ବିଜେଡିକୁ ୨୨ ପୁରି ୨୩ ଚାଲିଲା : କାହିଁକି ନବୀନ ଦେଲେ ଏଭଳି ଇଶାରା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୁଇଦଶନ୍ଧି ଧରି କ୍ଷମତାସୀନ ବିଜେଡିକୁ ୨୨ବର୍ଷ ପୁରି ୨୩ବର୍ଷ ଚାଲିଲା। ଆଜି ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିନା ବି ଦଳ ଚାଲିପାରିବ ବୋଲି ଦଳୀୟ କର୍ମୀ ଓ ସମର୍ଥକଙ୍କ ଉଦ୍ଦେଶ୍ୟରେ ସନ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ପ୍ରତିଷ୍ଠା ଦିବସରେ ଶ୍ରୀ ପଟ୍ଟନାୟକ ପ୍ରଥମଥର ପାଇଁ ବିରୋଧୀ ଦଳ, ଗୋଷ୍ଠୀ ଅବା କେନ୍ଦ୍ର ସରକାରଙ୍କ ବିଫଳତା ଅବା ଅବହେଳା ସମ୍ପର୍କରେ ବି ପଦୁଟିଏ […]

b-90871

Tapas Behera
  • Published: Thursday, 26 December 2019
  • , Updated: 26 December 2019, 08:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୁଇଦଶନ୍ଧି ଧରି କ୍ଷମତାସୀନ ବିଜେଡିକୁ ୨୨ବର୍ଷ ପୁରି ୨୩ବର୍ଷ ଚାଲିଲା। ଆଜି ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିନା ବି ଦଳ ଚାଲିପାରିବ ବୋଲି ଦଳୀୟ କର୍ମୀ ଓ ସମର୍ଥକଙ୍କ ଉଦ୍ଦେଶ୍ୟରେ ସନ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ପ୍ରତିଷ୍ଠା ଦିବସରେ ଶ୍ରୀ ପଟ୍ଟନାୟକ ପ୍ରଥମଥର ପାଇଁ ବିରୋଧୀ ଦଳ, ଗୋଷ୍ଠୀ ଅବା କେନ୍ଦ୍ର ସରକାରଙ୍କ ବିଫଳତା ଅବା ଅବହେଳା ସମ୍ପର୍କରେ ବି ପଦୁଟିଏ ମୁହଁ ଖୋଲିନାହାନ୍ତି । ପ୍ରତିଷ୍ଠା ଦିବସରେ ନବୀନ କାହିଁକି ଏଭଳି ବାର୍ତ୍ତା ଦେଲେ ଓ ଏହାପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି।

ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ୨୩ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବାର୍ତ୍ତା ସମଗ୍ର ମାନବ ଜାତି ପାଇଁ ସବୁସମୟରେ ଆଦର୍ଶ ହୋଇରହିଛି ଓ ରହିବ ମଧ୍ୟ। ତାଙ୍କ ଆଦର୍ଶ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ଉଚିତ୍।

ଓଡ଼ିଶାର ସାଢ଼େ ୪କୋଟି ଲୋକ ହେଉଛନ୍ତି ଆମର ପରିବାର। ଭୋଟ ଜରିଆରେ ସେମାନେ ଆମକୁ ଦାୟିତ୍ୱ ଦେଇଛନ୍ତି। କ୍ଷମତା ନୁହେଁ। ପରିବାରର ସେବା ପାଇଁ ମହାନ ସୁଯୋଗ ମିଳିଛି। ଏହି ଭାବନା ନେଇ ଆମେ କାମ କରୁଛୁ । ଦାୟିତ୍ୱକୁ ନମ୍ରତା ଓ ଶୁଦ୍ଧତାର ସହ ଆମେ ପାଳନ କରିଆସୁଛୁ। ନିର୍ବାଚନ ଜିତିବା ପାଇଁ ଆମେ କାମ କରୁନୁ, ଲୋକଙ୍କ ହୃଦୟ ଜିତିବା ଲକ୍ଷ୍ୟ। ସେଥିପାଇଁ ୩୬୫ଦିନ ଆମେ କରୁଛୁ। ବିଜେଡି ହେଉଛି ଓଡ଼ିଶାର ବିକାଶର ପରିଚୟ। ଆଶା ଓ ବିଶ୍ୱାସର ପ୍ରତୀକ ହୋଇପାରିଛି।
ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ଗୋଟିଏ ରାଜନୀତିକ ଦଳ ନୁହେଁ କିମ୍ବା ଏହା କିଛି ନେତାଙ୍କ ଉପରେ ନିର୍ଭରଶୀଳ ନୁହେଁ। ଏପରିକି ଦଳ ତିଷ୍ଠିବା ଓ ଅଭିବୃଦ୍ଧି ପାଇଁ ତାଙ୍କ ଉପରେ ବି ନିର୍ଭରଶୀଳ ନୁହେଁ। ବିଜେଡି ଏବେ ଦଳ ନୁହେଁ ଲୋକଙ୍କ ଆନ୍ଦୋଳନରେ ପରିଣତ ହୋଇସାରିଛି । ସଶକ୍ତିକରଣ ପାଇଁ ଏହା ଏକ ଆନ୍ଦୋଳନ। ଲୋକଙ୍କ ବିଶ୍ୱାସ ଓ ଆସ୍ଥାକୁ ନେଇ ଚାଲିଥିବା ଆନ୍ଦୋଳନ। କେହି ତାଙ୍କ ପ୍ରତି ଆନୁଗତ୍ୟ ହୁଅନ୍ତୁ ନାହିଁ, ରାଜ୍ୟର ଭାଗ୍ୟ ପରିବର୍ତ୍ତନ ପାଇଁ ଆନୁଗତ୍ୟ ପ୍ରଦର୍ଶନ କରନ୍ତୁ। ଯାହାକି ବିଜୁବାବୁ କହିଥିଲେ।

ତେବେ ପ୍ରତିଷ୍ଠା ଦିବସରେ ନବୀନଙ୍କ ଏହି ବାର୍ତ୍ତାକୁ ନେଇ ରାଜନୀତିକ ମହଲରେ ନାନା ଚର୍ଚ୍ଚା ଜୋର ଧରିଛି। ନବୀନଙ୍କ ପରେ ବିଜେଡିର କ’ଣ ହେବ ତାକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ମଧ୍ୟରେ ଦଳର ପ୍ରତିଷ୍ଠା ଦିବସରେ ସେ ଏହା ସ୍ପଷ୍ଟ ସନ୍ଦେଶ ଦେବାକୁ ଉଦ୍ୟମ କରିଛନ୍ତି। ଇସାରା ଇସାରାରେ ଦଳର ଉତ୍ତରାଧିକାରୀ ଯେକେହି ହୋଇପାରନ୍ତି ଓ ଦଳ ଏବେ ଯେଉଁ ନେତାମାନଙ୍କ ଉପରେ ନିର୍ଭର କରୁଛି ସେମାନେ ଯେ କିଛି ନୁହଁନ୍ତି ତାହା କହିବାକୁ ବି ପଛାଇ ନାହାନ୍ତି। ବିଜେଡି ଏବେ ନିଜର ସଂଗଠନକୁ କ୍ୟାଡ଼ରଭିତ୍ତିକ କରିବା ନିମନ୍ତେ ପ୍ରୟାସ ଆରମ୍ଭ କରିଛି। ନବୀନଙ୍କ ଅନ୍ତେ ବିଜେଡିର ଭବିଷ୍ୟତ କ’ଣ ହେବ ତାହା ଉପରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପକାଇବାକୁ ଆଜିର ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀମାନଙ୍କୁ ସନ୍ଦେଶ ଦିଆଯାଇଛି।

ବିଜେଡିର ଏହି ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ସମାରୋହରେ ଦଳର ଦୁଇ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କ ସମେତ ଦଳର ବରିଷ୍ଠ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ।

Related story