ଓଡ଼ିଶାକୁ ସ୍ୱତନ୍ତ୍ର ଅନୁଦାନ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କ ନିକଟରେ ନବୀନଙ୍କ ଦାବି ପରେ ଜୋର ଧରିଲା ରାଜନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)କେନ୍ଦ୍ରର ଅନୁଦାନ ହାସଲ ପାଇଁ ସରକାରଙ୍କ ନୂଆ ଥିଓରି। ପ୍ରାକୃତିକ ବିପର୍ଯ୍ୟୟକୁ ଅସ୍ତ୍ର କରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହାସଲ ପାଇଁ ଗୋଟି ଚଳାଇଛନ୍ତି ନବୀନ।  ରାଜ୍ୟକୁ ବାରମ୍ବାର ବିପର୍ଯ୍ୟୟ ଆସୁଥିବାରୁ  ସ୍ପେଶାଲ ଫୋକସ ଷ୍ଟେଟ ଭାବେ ଘୋଷଣା କରି ସ୍ୱତନ୍ତ୍ର ପାହ୍ୟାରେ ଯେମିତି ସାହାଯ୍ୟ ମିଳିବା କଥା ସେମତି ଅନୁଦାନ ଦେବାକୁ ନବୀନଙ୍କ ଦାବିକୁ ନେଇ ଜୋର ଧରିଛି ରାଜନୀତି । କଂଗ୍ରେସ କହିଛି,ନବୀନ ନିଜେ ଏନଡିଏର ମନ୍ତ୍ରୀ ଥିବା ବେଳେ ପ୍ରତିଶ୍ରୁତି ଦେଇ […]

b-98

Tapas Behera
  • Published: Wednesday, 12 June 2019
  • , Updated: 12 June 2019, 08:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)କେନ୍ଦ୍ରର ଅନୁଦାନ ହାସଲ ପାଇଁ ସରକାରଙ୍କ ନୂଆ ଥିଓରି। ପ୍ରାକୃତିକ ବିପର୍ଯ୍ୟୟକୁ ଅସ୍ତ୍ର କରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହାସଲ ପାଇଁ ଗୋଟି ଚଳାଇଛନ୍ତି ନବୀନ।  ରାଜ୍ୟକୁ ବାରମ୍ବାର ବିପର୍ଯ୍ୟୟ ଆସୁଥିବାରୁ  ସ୍ପେଶାଲ ଫୋକସ ଷ୍ଟେଟ ଭାବେ ଘୋଷଣା କରି ସ୍ୱତନ୍ତ୍ର ପାହ୍ୟାରେ ଯେମିତି ସାହାଯ୍ୟ ମିଳିବା କଥା ସେମତି ଅନୁଦାନ ଦେବାକୁ ନବୀନଙ୍କ ଦାବିକୁ ନେଇ ଜୋର ଧରିଛି ରାଜନୀତି । କଂଗ୍ରେସ କହିଛି,ନବୀନ ନିଜେ ଏନଡିଏର ମନ୍ତ୍ରୀ ଥିବା ବେଳେ ପ୍ରତିଶ୍ରୁତି ଦେଇ ତାକୁ ପୂରଣ କରିନାହାଁନ୍ତି କାହିଁକି । ବିଜେପି ସରକାରଙ୍କ ଏ ଚାଲ ପଛରେ ପଲଟିକାଲ ଷ୍ଟଣ୍ଟର ଅଭିଯୋଗ ଆଣିଛି।

ମୋଦି- ନବୀନ ନିବି଼ଡିତାର ନୂଆ ଝଲକ। ନୂଆ ସରକାର ଗଠନ ପରେ ଇଏ ହେଉଛି ଉଭୟଙ୍କ ମଧ୍ୟରେ ପ୍ରଥମ ଭେଟଘାଟ। ତେବେ ଏ ସୌହାର୍ଦ୍ୟ ପୂର୍ଣ୍ଣ ସଂପର୍କ ଭିତରେ ରହିଛି ସ୍ପେଶାଲ ଫୋକସ ଷ୍ଟେଟ ବାଜି ମାରିନେବାର ଗେମପ୍ଲାନ।  ବାରମ୍ବାର ସ୍ୱତନ୍ତ୍ର ପାହ୍ୟା ପାଇଁ ଦାବି କରି ନିରାଶ ହୋଇଛି ଓଡ଼ିଶା । ଏମିତିକି ପୂର୍ବରୁ ଦଳ ପଲ୍ଲୀରୁ ଦିଲ୍ଲୀ ଯାଏ ଏହାକୁ ନେଇ ଆନ୍ଦୋଳନ କରିଛି। ତେବେ ଓଡିଶା ସ୍ୱତନ୍ତ୍ର ପାହ୍ୟାର ମାନଦଣ୍ଡ  ପୂରଣ କରୁନଥିବାରୁ  ପ୍ରାକୃତିକ ବିପର୍ଯ୍ୟୟକୁ ମାନଦଣ୍ଡ ଭାବେ ଗ୍ରହଣ କରିବାକୁ ଅନରୋଧ କରିଛନ୍ତି ନବୀନ।  ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ ଓଡ଼ିଶାକୁ ସ୍ପେଶାଲ ଫୋକସ ଷ୍ଟେଟ ଘୋଷଣା କରି ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ  ସ୍ପେଶାଲ କାଟଗୋରୀ ଷ୍ଟେଟର ଲାଭ ଦେବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି ନବୀନ। ସେହିପରି କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର-ରାଜ୍ୟ ଅଂଶଧନକୁ ୬୦- ୪୦ ବଦଳରେ ୯୦-୧୦ ଅନୁପାତ କରିବାକୁ ବି ଦାବି ରଖିଛନ୍ତି ନବୀନ।

ଦିଲ୍ଲୀରେ ନବୀନଙ୍କ ଦାବିକୁ ନେଇ ଓଡ଼ିଶା ରାଜନୀତି ବି ଚଳଚଞ୍ଚଳ ହୋଇଛି।  କଂଗ୍ରେସ ଏହି ଦାବିକୁ ସମର୍ଥନ କରିଥିଲେ ବି ନବୀନ ନିଜେ ଏନଡିଏ ମନ୍ତ୍ରୀ ଥିବା ବେଳେ ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ନେଇ ଦେଇଥିବା ପ୍ରତିଶ୍ରୁତି କାହିଁକି ପାଳନ କଲେନି ବୋଲି ଦଳ ପ୍ରଶ୍ନ କରିଛି ବିଜେପି । ଅଭିଯୋଗ କରିଛି କେନ୍ଦ୍ର ଦେଉଥିବା ବ୍ୟାପକ ଅର୍ଥକୁ ଖର୍ଚ୍ଚ  କରି ନପାରି ନବୀନ ସ୍ୱତନ୍ତ୍ର ଫୋକସ ଷ୍ଟେଟ ନାଁରେ ନୂଆ ପଲିଟିକାଲ ଷ୍ଟଣ୍ଟ ଆରମ୍ଭ କରିଛନ୍ତି।

ଆସନ୍ତା ୧୫ ତାରିଖରେ ବସିବ ନୀତି ଆୟୋଗ ବୈଠକ ଏହି ବୈଠକରେ ବି ଓଡିଶା ପୁଣି ପ୍ରାକୃତିକ ବିର୍ଯ୍ୟୟର ଆଳ ନେଇ ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା କିମ୍ବା ଫୋକସ ଷ୍ଟେଟର ଦାବି ଉପସ୍ଥାପନ କରିପାରେ।

Related story