ନବୀନ ପଟ୍ଟନାୟକଙ୍କୁ ଜେଲରେ ଥିବା କଏଦୀର ହତ୍ୟା ଧମକ!
Ordigital Desk
• Published: Tuesday, 04 September 2018
• , Updated: 04 September 2018, 02:05 AM IST
ଚିଠିଟି ଲେଖିଛନ୍ତି ବ୍ୟାଙ୍କ ଡକାୟତି ଓ ଅନ୍ୟ ଛୋଟ ବଡ଼ ଅପରାଧରେ ଲିପ୍ତ ଥିବା ଅଭିଯୋଗରେ ଜେଲଦଣ୍ଡ ଭୋଗୁଥିବା ଜଣେ ୪୦ ବର୍ଷୀୟ କଏଦୀ। ତା’ର ନାଁ ପୁଷ୍ପେନ୍ଦ୍ର ଚୌହାନ। ସେ କୁଆଡ଼େ ଏଭଳି ହତ୍ୟା ଧମକ ଦେଇ ୫୦ କୋଟି ଟଙ୍କା ଦାବି କରିଛି।
ଏହି ଚିଠି ଓଡିଶା ସରକାରଙ୍କ ହସ୍ତଗତ ହେବା ପରେ ଏ ସଂକ୍ରାନ୍ତରେ ଛତିଶଗଡ଼ ପୁଲିସ ମହାନିର୍ଦ୍ଦେଶକ ଏ ଏନ ଉପାଧ୍ୟାୟଙ୍କୁ ଅବଗତ କରାଯାଇଥିଲା। ସେ ଏହାର ତଦନ୍ତ ଦାୟିତ୍ଵ ବିଳାସପୁର ଏସପି ଆରିଫ ଶେଖଙ୍କୁ ଦେଇଥିଲେ।
ଆରିଫ ଘଟଣାର ଯାଞ୍ଚ କରିବାକୁ ଏଏସପି ନୀରଜ ଚନ୍ଦ୍ରାକରଙ୍କୁ କହିଥିଲେ।
(image)
ଯାଞ୍ଚରୁ ଜଣାପଡ଼ିଛି ଯେ ସମ୍ପୃକ୍ତ ଅପରାଧୀ ପୁଷ୍ପେନ୍ଦ୍ର ମାନସିକ ବିକାରଗ୍ରସ୍ତ (ସାଇକୋ) ଏବଂ ସେ ଦୀର୍ଘଦିନ ଧରି ଜେଲରେ ବନ୍ଦୀ ଥିବାରୁ ତାର ମାନସିକ ସନ୍ତୁଳନ ବିଗିଡ଼ି ଯାଇଛି। ସେ ପୂର୍ବରୁ ବହୁଥର ହାଇକୋର୍ଟ ବିଚାରପତି ଓ ବିଭିନ୍ନ ଉଚ୍ଚ ପଦ ପଦବୀରେ ଥିବା ବ୍ୟକ୍ତିଙ୍କୁ ଚିଠି ପଠାଇଥାଏ।
ପୁଷ୍ପେନ୍ଦ୍ର ନିଜ ପ୍ରତି ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଏଭଳି ଧମକପୂର୍ଣ୍ଣ ଚିଠି ଲେଖିଥିବା ସ୍ଵୀକାର କରିଛି। ତେବେ ଜେଲରେ ବନ୍ଦୀ ଥିବା ଜଣେ କଏଦୀ କିପରି ବାରମ୍ବାର ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଧମକପୁର୍ଣ୍ଣ ଚିଠି ପଠାଇବାରେ ସଫଳ ହେଉଛି ସେ ସମ୍ପର୍କରେ ଖୋଳତାଡ଼ ଚାଲିଛି।
https://youtu.be/o_Y7aq8iYwk
Related story