରି ସେହିଦିନ ବିଳମ୍ୱିତ ରାତିରେ ତ୍ରିଲୋଚନ ଓ ସୁରେନ୍ଦ୍ର, ଶେଷଦେବଙ୍କ ମୃତଦେହ ଖୋଳି ବାହାର କଲେ। ପରେ ବାଇକରେ ମୃତଦେହକୁ ୪୦ କିମି ଦୂର କେସିଙ୍ଗା ରେଳଷ୍ଟେସନ୍‌ ଗୋଦାମ ସ୍ଥିତ ପର୍ଲି ଡଙ୍ଗର ମୂଷାଘାଟି ନିକଟରେ ପେଟ୍ରୋଲ୍‌ ଢ଼ାଳି ପୋଡି ଦେଇଥିଲେ।

ତା’ପରଦିନ ଅର୍ଥାତ ୧୨ ତାରିଖ ସକାଳେ ସ୍ଥାନୀୟ ଲୋକେ ଏକ ଦରପୋଡ଼ା ମୃତଦେହ ଦେଖି କେସିଙ୍ଗା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦରପୋଡ଼ା ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ଏହା ପୂର୍ବରୁ ଶେଷଦେବ ନିଖୋଜ ନେଇ ତାଙ୍କ ଭାଇ ଦୁର୍ଯୋଧନ ଏମ୍‌.ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏମ୍‌.ରାମପୁର ଥାନା ଅଧିକାରୀ ଛୁଟିରେ ଥିବାରୁ ନର୍ଲା ଥାନା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରି କେସିଙ୍ଗା ଥାନା ପୁଲିସ ସହ ଯୋଗାଯୋଗ କରିଥିଲେ। ଉଭୟ ପୁଲିସ ମିଳିତ ଭାବେ ଘଟଣାର ତଦନ୍ତ କରିଥିଲେ।

ଶେଷଦେବକଙ୍କ ଭାଇଙ୍କ ଭୟାନ ଆଧାରରେ ପୁଲିସ ତ୍ରିଲୋଚନ ଓ ସୁରେନ୍ଦ୍ରଙ୍କୁ ଥାନାରେ ଅଟକାଇ ଜେରା କରିଥିଲା। ଜେରା ବେଳେ ସେମାନେ ମର୍ଡ଼ର ଓ ମର୍ଡ଼ର ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିବା ପୁଲିସ ପାଖରେ ସ୍ୱୀକାର କରିଛନ୍ତି। ପରେ ପୁଲିସ ଦୁଇ ସାଙ୍ଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related story