ମୋଦିଙ୍କ ପ୍ରୟାସକୁ ବିଜେଡିର ସମର୍ଥନ: କେତେକ ଆଇନରେ ସଂଶୋଧନ ପାଇଁ ଦେଲା ପ୍ରସ୍ତାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଂସଦ ଭବନରେ ଆଜି ଦେଶର ସମସ୍ତ ରାଜନୀତିକ ଦଳର ମୁଖ୍ୟମାନଙ୍କ ବୈଠକରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପ୍ରସଙ୍ଗକୁ ସମର୍ଥନ କରିବା ସହ ଦେଶର ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗରେ ବିଜେଡି ସର୍ବଦା ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଛି ଓ ଭବିଷ୍ୟତରେ ମଧ୍ୟ ଏହା ଜାରି ରଖିବ ବୋଲି କହିଛନ୍ତି। ଏହାସହିତ ପ୍ରାକୃତିକ ବିପର୍ଯ୍ୟୟକୁ ‘ସ୍ପେଶାଲ ଫୋକସ ଷ୍ଟେଟ’ର ମାନଦଣ୍ଡ ଭାବେ ବିବେଚନା କରାଯିବା ଓ ମହିଳାଙ୍କୁ […]

Naveen-Patnaik-supports-pm-Modis-one-nation-one-poll-idea-and-suggests-changes-in-forest-act

Manoranjan Sial
  • Published: Wednesday, 19 June 2019
  • Updated: 19 June 2019, 07:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଂସଦ ଭବନରେ ଆଜି ଦେଶର ସମସ୍ତ ରାଜନୀତିକ ଦଳର ମୁଖ୍ୟମାନଙ୍କ ବୈଠକରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପ୍ରସଙ୍ଗକୁ ସମର୍ଥନ କରିବା ସହ ଦେଶର ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗରେ ବିଜେଡି ସର୍ବଦା ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଛି ଓ ଭବିଷ୍ୟତରେ ମଧ୍ୟ ଏହା ଜାରି ରଖିବ ବୋଲି କହିଛନ୍ତି। ଏହାସହିତ ପ୍ରାକୃତିକ ବିପର୍ଯ୍ୟୟକୁ ‘ସ୍ପେଶାଲ ଫୋକସ ଷ୍ଟେଟ’ର ମାନଦଣ୍ଡ ଭାବେ ବିବେଚନା କରାଯିବା ଓ ମହିଳାଙ୍କୁ ସଂରକ୍ଷଣ ଭଳି ପ୍ରସଙ୍ଗକୁ ମଧ୍ୟ ଉଠାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆଜି ଅନୁଷ୍ଠିତ ସଂସଦ ଭବନରେ ସମସ୍ତ ରାଜନୀତିକ ଦଳର ମୁଖ୍ୟମାନଙ୍କ ବୈଠକରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବାରମ୍ବାର ନିର୍ବାଚନ ହେବା ଯୋଗୁ ବିକାଶର ଗତି ବାଧାପ୍ରାପ୍ତ ହେବାସହ ସଂଘୀୟ ବ୍ୟବସ୍ଥାର ଭାବନାକୁ ଆଘାତ ଲାଗୁଛି। ‘ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ଚିନ୍ତାଧାରାକୁ ବିଜେଡି ପୂର୍ଣ୍ଣ ସମର୍ଥନ କରୁଛି। କୌଣସି ରାଜନୀତିକ ଦଳକୁ ଏହା ସୁହାଉ କି ନ ସୁହାଉ କିନ୍ତୁ ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ସମସ୍ତ ଦଳ ସମର୍ଥନ କରିବା ଉଚିତ୍।

ସେହିପରି ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ପ୍ରସ୍ତୁତି ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଭାରତୀୟ ସମ୍ବିଧାନରେ ‘ଅହିଂସା’ ଶବ୍ଦକୁ ସାମିଲ କରିବା ପାଇଁ ସେ ପୂର୍ବରୁ ପ୍ରସ୍ତାବ ଦେଇଥିଲେ। ଏହା ସମ୍ବିଧାନରେ ସାମିଲ ହେଲେ ନା କେବଳ ଦେଶର ଭବିଷ୍ୟତ ପିଢ଼ି ବରଂ ସମଗ୍ର ବିଶ୍ୱ ଏହି ନୀତିକୁ ପସନ୍ଦ କରିବେ।ସେହିପରି କୌଣସି ଦେଶ ନିଜର ଅର୍ଦ୍ଧେକ ଜନସଂଖ୍ୟାର ସଶକ୍ତିକରଣ ବିନା ଅଗ୍ରଗତି କରିପାରିବ ନାହିଁ । ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାଙ୍କୁ ସଂରକ୍ଷଣ ଦିଆଯିବାକୁ ବିଜେଡି ପୂର୍ଣ୍ଣ ସମର୍ଥନ କରିବ।

ଶ୍ରୀ ପଟ୍ଟନାୟକ 'ଆକାଂକ୍ଷା' ଜିଲ୍ଲାଗୁଡ଼ିକର ବିକାଶ ପ୍ରସଙ୍ଗରେ କହିଥିଲେ ଯେ, କେନ୍ଦ୍ର ସରକାର ଏସବୁ ଜିଲ୍ଲାର ବୃହତ ପ୍ରସଙ୍ଗ ଯଥା- ଟେଲି ସାନ୍ଦ୍ରତା, ବ୍ୟାଙ୍କିଂ ନେଟୱାର୍କ, ରେଳ ସଂଯୋଗ ଆଦି ସମସ୍ୟାର ସମାଧାନ କରିବା ଦିଗରେ ଧ୍ୟାନକେନ୍ଦ୍ରିତ କରିବା ଉଚିତ୍। କେନ୍ଦ୍ର ସରକାର ଛୋଟ ଛୋଟ ସମସ୍ୟା ଦୂର କରିବାର ଦାୟିତ୍ୱ ରାଜ୍ୟ ଉପରେ ନ୍ୟସ୍ତ କରି ସେଥିରେ ସହଯୋଗର ହାତ ବଢ଼ାଇବା ଉଚିତ୍।

ସେହିପରି ଶ୍ରୀ ପଟ୍ଟନାୟକ ୨୦୧୩ ଜମି ଅଧିଗ୍ରହଣ ଆଇନର ପୁନଃସମୀକ୍ଷା ପାଇଁ ପ୍ରସ୍ତାବ ଦେଇଛନ୍ତି। ବିଶେଷକରି ରେଳବାଇ ଓ ସଡ଼କ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏହି ଆଇନ ପ୍ରତିବନ୍ଧକ ସାଜୁଥିବାରୁ ସେଥିରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ, ପରିବେଶ ସୁରକ୍ଷା ଓ ଆର୍ଥିକ ଅଭିବୃଦ୍ଧି ପରସ୍ପରର ପରିପୂରକ। ତେଣୁ ଜଙ୍ଗଲ ସଂରକ୍ଷଣ ଆଇନର ପୁନଃ ସମୀକ୍ଷା ହେବା ଆବଶ୍ୟକ।

ସେହିପରି ବୈଧାନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଉଦ୍ୟୋଗ ଓ ରାଜ୍ୟ ଉଦ୍ୟୋଗକୁ ସମାନ ଭାବେ ବିବେଚନା କରାଯିବା ଉଚିତ୍ ବୋଲି ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି। ଏହାସହିତ ପ୍ରାକୃତିକ ବିପର୍ଯ୍ୟୟକୁ ‘ସ୍ପେଶାଲ ଫୋକସ ଷ୍ଟେଟ’ର ମାନଦଣ୍ଡ ଭାବେ ବିବେଚନା କରିବାକୁ ମଧ୍ୟ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ବୈଠକ ଆରମ୍ଭରେ ଶ୍ରୀ ପଟ୍ଟନାୟକ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବୈଠକ ଆହ୍ୱାନ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ତେଲଗୁ ଦେଶମ ପାର୍ଟିକୁ ଛାଡ଼ି ଅନ୍ୟ ସମସ୍ତ ଦଳର ମୁଖ୍ୟମାନେ ଯୋଗ ଦେଇଥିଲେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story