ଜାନୁୟାରୀରେ ଚିଲିକା ଜାତୀୟ ପକ୍ଷୀ ଉତ୍ସବ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶୀତ ଆସୁଆସୁ ଚିଲିକା ମୁହାଁ ହୁଅନ୍ତି ବିଦେଶୀ ପକ୍ଷୀ । ମୁଖରିତ ହୁଏ ଚିଲିକା ମୁହାଣ। ଶ୍ୱଳ୍ପ ସମୟ ପାଇଁ ଏଭଳି ସୁନ୍ଦର ପରିବେଶ ସୃଷ୍ଟି ହେଉଥିଲେ ମଧ୍ୟ ଏହାର ପ୍ରଚାର ସେଭଳି ହୋଇପାରିନାହିଁ । ଫଳେରେ ଏହି ମନେରାମ ଦୃଶ୍ୟକୁ ଦେଶ ବିଦେଶର ଅନେକ ଦର୍ଶକ ଓ ପର୍ଯ୍ୟଟକ ଉପଭୋଗ କରିପାରନ୍ତି ନାହିଁ । ଏହି ଅନୁଚିନ୍ତା ନେଇ ଓଡିଶା ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଜାତୀୟ ପକ୍ଷୀ ଉତ୍ସବ। ଚିଲିକାର ପ୍ରସିଦ୍ଧିକୁ […]

vlcsnap-1151-07-27-12h15m07s230

Rakesh Mallick
  • Published: Tuesday, 07 November 2017
  • , Updated: 07 November 2017, 10:05 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶୀତ ଆସୁଆସୁ ଚିଲିକା ମୁହାଁ ହୁଅନ୍ତି ବିଦେଶୀ ପକ୍ଷୀ । ମୁଖରିତ ହୁଏ ଚିଲିକା ମୁହାଣ। ଶ୍ୱଳ୍ପ ସମୟ ପାଇଁ ଏଭଳି ସୁନ୍ଦର ପରିବେଶ ସୃଷ୍ଟି ହେଉଥିଲେ ମଧ୍ୟ ଏହାର ପ୍ରଚାର ସେଭଳି ହୋଇପାରିନାହିଁ । ଫଳେରେ ଏହି ମନେରାମ ଦୃଶ୍ୟକୁ ଦେଶ ବିଦେଶର ଅନେକ ଦର୍ଶକ ଓ ପର୍ଯ୍ୟଟକ ଉପଭୋଗ କରିପାରନ୍ତି ନାହିଁ ।

ଏହି ଅନୁଚିନ୍ତା ନେଇ ଓଡିଶା ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଜାତୀୟ ପକ୍ଷୀ ଉତ୍ସବ। ଚିଲିକାର ପ୍ରସିଦ୍ଧିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହି ଯୋଜନା କରୁଛନ୍ତି ସରକାର । ଜାନୁୟାରୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।  ବନ, ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବ ଆଗାମୀ ବର୍ଷରେ ଓଡ଼ିଶାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବ ବୋଲି ସମସ୍ତେ ଆଶାବାଦୀ  ଅଛନ୍ତି।

Related story