ପୂର୍ବତନ ବିଧାୟକ ନବୀନ ନନ୍ଦ ସସ୍ପେଣ୍ଡ ହେବା ପରେ ରାଜନୈତିକ ବୟାନବାଜି ଜାରି

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିଜେଡିରୁ ନିଲମ୍ବିତ ହୋଇଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ । ନବୀନଙ୍କ ନିନ୍ଦନୀୟ ଆଚରଣ ସମ୍ପର୍କିତ ତଥ୍ୟ ଆଧାରରେ ତାଙ୍କୁ ନିଲମ୍ବନ କରଯାଇଛି ବୋଲି କୁହାଯାଉଛି।  ଫଳରେ ଏବେ ଅଡୁଆରେ ପଡିଛନ୍ତି ନବୀନ। ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ଘଟଣାରେ ଟୁଇଷ୍ଟ । କୋଲକାତା ଯାଇଥିବା ନବୀନ୍ ନିଖୋଜ ନ ଥିଲେ ବରଂ ପୋଲିସ୍ ଦ୍ୱାରା ଗିରଫ ହୋଇ ବେଲ୍‌ରେ ମୁକୁଳିଥିବା ସ୍ପଷ୍ଟ ହୋଇଛି। କୋଲକାତାର ପାର୍କ ଷ୍ଟ୍ରିଟ୍‌ର ଏକ ସ୍ପାରେ ଅନୈତିକ […]

naveem

Rakesh Mallick
  • Published: Monday, 02 July 2018
  • , Updated: 02 July 2018, 10:37 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିଜେଡିରୁ ନିଲମ୍ବିତ ହୋଇଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ । ନବୀନଙ୍କ ନିନ୍ଦନୀୟ ଆଚରଣ ସମ୍ପର୍କିତ ତଥ୍ୟ ଆଧାରରେ ତାଙ୍କୁ ନିଲମ୍ବନ କରଯାଇଛି ବୋଲି କୁହାଯାଉଛି।  ଫଳରେ ଏବେ ଅଡୁଆରେ ପଡିଛନ୍ତି ନବୀନ।

ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ଘଟଣାରେ ଟୁଇଷ୍ଟ । କୋଲକାତା ଯାଇଥିବା ନବୀନ୍ ନିଖୋଜ ନ ଥିଲେ ବରଂ ପୋଲିସ୍ ଦ୍ୱାରା ଗିରଫ ହୋଇ ବେଲ୍‌ରେ ମୁକୁଳିଥିବା ସ୍ପଷ୍ଟ ହୋଇଛି। କୋଲକାତାର ପାର୍କ ଷ୍ଟ୍ରିଟ୍‌ର ଏକ ସ୍ପାରେ ଅନୈତିକ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗରେ ବେନିୟାପୁକୁର ପୋଲିସ ଶନିବାର ଚଢାଉ କରିଥିଲା । ରେଡ୍ ସମୟରେ ସେଠାରେ ଉପସ୍ଥିତ ଥିଲେ ନବୀନ ନନ୍ଦ। ଦେହ ବ୍ୟବସାୟ ମାମଲାରେ ପୋଲିସ୍  ୯ଜଣ ଦେହଜୀବୀ, ୨ ଗ୍ରାହକ ଓ ନବୀନ ନନ୍ଦଙ୍କୁ ମିଶାଇ ମୋଟ୍ ୧୮ ଜଣଙ୍କୁ ଗରିଫ କରିଥିଲା। ପୋଲିସ ଜାରି କରିଥିବା ଗିରଫ ତାଲିକାରେ ନବୀନଙ୍କ ନାଁ ଓ ଠିକଣା ରହିଛି । କୋଲକାତାର ପତ୍ରିକା ନାମକ ଏକ ୱେବ୍ ମାଗାଜିନ୍ ଓ ଅନ୍ୟାନ୍ୟ ଖବର କାଗଜରେ ମଧ୍ୟ ଏହି ଖବର ପ୍ରକାଶିତ ହୋଇଛି । ସେପଟେ ନବୀନ ନନ୍ଦ କହିଛନ୍ତି ତାଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର। ସେ କୋଲକତାରେ ପକେଟ୍‌ମାରୁଙ୍କ ଶିକାର ହୋଇଥିଲେ । ତାକୁ ପିଛା କରିବା ବେଳେ ସେ ସ୍ପା ଭିତରକୁ ପଶିଯାଇଥିଲେ। ସେହି ସମୟରେ ସେଠାରେ ରେଡ୍ ଚାଳିଥିବାରୁ ପୋଲିସ୍ ତାଙ୍କୁ ବି ଧରି ନେଇଥିଲା।

ଏହି ଘଟଣା ପଦାକୁ ଆସିବା ପରେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି । ଅଭିଯୋଗ କରିଛି, ନବୀନଙ୍କ ନେତୃତ୍ୱରେ ଚାଲିଥିବା ବିଜେଡି ଲୋକଙ୍କ ଏହା ଚରିତ୍ର । କଂଗ୍ରେସ୍  କହିଛି ଏହା ଦୁର୍ଭାଗ୍ୟଜନକ।  ସେପଟେ ଘଟଣାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ପରେ ବିଜେଡିରୁ ନବୀନ ନନ୍ଦଙ୍କୁ ସପ୍ପେଣ୍ଡ କରାଯାଇଛି।

ଗତକାଲି ନବୀନ ନନ୍ଦଙ୍କ ସହ ପରିବାରର ଫୋନ୍‌ରେ ଯୋଗାଯୋଗ ହୋଇ ନ ପାରିବା ପରେ ସେ ନିଖୋଜ ହେବା ନେଇ ଚର୍ଚ୍ଚା ହୋଇଥିଲା । ଏହାପରେ ତାଙ୍କ ପୁଅ କୋଲକାତାର ସେକ୍ସପିଅର୍ ସାରିଣୀ ଥାନାରେ ନିଖୋଜ ମାମଲା ରୁଜ୍ଜୁ କରିଥିଲେ । ପରେ ନବୀନଙ୍କ ପତ୍ତା ମିଳିଥିଲା।

Related story