ବାଲେଶ୍ୱର ସହର ପାଇଁ ୧୫୫ କୋଟିର ପ୍ୟାକେଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସହର ବିକାଶ ପାଇଁ ୧୫୫ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସହଦେବଖୁଣ୍ଟାରେ ବସଷ୍ଟାଣ୍ଡର ବିକାଶ କରାଯିବ। ଏଥିପାଇଁ ୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ତୁମୁଳିଆ ଗେଟ୍‌ ଫ୍ଲାଇଓଭରରୁ ଷ୍ଟେସନ ଛକ ଯାଏ ରାସ୍ତା ହେବ ୬ ଲେନ ବିଶିଷ୍ଟ। ୬ ଲେନ ରାସ୍ତାରେ ଆଧୁନିକ ଷ୍ଟ୍ରୀଟ ଲାଇଟ୍‌ ବ୍ୟବସ୍ଥା କରାଯିବ। ବାଲେଶ୍ୱର ମ୍ୟୁନିସପାଲିଟିର ସବୁ ରାସ୍ତାର ଉନ୍ନତୀକରଣ କରାଯିବ। ୬ ଲେନ ରାସ୍ତା, ଷ୍ଟ୍ରୀଟ […]

balasore

Manoranjan Sial
  • Published: Tuesday, 13 April 2021
  • , Updated: 13 April 2021, 05:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସହର ବିକାଶ ପାଇଁ ୧୫୫ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସହଦେବଖୁଣ୍ଟାରେ ବସଷ୍ଟାଣ୍ଡର ବିକାଶ କରାଯିବ। ଏଥିପାଇଁ ୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ତୁମୁଳିଆ ଗେଟ୍‌ ଫ୍ଲାଇଓଭରରୁ ଷ୍ଟେସନ ଛକ ଯାଏ ରାସ୍ତା ହେବ ୬ ଲେନ ବିଶିଷ୍ଟ। ୬ ଲେନ ରାସ୍ତାରେ ଆଧୁନିକ ଷ୍ଟ୍ରୀଟ ଲାଇଟ୍‌ ବ୍ୟବସ୍ଥା କରାଯିବ। ବାଲେଶ୍ୱର ମ୍ୟୁନିସପାଲିଟିର ସବୁ ରାସ୍ତାର ଉନ୍ନତୀକରଣ କରାଯିବ। ୬ ଲେନ ରାସ୍ତା, ଷ୍ଟ୍ରୀଟ ଲାଇଟ ପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା।

ଏହାଛଡ଼ା ବହୁମୁଖୀ ଇଣ୍ଡୋର ହଲ୍‌, ସୁଇମିଂ ପୁଲ୍‌ ପ୍ରତିଷୋଟା ହେବ। ଏଥିପାଇଁ ଖର୍ଚ୍ଚ ୧୪ କୋଟି ଟଙ୍କା। ବୁଢ଼ାବଳଙ୍ଗ ନଦୀବନ୍ଧର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ବ୍ୟବସ୍ଥା କରାଯିବ। ଏଥିପାଇଁ ୫୩ କୋଟି ଟଙ୍କା ଖର୍ଚ୍ଚ ହେବ। ପୌରାଞ୍ଚଳରେ ଥିବା ସମସ୍ତ ପ୍ରମୁଖ ପୋଖରୀର ବିକାଶ କରାଯିବ। ସବୁ ଡ୍ରେନ୍‌ ଓ ରାସ୍ତାର ବିକାଶ କରାଯିବ। ଖର୍ଚ୍ଚ ହେବ ୭ କୋଟି ଟଙ୍କା। କାମ ଶୀଘ୍ର ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସୂଚନାରୁ ପ୍ରକାଶ, ବାଲେଶ୍ୱର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଟାଉନ୍‌ର ବିକାଶର କଥା କହିଥିଲେ। ପ୍ରତିଶ୍ରୁତି ମୁତାବକ ଆଜି ବାଲେଶ୍ୱର ଟାଉନ୍‌ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ବାଲେଶ୍ୱରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

Related story