ଲାଲ୍‌ଗଡ଼ରେ ଫର ଫର ଉଡିଲା ତ୍ରିରଙ୍ଗା

ମାଲକାନଗିରି(ଜିତେନ୍ଦ୍ର ବେଉରା): ଯେଉଁଠି ଦିନେ ନକ୍ସଲଙ୍କ ଲାଲ ପତାକା ଉଡୁଥିଲା ଆଜି ସେଠି ଉଡିଲା ତ୍ରିରଙ୍ଗା ପତାକା। ବଣ୍ଡା ଜନଜାତିର ଲୋକଙ୍କୁ ସୁରକ୍ଷା ପାଇଁ ପ୍ରତିଷ୍ଠା ହେଲା ବିଏସ୍‌ଏଫ୍‌ କ୍ୟାମ୍ପ। ନକ୍ସଲଙ୍କ ସୁରକ୍ଷିତ ଆଡ୍ଡା ସ୍ଥଳୀ କୁହାଯାଉଥିବା ଅଞ୍ଚଳରେ କ୍ୟାମ୍ପ ପ୍ରତିଷ୍ଠା ପରେ ବଣ୍ଡା ଜନଜାତିର ଲୋକେ ସାମାନ୍ୟ ଆସ୍ୱସ୍ଥ ପାଇଛନ୍ତି। ମାଲକାନଗିରି ଏକ ନକ୍ସଲ ପ୍ରବଣ ଜିଲ୍ଲା ଭାବେ ପରିଚିତ। ଜିଲ୍ଲାରେ ବହୁ ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳ ଥିବାରୁ ନକ୍ସଲମାନେ କାୟା ବିସ୍ତାର […]

malkangiri

Manoranjan Sial
  • Published: Saturday, 16 January 2021
  • , Updated: 16 January 2021, 05:06 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ଯେଉଁଠି ଦିନେ ନକ୍ସଲଙ୍କ ଲାଲ ପତାକା ଉଡୁଥିଲା ଆଜି ସେଠି ଉଡିଲା ତ୍ରିରଙ୍ଗା ପତାକା। ବଣ୍ଡା ଜନଜାତିର ଲୋକଙ୍କୁ ସୁରକ୍ଷା ପାଇଁ ପ୍ରତିଷ୍ଠା ହେଲା ବିଏସ୍‌ଏଫ୍‌ କ୍ୟାମ୍ପ। ନକ୍ସଲଙ୍କ ସୁରକ୍ଷିତ ଆଡ୍ଡା ସ୍ଥଳୀ କୁହାଯାଉଥିବା ଅଞ୍ଚଳରେ କ୍ୟାମ୍ପ ପ୍ରତିଷ୍ଠା ପରେ ବଣ୍ଡା ଜନଜାତିର ଲୋକେ ସାମାନ୍ୟ ଆସ୍ୱସ୍ଥ ପାଇଛନ୍ତି।

ମାଲକାନଗିରି ଏକ ନକ୍ସଲ ପ୍ରବଣ ଜିଲ୍ଲା ଭାବେ ପରିଚିତ। ଜିଲ୍ଲାରେ ବହୁ ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳ ଥିବାରୁ ନକ୍ସଲମାନେ କାୟା ବିସ୍ତାର କରୁଥିଲେ। ଗରିବ ଓ ଆଦିବାସୀ ଲୋକଙ୍କୁ ମୋହରା କରୁଥିଲେ ନରସଂହାର ନକ୍ସଲ। ଯେଉଁଥିପାଇଁ ମାଲକାନଗିରି ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ ଠପ୍‌ ହୋଇଯାଉଥିଲା।

ନକ୍ସଲଙ୍କ ନାଲି ଆଖିରୁ ବଣ୍ଡା ଅଞ୍ଚଳବାସୀଙ୍କୁ ବଞ୍ଚାଇବା ପାଇଁ ଓ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗକୁ ନେବାକୁ ଜିଲ୍ଲା ସଦର ମହକୁମାଠାରୁ ଦୀର୍ଘ ୧୩୦ କିମି ଦୂରରେ BSF କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ମାଲକାନଗିରି SP ଋଷୀକେଶ ଦୟାନନ୍ଦ ଖିଲାରୀ ନିଜେ ଉପସ୍ଥିତ ରହି ଏହି BSF କ୍ୟାମ୍ପକୁ ଉଦ୍‌ଘାଟିତ କରିଛନ୍ତି। BSF-15 ବାଟାଲିୟନ ସୁରକ୍ଷା ଦେଉଛନ୍ତି ବଣ୍ଡା ଘାଟିର ଆଣ୍ଡ୍ର।ହାଲଠାରେ।

ପୂର୍ବରୁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ୬ଟି ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା କରିଛନ୍ତି। ଏବେ ଆଣ୍ଡ୍ର।ହାଲ ଠାରେ  BSF କ୍ୟାମ୍ପ ପ୍ରତିଷ୍ଠା କରି ନକ୍ସଲଙ୍କ ପାଇଁ ଚକ୍ରବ୍ୟୂ ରଚିଛି ଜିଲ୍ଲା ପ୍ରଶାସନ।

Related story