ଭର୍ଚୁଆଲରେ ପ୍ରଚାର କଲେ ନବୀନ: ବିଜେପୁର,ପାଟକୁରା ପରେ ପିପିଲି ବିକାଶ ଦାୟିତ୍ୱ ନେବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ହେଉଥିବାବେଳେ ବିଜେଡି ଆଜି ତା’ର ଟ୍ରମ୍ପ କାର୍ଡ ତଥା ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛି। ପିପିଲିରେ ୬ଟି ସ୍ଥାନରେ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ଭର୍ଚୁଆଲ ମୋଡ୍‌ରେ ନବୀନ ସମ୍ବୋଧନ କରିବା ସହ ପିପିଲି ବିକାଶର ଦାୟିତ୍ୱ ସେ ନେବେ ବୋଲି ନିଜର ଚିରାଚରିତ କଥା ଦୋହରାଇଛନ୍ତି। ବିଜେପୁର, ପାଟକୁରାବାସୀଙ୍କୁ ମଧ୍ୟ ସେଠାରେ ଉପନିର୍ବାଚନବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୂପ […]

CM Naveen Patnaik

Ordigital Desk
  • Published: Monday, 12 April 2021
  • , Updated: 12 April 2021, 09:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ହେଉଥିବାବେଳେ ବିଜେଡି ଆଜି ତା’ର ଟ୍ରମ୍ପ କାର୍ଡ ତଥା ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛି। ପିପିଲିରେ ୬ଟି ସ୍ଥାନରେ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ଭର୍ଚୁଆଲ ମୋଡ୍‌ରେ ନବୀନ ସମ୍ବୋଧନ କରିବା ସହ ପିପିଲି ବିକାଶର ଦାୟିତ୍ୱ ସେ ନେବେ ବୋଲି ନିଜର ଚିରାଚରିତ କଥା ଦୋହରାଇଛନ୍ତି। ବିଜେପୁର, ପାଟକୁରାବାସୀଙ୍କୁ ମଧ୍ୟ ସେଠାରେ ଉପନିର୍ବାଚନବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୂପ ପ୍ରତିଶ୍ରୁତି ଦେଇଥିଲେ।

ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଆଜି ପ୍ରଚାର ମଇଦାନକୁ ଓହ୍ଲାଇ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ,କୋଭିଡ୍ କଟକଣା ଯୋଗୁ ପିପିଲିବାସୀଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ସମ୍ଭବପର ହୋଇନି। ପିପିଲିବାସୀ ତାଙ୍କୁ ବହୁତ ଭଲ ପାଆନ୍ତି, ସେ ଜାଣନ୍ତି। ସେ ପିପିଲି ଯାଇଥିଲେ, ଲୋକମାନେ ବହୁ ସଂଖ୍ୟା ତାଙ୍କୁ ଆଶୀର୍ବାଦ କରିବାକୁ ଆସିଥାନ୍ତେ । ତେଣୁ ଲୋକମାନଙ୍କୁ ଅସୁବିଧାରେ ପକାଇବାକୁ ସେ ଚାହୁଁନାହାନ୍ତି। ସେଥିପାଇଁ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସିଛନ୍ତି ।ପିପିଲି ଡେଲାଙ୍ଗର ବିକାଶ ଆହୁରି ଆଗକୁ ଆଗେଇବ। ଏହାର ବିକାଶ ଦାୟିତ୍ୱ ସେ ନିଜେ ନେବାକୁ ମଧ୍ୟ ଘୋଷଣା କରିଛନ୍ତି। କୋଭିଡ୍ ସ୍ଥିତି ହଟିବା ପରେ ସେ ନିଶ୍ଚିତ ପିପିଲି ଯାଇ ସେଠାର ଲୋକମାନଙ୍କୁ ଭେଟିବେ ବୋଲି କହିଛନ୍ତି।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପିପିଲି-ଡେଲାଙ୍ଗ ଅଂଚଳରେ ଥିବା ବେରାବୋଇ ଆଶ୍ରମରେ ଜାତିର ପିତା ମହାତ୍ମା ଗାନ୍ଧି ୮ଦିନ ରହିଥିଲେ। ପିପିଲିର କଳା ଓ କାରିଗରୀ ବିଶ୍ୱପ୍ରସିଦ୍ଧ । ପିପିଲିର ଚାନ୍ଦୁଆକୁ ନେଇ ଗର୍ବ ଅନୁଭବ କରୁଛୁ । ଚାଷୀର କଥା ହେଉ କି ଗରିବର ବିକାଶ । ସବୁଥିରେ ଓଡ଼ିଶା ଜାତୀୟସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏବେ ମିଶନ ଶକ୍ତି ଅନ୍ତର୍ଗତ ଓଡ଼ିଶାର ମା’ମାନେ ନେତୃତ୍ୱ ନେଉଛନ୍ତି। ମହିଳା ସଶକ୍ତିକରଣ ଦିଗରେ।
ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଶଙ୍ଖ ଚିହ୍ନରେ ଓ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି। ଶ୍ରୀ ପଟ୍ଟନାୟକ ମଧ୍ୟ କୋଭିଡ୍ ସଂକ୍ରମଣ ପ୍ରତି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏବେ କୋଭିଡର ଦ୍ୱିତୀୟ ଲହରୀ ଆସିଥିବାରୁ ସମସ୍ତେ ଘରୁ ବାହାରକୁ ଯିବାବେଳେ ମାସ୍କ ପିନ୍ଧିବା ପାଇଁ  ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ପିପିଲି ନିର୍ବାଚନମଣ୍ଡଳୀର ପାଟସାହାଣୀପୁର, ଦାଣ୍ଡମୁକୁନ୍ଦପୁର, କୁମାରେଶ୍ୱର, ରେଂଚ ପଡ଼ିଆ , ବଡ଼ଆଙ୍କୁଲା, ସିଂବ୍ରହ୍ମପୁରରେ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କ ସମାବେଶକୁ ମାତ୍ର ୮ ମିନିଟ୍ ପାଇଁ ଶ୍ରୀ ପଟ୍ଟନାୟକ ସମ୍ବୋଧନ କରିଥିଲେ।

Related story