ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବାରିପଦା(ମାଣିକଲାଲ୍ ପାଣି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ରାଇରଙ୍ଗପୁର ଓ କରଞ୍ଜିଆ ଉପଖଣ୍ଡ ପାଇଁ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳନ୍ୟାସ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ୪୫ କୋଟି ଟଙ୍କାର ୨୧ଟି ପ୍ରକଳ୍ପର ଲୋକାର୍ପଣ କରିବା ସହିତ ୯୬୦. ୩୪ କୋଟି ଟଙ୍କାର ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ରାଇରଙ୍ଗପୁର ମହୁଲଡ଼ିହା ପଡ଼ିଆରେ ମିଶନ ଶକ୍ତି ମହାସମାବଶ ଆୟୋଜିତ ହୋଇଥିଲା। ଏଥିରେ ୭୪୫୩ ମହିଳା SHGକୁ […]

CMO-23

CMO-23

Jyoshna Pradhan
  • Published: Sunday, 03 February 2019
  • Updated: 03 February 2019, 02:46 PM IST

Sports

Latest News

ବାରିପଦା(ମାଣିକଲାଲ୍ ପାଣି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ରାଇରଙ୍ଗପୁର ଓ କରଞ୍ଜିଆ ଉପଖଣ୍ଡ ପାଇଁ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳନ୍ୟାସ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ୪୫ କୋଟି ଟଙ୍କାର ୨୧ଟି ପ୍ରକଳ୍ପର ଲୋକାର୍ପଣ କରିବା ସହିତ ୯୬୦. ୩୪ କୋଟି ଟଙ୍କାର ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ରାଇରଙ୍ଗପୁର ମହୁଲଡ଼ିହା ପଡ଼ିଆରେ ମିଶନ ଶକ୍ତି ମହାସମାବଶ ଆୟୋଜିତ ହୋଇଥିଲା। ଏଥିରେ ୭୪୫୩ ମହିଳା SHGକୁ ୧୫ ହଜାର ଟଙ୍କା ଲେଖାଏ ସିଡ୍ ମନି ଦିଆଯାଇଛି। ଏହା ସହିତ ୧୨ଟି ବ୍ଲକ ସ୍ତରୀୟ ମହାସଂଘକୁ ୨୫ ଲକ୍ଷ  ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆଯାଇଛି। ୭ ହଜାରରୁ ଅଧିକ ମହିଳା SHGକୁ ଡିଜିଟାଲ ସଶକ୍ତିକରଣ ପାଇଁ ୩ ହଜାର ଟଙ୍କା ଲେଖାଏ ଦିଆଯାଇଛି।

ବାରିପଦା-ବାମନଘାଟି ରାସ୍ତାର ବାଲିଯୋଡ଼ ନାଳ ଉପରେ ୨ଟି ହାଇଲେବଲ ସେତୁର ଉଦଘାଟନ କରିଛନ୍ତି ନବୀନ। ଏଥିସହିତ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ୫୦ ଶଯ୍ୟା ବିଶିଷ୍ଟ ଏବଂ ଠାକୁରମୁଣ୍ଡା ସିଏଚ୍‌ସିର ୨ଟି ଶିଶୁ ଓ ମାତୃ ଚିକି଼ତ୍ସା କେନ୍ଦ୍ରର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos