ବିଜେପୁର ଆସନ ଛାଡ଼ିଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଜେପୁର ବିଧାନସଭା ଆସନ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ପୁରୁଣା  ହିଞ୍ଜିଳି ଆସନକୁ ରଖି ବିଜେପୁର ଛାଡ଼ିଛନ୍ତି ନବୀନ। ବିଜେପୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫା ପତ୍ରକୁ ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି। ଏଥିସହ ଭଲପାଇବା ଏବଂ ସମର୍ଥନ ଦେଇଥିବାରୁ ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ନବୀନ। ଚଳିତ ନିର୍ବାଚନରେ ନବୀନ ଉଭୟ ହିଞ୍ଜିଳି ଓ ବିଜେପୁରରୁ ଲଢ଼ି ଜିତିଥିଲେ। ବିଜେପୁର ଆସନ ଛାଡ଼ିବା ପୂର୍ବରୁ ନବୀନ ବିଜେପୁର ପାଇଁ ଏକ ପ୍ୟାକେଜ ଘୋଷଣା କରିଥିଲେ। […]

cmo-750x430

Jyoshna Pradhan
  • Published: Sunday, 02 June 2019
  • , Updated: 02 June 2019, 07:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଜେପୁର ବିଧାନସଭା ଆସନ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ପୁରୁଣା  ହିଞ୍ଜିଳି ଆସନକୁ ରଖି ବିଜେପୁର ଛାଡ଼ିଛନ୍ତି ନବୀନ।

ବିଜେପୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫା ପତ୍ରକୁ ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି। ଏଥିସହ ଭଲପାଇବା ଏବଂ ସମର୍ଥନ ଦେଇଥିବାରୁ ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ନବୀନ। ଚଳିତ ନିର୍ବାଚନରେ ନବୀନ ଉଭୟ ହିଞ୍ଜିଳି ଓ ବିଜେପୁରରୁ ଲଢ଼ି ଜିତିଥିଲେ।

ବିଜେପୁର ଆସନ ଛାଡ଼ିବା ପୂର୍ବରୁ ନବୀନ ବିଜେପୁର ପାଇଁ ଏକ ପ୍ୟାକେଜ ଘୋଷଣା କରିଥିଲେ। ବିଜେପୁରରେ ଥିବା ୩୪ ହଜାର କଚ୍ଚାଘରକୁ ପକ୍କା ଘର କରିବାର ପ୍ରତିଶ୍ରୁତି ସହ ବରଗଡ଼ ଜିଲ୍ଲାରେ ୧୧୨୦ କୋଟିର ୨ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।

୨ବର୍ଷ ଭିତରେ ବିଜେପୁରର ପ୍ରତି ଘରକୁ ପାଇପ ଜଳ ଯୋଗାଣ ହେବ ବୋଲି ନବୀନ ଘୋଷଣା କରିଥିଲେ। ପ୍ରତି ୨ ମାସରେ ସେ ନିଜେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବେ ବୋଲି ମଧ୍ୟ ଘୋଷଣା କରିଥିଲେ। ଏସବୁ ଘୋଷଣାରୁ ନବୀନ ବିଜେପୁର ଆସନ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା।

ଗତ ନିର୍ବାଚନରେ ବିଜେଡି ୧୧୨ ଆସନରେ ବିଜୟୀ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଗୋଟିଏ ଆସନ ଛାଡ଼ିଥିବାରୁ ସଂଖ୍ୟା ଏବେ ୧୧୧କୁ ଖସିଛି।

Related story