ମୋଦିଙ୍କ କଥାରେ ନବୀନ ରାଜି: ଏକ ସଙ୍ଗେ ନିର୍ବାଚନକୁ କଲେ ସମର୍ଥନ
Ordigital Desk
• Published: Tuesday, 26 June 2018
• , Updated: 26 June 2018, 07:10 PM IST
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତରେ ଆସୁଛି ସାଧାରଣ ନିର୍ବାଚନ। କେବେ ହେବ କେମିତି ହେବ ତାହା ଅଜଣା। କିନ୍ତୁ ସମସ୍ତେ ନିଜକୁ ଏଥିପାଇଁ ପ୍ରସ୍ତୁତ କରୁଛନ୍ତି। ଦେଶର ଅଧିକାଂଶ ସ୍ଥାନରେ ବିଜେପି ଏହାର ବିଜୟ ବାନା ଉଡ଼େଇ ଚାଲିଛି। ତେଣୁ ଏହା ବୋଧହୁଏ ଚାହୁଁଛି ଯେ, ଏଇ ସମୟରେ ନିର୍ବାଚନ ହୋଇଗଲେ ବାଜି ମାରିନେବ। ଏପଟେ ଅଣ-ବିଜେପି ଶାସିତ କିଛି କିଛି ରାଜ୍ୟ କିନ୍ତୁ ଏଥିରେ ହୁଏତ ଏକମତ ହୋଇ ନପାରନ୍ତି। ତେବେ ସାରା ଦେଶରେ ଏକସଙ୍ଗେ ନିର୍ବାଚନ ହେଉ ବୋଲି ଓଡ଼ିଶା ଓ କେନ୍ଦ୍ର ସହମତ ହୋଇଛନ୍ତି।
ଭାରତରେ ଏକ ସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିଦିନ ତଳେ ଅପିଲ କରିଥିଲେ। ଏହା ପରେ ନିର୍ବାଚନକୁ ନେଇ ଜାତୀୟ ରାଜନୀତିରେ ଆରମ୍ଭ ହୋଇଥିଲା ଆଲୋଚନା। ପ୍ରଧାନମନ୍ତ୍ରୀଙ୍କର ଏପରି ପ୍ରସ୍ତାବକୁ କିଛି ରାଜନୈତିକ ଦଳ ସମର୍ଥନ କରିଥିବା ବେଳେ ଆଉ କିଛି ବିରୋଧ କରିଥିଲେ। କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀଙ୍କର ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ପ୍ରଥମେ ପ୍ରଥମେ ଲାଗୁଥିଲା ଏଥିରେ ବୋଧହୁଏ ବିଜେଡି ରାଜି ହୋଇନପାରେ। କିନ୍ତୁ ଉଭୟ ଏ କଥାରେ ସହମତ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି-“ଲୋକଙ୍କ ପାଇଁ କାମ କରିବାକୁ ଆମେ ନିର୍ବାଚିତ ହୋଇଛୁ। ବର୍ଷତମାମ ନିର୍ବାଚନ ହେଲେ ଲୋକଙ୍କ ପାଇଁ କାମରେ ବ୍ୟାଘାତ ଦେଉଛି। ତେଣୁ ଏକତ୍ର ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ଆମେ ସମର୍ଥନ କରୁଛୁ।”
ତେବେ ଏକସଙ୍ଗେ ନିର୍ବାଚନ କରିବାକୁ ବିଜେପିର ସ୍ୱର ସହ ବିଜେଡି ସ୍ୱର ମିଳେଇବା ପରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଓଡ଼ିଶାରେ ଶାସନ ଗାଦିରେ ବସିଥିବା ବିଜେଡି ଅନୁଭବ କଲାଣି କି, ଧୀରେ ଧୀରେ ଏହାର ସ୍ଥିତି ଖରାପ ହେବାରେ ଲାଗିଛି ବୋଲି? ନିର୍ବାଚନ ଡେରି ହେଲେ ସ୍ଥିତି ବିଗିଡ଼ି ଯାଇପାରେ କି? ଏବେ ଦେଖିବାକୁ ବାକି ରହିଲା, ନବୀନ ଓ ମୋଦି ସିନା ଏକସଙ୍ଗେ ନିର୍ବାଚନ କରିବାକୁ ରାଜି ହୋଇଗଲେ, ଅନ୍ୟ ଅଣ-ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ସହମତ ହେଉଛନ୍ତି ନା ନାହିଁ।
Related story