- Videos
- Odisha
- ମୋଦିଙ୍କ ଫଣ୍ଡାରେ ନବୀନ: ଶିଶୁ ଦିବସରେ ପିଲାଙ୍କୁ କହିବେ ମନର କଥା, ଟାର୍ଗେଟ କଲା ବିଜେପି
ମୋଦିଙ୍କ ଫଣ୍ଡାରେ ନବୀନ: ଶିଶୁ ଦିବସରେ ପିଲାଙ୍କୁ କହିବେ ମନର କଥା, ଟାର୍ଗେଟ କଲା ବିଜେପି
- Published: Tuesday, 07 November 2017
- , Updated: 07 November 2017, 10:33 PM IST
<p>ଭୁବନେଶ୍ୱର: ମୋଦିଙ୍କ ଷ୍ଟାଇଲରେ ନବୀନ। ପଂଚାୟତ ନିର୍ବାଚନ ପରେ ବଦଳିଥିବା ନବୀନ ଶିଶୁ ଦିବସରେ ଉଦ୍‌ବୋଧନ ଦେବେ। ଛାତ୍ରାଛାତ୍ରୀଙ୍କ ଆଗରେ କହିବେ ମନର କଥା। ଏଥିପାଇଁ ସ୍କୁଲଠୁ ସଚିବାଳୟ ପର୍ଯ୍ୟନ୍ତ ଚାଲିଛି ଜୋରଦାର ପ୍ରସ୍ତୁତି। ଗଣଶିକ୍ଷା ବିଭାଗ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଆକ୍ସନ୍‌ ପ୍ଲାନ୍ ପ୍ରସ୍ତୁତ କରି ବିଭାଗ ପାଖରେ ଦାଖଲ କରିବାକୁ ଚିଠି ଲେଖିଛି । ତେବେ ଏଥିରେ ଲାଗିଛି ରାଜନୀତିର ରଂଗ। ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ପ୍ରଶାସକ, ଆମ ସରକାର ଆମ ବିକାଶ ପ୍ରଭୃତି ବିଷୟରେ ସ୍କୁଲରେ ହେବାକୁ ଥିବା ବକ୍ତୃତା ପ୍ରତିଯୋଗିତାକୁ ନେଇ ଆପତ୍ତି ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେପି। ସେପଟେ ବିଜେଡି ବି ଜବାବ୍ ରଖିଛି।</p>
<p>ଚଳିତ ବର୍ଷ ରାଜ୍ୟ ସରକାର ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି ଶିଶୁ ଦିବସ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ୧୪ ନଭେମ୍ବର ଶିଶୁଦିବସ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିବେ। ଜିଲ୍ଲା, ସବ ଡିଭିଜନ୍, ବ୍ଲକ, ପଂଚାୟତ, ଗାଁରେ ଥିବା ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଭିଡିଓ କନଫରେସନ୍ସିଂ ମାଧ୍ୟମରେ ବାର୍ତ୍ତାଳାପ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଆକ୍ସନ ପ୍ଲାନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କୁହଯାଇଛି।</p>
<p>ଶିଶୁ ଦିବସ ଦିନ ଛାତ୍ରଛାତ୍ରୀଙ୍କ ପାଇଁ କିଛି ସ୍କିମ୍ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ଏବେ ସ୍କୁଲରେ ଚାଲିଛି ନିବନ୍ଧ ଓ କବିତା ଲିଖନ ପ୍ରତିଯୋଗିତା। ପ୍ରତିଯୋଗିତାରେ ଭାଗ ନେଇଛନ୍ତି ଛାତ୍ରଛାତ୍ରୀ। ତେବେ ୮ ତାରିଖ ପୂର୍ବରୁ ସବୁ ପ୍ରକାର ପ୍ରତିଯୋଗିତା ଶେଷ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲମାନଙ୍କୁ କୁହାଯାଇଛି।ପ୍ରଥମ ଥର ପାଇଁ ଶିଶୁ ଦିବସରେ ରାଜ୍ୟ ସରକାର ଏଭଳି ବ୍ୟପାକ ଆୟୋଜନ କରୁଛନ୍ତି ।</p>
<p>ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧୀକାରୀଙ୍କୁ ଲେଖାଯାଇଥିବା ଚିଠିରେ ଶିଶୁ ଦିବସରେ କ’ଣ କ’ଣ କରାଯିବ ଉଲ୍ଲେଖ ରହିଛି। ତେବେ ଶିଶୁ ଦିବସ ଅବସରରେ ସ୍କୁଲରେ ଆୟୋଜନ ହେଉଥିବା ବକ୍ତୃତା ପ୍ରତିଯୋଗିତାକୁ ନେଇ ଉଠିଛି ପ୍ରଶ୍ନ । ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ର ପାଇଁ ବକ୍ତୃତାର ବିଷୟ ବସ୍ତୁ ରହିଛି ଆମ ସରକାର ଆମ ବିକାଶ, ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ସର୍ବଶ୍ରେଷ୍ଠ ପ୍ରଶାସକ ପୁରସ୍କାର। ଅନ୍ୟପଟେ ଲଙ୍କାରେ ହରି ଶଦ୍ଦ କହି ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛି ବିଜେପି। ମୋଦିଙ୍କୁ ଅନୁକରଣ କରି ରାଜନୈତିକ ଉଦ୍ଦ୍ୟେଶ୍ୟ ରଖି ଏଭଳି କାଯର୍ୟକ୍ରମ କରାଯାଉଥିବା ଦଳ ଅଭିଯୋଗ କରିଛି। ପଂଚାୟତ ନିର୍ବାଚନ ପରେ ନବୀନ ପଟ୍ଟନାୟକଙ୍କ କାମ କରିବାର ତରିକା ବଦଳିଛି। ତେବେ ପକୃତରେ ଶିଶୁମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ନା ରାଜନୈତିକ ଫାଇଦା ନେଇ ପାଇଁ ଏହି କାଯର୍ୟକ୍ରମ ତାକୁ ନେଇ ବି ଚର୍ଚ୍ଚା ଲାଗି ରହିଛି ତେବେ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ କ’ଣ ବାର୍ତ୍ତା ଦେଉଛନ୍ତି ତାକୁ ଅପେକ୍ଷା।</p>