ଦଲାଲ୍‌ ମୁକ୍ତ ହେବ ଆର୍‌ଟିଓ ଅଫିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ RTO ଅଫିସ୍‌ ୧୫ ଦିନ ଭିତରେ ଦଲାଲମୁକ୍ତ ହେବ। ଆର୍‌ଟିଓମାନଙ୍କ ସହ ଭିଡ଼ିଓ କନ୍‌ଫରେନସିଂ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ କିପରି ସହଜରେ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ, ଗାଡ଼ି ଗୁଡିକର କାଗଜପତ୍ର କିପରି ସୁବିଧାରେ ହୋଇପାରିବ, ତା’ ଉପରେ ଗୁରୁତ୍ୱ ଦେବାକୁ ବୈଠକରେ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସେଥିପାଇଁ ଅଧିକ କାଉଣ୍ଟର ଓ ଗ୍ରାମାଞ୍ଚଳରେ କ୍ୟାମ୍ପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଗାନ୍ଧି ଜୟନ୍ତୀରୁ […]

rto

Manoranjan Sial
  • Published: Thursday, 26 September 2019
  • , Updated: 26 September 2019, 04:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ RTO ଅଫିସ୍‌ ୧୫ ଦିନ ଭିତରେ ଦଲାଲମୁକ୍ତ ହେବ। ଆର୍‌ଟିଓମାନଙ୍କ ସହ ଭିଡ଼ିଓ କନ୍‌ଫରେନସିଂ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ କିପରି ସହଜରେ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ, ଗାଡ଼ି ଗୁଡିକର କାଗଜପତ୍ର କିପରି ସୁବିଧାରେ ହୋଇପାରିବ, ତା’ ଉପରେ ଗୁରୁତ୍ୱ ଦେବାକୁ ବୈଠକରେ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସେଥିପାଇଁ ଅଧିକ କାଉଣ୍ଟର ଓ ଗ୍ରାମାଞ୍ଚଳରେ କ୍ୟାମ୍ପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଗାନ୍ଧି ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମକୁ ସମସ୍ତ ଡାକ୍ତରଖାନାରେ ଲାଗୁ କରାଯିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି, ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟ ଡାକ୍ତରମାନଙ୍କ ଆଲୋଚନା କରିଥିଲେ। ଡାକ୍ତରଖାନାର ପ୍ରକୃତ ମାଲିକ ହେଉଛନ୍ତି ଜନସାଧାରଣ ଓ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଡାକ୍ତରଙ୍କ ଦାୟିତ୍ୱ ବୋଲି କହିବା ସହ ରୋଗୀଙ୍କୁ ସମ୍ମାନର ସ୍ୱାସ୍ଥ୍ୟ ସେବା ଓ ଉତ୍ତମ ବ୍ୟବହାର ପ୍ରଦାନ ଉପରେ ଧ୍ୟାନକେନ୍ଦ୍ରିତ ପାଇଁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାର ୨୪ ଘଣ୍ଟା ନପୂରୁଣୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଦଲାଲ ମୁକ୍ତ କରାଯାଇଛି। ହସ୍ପିଟାଲ ପରିସରରେ ଚକ୍କର କାଟୁଥିବା ୪ ଜଣ ଦଲାଲଙ୍କୁ ଧରି ପୁଲିସ ଜିମା ଦିଆଯାଇଛି। ସେମାନଙ୍କ ମଧ୍ୟରେ ଜଣେ ପାଥୋଲୋଜି ଲ୍ୟାବ୍‌ ମାଲିକ ଥିବା ବେଳେ ଅନ୍ୟମାନେ ମେଡିସିନ୍‌ ରିପ୍ରେଜେଣ୍ଟିଭ୍‌ ବୋଲି ଜଣାପଡ଼ିଛି।

Related story