ରାଜ୍ୟସଭା ଉପନିର୍ବାଚନ: ପ୍ରତିଶ୍ରୁତି ରଖିବେନି ନବୀନ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭାରେ ଓଡ଼ିଶାର ୩ଟି ଆସନରେ ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ସମସ୍ତ ଆସନ ଶାସକ ବିଜେଡିକୁ ମିଳିବା ସ୍ପଷ୍ଟ ହୋଇଛି। ଏପରିିକି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଦେବା ସ୍ଥିତିରେ ମଧ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ନାହାନ୍ତି। ରାଜ୍ୟସଭାର ଏହି ୩ଟି ଆସନକୁ ଦଖଲ କରିବା ନିମନ୍ତେ ବିଜେଡି ସୁଦୃଢ଼ ସ୍ଥିତିରେ ଥାଇ ମଧ୍ୟ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର […]

naveen-may-be-forced-to-dishonour-his-commitment-to-send-two-senior-leaders-to-rajya-sabha

Manoranjan Sial
  • Published: Tuesday, 18 June 2019
  • Updated: 18 June 2019, 09:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭାରେ ଓଡ଼ିଶାର ୩ଟି ଆସନରେ ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ସମସ୍ତ ଆସନ ଶାସକ ବିଜେଡିକୁ ମିଳିବା ସ୍ପଷ୍ଟ ହୋଇଛି। ଏପରିିକି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଦେବା ସ୍ଥିତିରେ ମଧ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ନାହାନ୍ତି। ରାଜ୍ୟସଭାର ଏହି ୩ଟି ଆସନକୁ ଦଖଲ କରିବା ନିମନ୍ତେ ବିଜେଡି ସୁଦୃଢ଼ ସ୍ଥିତିରେ ଥାଇ ମଧ୍ୟ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିଶ୍ରୁତିକୁ ପାଳନ କରିବେ ନାହିଁ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ନିର୍ବାଚନବେଳେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବା ପାଇଁ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଥିନିମନ୍ତେ ସେମାନଙ୍କୁ ଆଉ କିଛିଦିନ ଅପେକ୍ଷା କରିବାକୁ ପଡ଼ିବାର ଆଶଙ୍କା ରହିଛି।

ବିଜେଡି ସୂତ୍ର ଅନୁସାରେ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରତାପ କେଶରୀ ଦେବଙ୍କ ଇସ୍ତଫା ଯୋଗୁ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଶ୍ରୀ ପାଟ୍ଟଶାଣୀ ଓ ଶ୍ରୀ ଚ୍ୟାଉପଟ୍ଟନାୟକଙ୍କ ନାଁକୁ ବିଚାରକୁ ନିଆଯାଉନି। ଏହି ଉଭୟ ନେତାଙ୍କୁ ୨୦୨୦ ଏପ୍ରିଲରେ ଖାଲି ହେଉଥିବା ୪ଟି ରାଜ୍ୟସଭା ଆସନରେ ପଠାଇବାକୁ ଦଳୀୟ ନେତୃତ୍ୱ ଚିନ୍ତା କରୁଛନ୍ତି । ସେହିପରି ରାଜ୍ୟସଭା ଚର୍ଚ୍ଚାରେ ଥିବା ପୂର୍ବତନ ବିଧାୟକ ଆକାଶଦାସ ନାୟକଙ୍କୁ ମଧ୍ୟ ଅନ୍ୟତ୍ର ଥଇଥାନ ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟସଭାର ୩ଟି ଆସନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଜୁନ୍ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ।

ବିଜେଡିର ୩ଜଣ ସମ୍ଭାବ୍ୟ ପ୍ରାର୍ଥୀ ଜୁନ୍ ୨୪ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। ତୃତୀୟ ମହଲା ସହ ଜଡ଼ିତ ଥିବା ଦଳର ଜଣେ ପ୍ରଭାବଶାଳୀ ନେତାଙ୍କ କହିବା ଅନୁସାରେ, ଏଥର ୨ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ରାଜ୍ୟସଭା ପଠାଯିବାକୁ ସ୍ଥିର ହୋଇଛି। ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା, ବିଜେଡି ମୁଖପାତ୍ର ଡଃ ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଦେବାଶୀଷ ସାମନ୍ତରାୟ,କଳିକେଶ ସିଂହଦେଓ, ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଓ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ନାଁ ଆଲୋଚନାରେ ସର୍ବାଗ୍ରେ ରହିଛି। ଏହି ନେତାମାନଙ୍କ ମଧ୍ୟରୁ ଅଚ୍ୟୁତ ଓ ସୌମ୍ୟଙ୍କ ସ୍ଥାନରେ ଦୁଇ ନେତାଙ୍କୁ ଓ ପ୍ରତାପଙ୍କ ସ୍ଥାନରେ ଜଣେ ମହିଳାଙ୍କୁ ରାଜ୍ୟସଭାକୁ ପଠାଯିବାକୁ ସ୍ଥିର ହୋଇଛି।

ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀ ଏବେ ଏହି ଫର୍ମୂଲାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଚାପ ପକାଉଥିବାବେଳେ ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ଏଥର ପାଳନ କରିବା ଦିଗରେ ଉକ୍ତ ଗୋଷ୍ଠୀ ବିଶେଷ ଆଗ୍ରହ ଦେଖାଉନାହିଁ। ଓଲଟା ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ନବୀନ ଦେଇଥିବା ପ୍ରତିଶ୍ରୁତି ଆସନ୍ତାବର୍ଷ ପୂରଣ କରାଯିବାକୁ ଏହି ଗୋଷ୍ଠୀ ଚାପ ସୃଷ୍ଟି କରୁଛି।

ଯଦି ଏହି ଗୋଷ୍ଠୀଙ୍କ ଚାପ ସଫଳ ହୁଏ, ତା’ହେଲେ ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ଭବତଃ ପ୍ରଥମଥର ପାଇଁ ନିଜର ପ୍ରତିଶ୍ରୁତିକୁ ପୂରଣ କରିବାରେ ବିଫଳ ହେବେ କିମ୍ବା ବିଳମ୍ବରେ ପୂରଣ କରିବେ। ନବୀନଙ୍କ ନାଁରେ ଦଳ ପରିଚାଳିତ ହେଉଥିଲେ ମଧ୍ୟ ତାଙ୍କୁ ‘ପୋଷ୍ଟରବୟ’ କରି ଏହି ପ୍ରଭାବଶାଳୀ ଗୋଷ୍ଠୀ ସମସ୍ତ ଦଳୀୟ ନିଷ୍ପତ୍ତି ନେଉଥିବା କଥା ମଧ୍ୟ ସତ ପ୍ରମାଣିତ ହେବ। ଉପରକୁ ଦଳର ସମସ୍ତ ନିଷ୍ପତ୍ତି ନବୀନ ନେଉଛନ୍ତି ବୋଲି ସନ୍ଦେଶ ଦେବାକୁ ପ୍ରୟାସ ହେଉଥିଲେ ମଧ୍ୟ ବାସ୍ତବରେ ସମ୍ପୃକ୍ତ ଗୋଷ୍ଠୀ କବଜାକୁ ଏବେ ଦଳ ଚାଲିଯାଇଛି। ରାଜ୍ୟସଭା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଚୟନରୁ ବାସ୍ତବରେ ଦଳରେ କାହାର ହାକିମାତି ଚାଲିଛି ତାହା ସ୍ପଷ୍ଟ ହୋଇଯିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story