ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି: ସୁରକ୍ଷା ପାଇଁ ସିସିଟିଭି ବଳୟରେ ପ୍ରଦର୍ଶନୀ ପଡ଼ିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆସନ୍ତାକାଲି ଶପଥ ନେବେ ନବୀନ ଓ ତାଙ୍କ ଟିମ୍ । ଆସନ୍ତା କାଲି ଦିନ ସାଢ଼େ ୧୦ଟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବା ବେଳେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏଥିସହ ଶପଥ ଗ୍ରହଣ ସ୍ଥାନ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୨୫ ଫ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଅତିଥି ମାନଙ୍କ ପ୍ରବେଶ ପାଇଁ ୫ଟି ପ୍ରବେଶ ପଥ ନିର୍ଦ୍ଧାରଣ କରାଯାଇଛି […]

bvc

Tapas Behera
  • Published: Tuesday, 28 May 2019
  • , Updated: 28 May 2019, 09:35 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆସନ୍ତାକାଲି ଶପଥ ନେବେ ନବୀନ ଓ ତାଙ୍କ ଟିମ୍ । ଆସନ୍ତା କାଲି ଦିନ ସାଢ଼େ ୧୦ଟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବା ବେଳେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏଥିସହ ଶପଥ ଗ୍ରହଣ ସ୍ଥାନ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୨୫ ଫ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଅତିଥି ମାନଙ୍କ ପ୍ରବେଶ ପାଇଁ ୫ଟି ପ୍ରବେଶ ପଥ ନିର୍ଦ୍ଧାରଣ କରାଯାଇଛି । VVIP, ନିମନ୍ତ୍ରିତ ଅତିଥତ୍ ଏବଂ MP, MLAଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶପଥ କରାଯାଇଛି ।

୭ ହଜାର ଆମନ୍ତ୍ରିତ ଅତିଥି ଆସିବାର କାର୍ଯ୍ୟକ୍ରମ ଥିବାବେଳେ ଟ୍ରାଫିକ ଓ କ୍ରାଉଡ୍ କଣ୍ଟ୍ରୋଲକୁ  ଅଧିକ ଗୁରୁତ୍ୱ ଦିଆଯାଇଛି । ତିନୋଟି ପାର୍କିଂ ପ୍ଲେସ୍ କରାଯିବା ସହ ମଧୁସୁଦନ ମାର୍ଗକୁ ୪ଘଣ୍ଟାରୁ ଧିକ ସମୟ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ ରୋକ ଲଗାଯାଇଛି । ମଞ୍ଚର ୧୦୦ ଫୁଟ ଯାଏଁ CCTV କଭରେଜ୍ ବ୍ୟବସ୍ଥା ହୋଇଛି।

ଏଥିପାଇଁ ୩୦ରୁ ଅଧିକ ସିସିଟିଭି ସହ କଣ୍ଟ୍ରୋଲ ରୁମ ଗଠନ କରାଯିବ। ଆଜି ସେଠାରେ ସୁରକ୍ଷା ସମ୍ପର୍କିତ ମକ୍‌ଡ୍ରିଲ୍‌ ରିହରସାଲ ହେବ ବୋଲି ପୁଲିସ କମିଶନର କହିଛନ୍ତି। ଶପଥ ଗ୍ରହଣ ସମାରୋହ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ସେହିପରି ଦେଶର କିଛି ଜଣାଶୁଣା ଉଦ୍ୟୋଗପତି, ସବୁ ଦଳର ନେତା ଓ ମହିଳାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ସେପଟେ ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ସସ୍‌ପେନସ୍ ଲାଗି ରହିଥିବା ବେଳେ ଆଶାୟୀଙ୍କ ହାର୍ଟବିଟ୍ ମଧ୍ୟ ବଢ଼ିବାରେ ଲାଗିଛି ।

Related story