ନବୀନଙ୍କୁ ଗୁଡ ଗଭର୍ଣ୍ଣାସ୍‌ ଚିନ୍ତା: ଲୋକଙ୍କ ପାଖରେ ପହଞ୍ଚିବାକୁ ଜିଲ୍ଲପାଳଙ୍କୁ ଆହ୍ୱାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘାରିଛି ଗୁଡ ଗଭର୍ଣ୍ଣାସ୍‌ ଚିନ୍ତା। ଲୋକଙ୍କ ପାଖରେ ଉତ୍ତମ ସେବା ପହଞ୍ଚିବା ପାଇଁ ଜିଲ୍ଲାପାଳଙ୍କ କର୍ମଶାଳାରେ ଦେଇଛନ୍ତି ଆହ୍ୱାନ। ପଞ୍ଚାୟତ ନିର୍ବାଚନରେ ବିଜେପି ପାଖରୁ ଝଟକା ଖାଇବା ପରେ ପ୍ରଶାସନିକସ୍ତରରେ ସୁଧାର ପାଇଁ ନବୀନ ଏପରି ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ କର୍ମଶାଳାରେ ଜିଲ୍ଲାପାଳମାନଙ୍କୁ କଡ଼ା ତାଗିଦ କରିଛନ୍ତି ନବୀନ। ଏହାସହ ବ୍ଲକସ୍ତରରେ ସରକାରୀ କାମରେ ପିସି କାରବାର ବନ୍ଦ ହେବା ଉଚିତ ବୋଲି କହିଛନ୍ତି। […]

collector

Rakesh Mallick
  • Published: Sunday, 11 June 2017
  • , Updated: 11 June 2017, 09:15 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘାରିଛି ଗୁଡ ଗଭର୍ଣ୍ଣାସ୍‌ ଚିନ୍ତା। ଲୋକଙ୍କ ପାଖରେ ଉତ୍ତମ ସେବା ପହଞ୍ଚିବା ପାଇଁ ଜିଲ୍ଲାପାଳଙ୍କ କର୍ମଶାଳାରେ ଦେଇଛନ୍ତି ଆହ୍ୱାନ। ପଞ୍ଚାୟତ ନିର୍ବାଚନରେ ବିଜେପି ପାଖରୁ ଝଟକା ଖାଇବା ପରେ ପ୍ରଶାସନିକସ୍ତରରେ ସୁଧାର ପାଇଁ ନବୀନ ଏପରି ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ କର୍ମଶାଳାରେ ଜିଲ୍ଲାପାଳମାନଙ୍କୁ କଡ଼ା ତାଗିଦ କରିଛନ୍ତି ନବୀନ। ଏହାସହ ବ୍ଲକସ୍ତରରେ ସରକାରୀ କାମରେ ପିସି କାରବାର ବନ୍ଦ ହେବା ଉଚିତ ବୋଲି କହିଛନ୍ତି।

ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ପାଖରେ ପ୍ରଶାସନ କିଭଳି ପହଞ୍ଚିବ, ସରକାରୀ ସେବା କିଭଳି ସମସ୍ତଙ୍କୁ ମିଳିବ ଓ ଲୋକଙ୍କ ଆସ୍ଥାଭାଜନ କିଭଳି ହେବେ ସେ ନେଇ ଜିଲ୍ଲାପାଳମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଥ୍ରୀ-ଟି ଯଥା ଟିମ୍‌ ଓ୍ୱାର୍କ, ଟ୍ରାନ୍ସପାରେନ୍ସି ଓ ଟେକ୍ନୋଲୋଜର ବ୍ୟବହାର ଉପରେ ଦେଇଥିଲେ ଗୁରୁତ୍ୱ। ସରକାରଙ୍କ ୧୦ଟି ପ୍ରମୁଖ କାର୍ଯ୍ୟକ୍ରମକୁ ଚିହ୍ନଟ କରିଛନ୍ତି ସରକାର। ଜିଲ୍ଲାପାଳମାନଙ୍କୁ ନେଇ ୫ଟି ଗ୍ରୁପ ଗଠନ ହୋଇଛି। ବିଭିନ୍ନ ସେବା କ୍ଷେତ୍ରରେ ନୂଆ ଚିନ୍ତାଧାରା ସାଙ୍ଗକୁ ନୂଆ କାର୍ଯ୍ୟପନ୍ଥା ନେଇ କର୍ମଶାଳାରେ ରୋଡମ୍ୟାପ ପ୍ରସ୍ତୁତ ହେଉଛି।

ସେହିପରି ଲୋକଙ୍କ ମତାମତ ଗ୍ରହଣ ପାଇଁ ଏକ ୱେବ ପୋର୍ଟାଲକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଆସନ୍ତା ୩୦ ତାରିଖ ଯାଁଏ ଲୋକେ ସରକାରୀ ସେବା କ୍ଷେତ୍ରରେ ମତାମତ ଦେଇପାରିବେ। ଫୋକସ୍‌ରେ ରହିଛି ଗ୍ରାମାଞ୍ଚଳରେ ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ, ଧାନ ସଂଗ୍ରହ, କୃଷି ଯୋଜନା ଓ ଦକ୍ଷତା ବିକାଶ।

ପୂର୍ବର ଜିଲ୍ଲାପାଳ ସମ୍ମିଳନୀର ନାମ ବଦଳାଯାଇ ଚଳିତବର୍ଷ ଜିଲ୍ଲାପାଳ କର୍ମଶାଳା ରଖାଯାଇଛି।

ଆଜି ମଞ୍ଚରେ ଏକ ନୂଆ କଥା ଦେଖିବାକୁ ମିଳିଥିଲା। ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆଜି କୌଣସି ଅଫିସରଙ୍କୁ ଦେଖିବାକୁ ମିଳି ନ ଥିଲା। ପାଖରେ ବସିଥିଲେ କେବଳ ମନ୍ତ୍ରୀମାନେ। ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

Related story