ସଂସଦର ପ୍ରତି ଅଧିବେଶନରେ ବିଜେଡି ଉଠାଇବ ମହିଳା ସଂରକ୍ଷଣ କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମା’ ଆଗେଇଲେ ଦେଶ ଆଗେଇବ। ମା’  ବିନା ପ୍ରଗତି ରଥ ଆଗକୁ ଗଡ଼ିବା ଅସମ୍ଭବ। ନାରୀ ଶକ୍ତିର ବିକାଶରେ ଦେଶର ବିକାଶ। ନାରୀର ସଶକ୍ତିକରଣ ନ କଲେ ଦେଶର ପ୍ରଗତି ଅସମ୍ଭବ। ବିକାଶଶୀଳ ଦେଶଙ୍କ ସହ ପ୍ରତିଯୋଗିତା କରିବାକୁ ହେଲେ ଆମ ଦେଶର ନାରୀ ଶକ୍ତିକୁ ଆଗେଇବାକୁ ପଡ଼ିବ। କୁନ୍ଦୁଲି, ପିପିଏ, ଧର୍ମଶାଳା, ନୟାଗଡ଼ ଆଦି ଅଞ୍ଚଳରେ ମହିଳା ବିରୋଧୀ ଅପରାଧୀଙ୍କୁ ଦଣ୍ଡ ଦେବାରେ ବିଫଳ ହୋଇ ବଦନାମ ହେବା ପରେ ମହିଳା ସଶକ୍ତିକରଣ […]

naveen-patnaik-1

Niharika Rout
  • Published: Saturday, 26 December 2020
  • , Updated: 26 December 2020, 01:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମା’ ଆଗେଇଲେ ଦେଶ ଆଗେଇବ। ମା’  ବିନା ପ୍ରଗତି ରଥ ଆଗକୁ ଗଡ଼ିବା ଅସମ୍ଭବ। ନାରୀ ଶକ୍ତିର ବିକାଶରେ ଦେଶର ବିକାଶ। ନାରୀର ସଶକ୍ତିକରଣ ନ କଲେ ଦେଶର ପ୍ରଗତି ଅସମ୍ଭବ। ବିକାଶଶୀଳ ଦେଶଙ୍କ ସହ ପ୍ରତିଯୋଗିତା କରିବାକୁ ହେଲେ ଆମ ଦେଶର ନାରୀ ଶକ୍ତିକୁ ଆଗେଇବାକୁ ପଡ଼ିବ। କୁନ୍ଦୁଲି, ପିପିଏ, ଧର୍ମଶାଳା, ନୟାଗଡ଼ ଆଦି ଅଞ୍ଚଳରେ ମହିଳା ବିରୋଧୀ ଅପରାଧୀଙ୍କୁ ଦଣ୍ଡ ଦେବାରେ ବିଫଳ ହୋଇ ବଦନାମ ହେବା ପରେ ମହିଳା ସଶକ୍ତିକରଣ କଥା ଉଠେଇଛନ୍ତି ଦଳୀୟ ସଭାପତି ନବୀନ ପଟ୍ଟନାୟକ। ଦଳର  ୨୪ତମ ପ୍ରତିଷ୍ଠା ଦିବସରେ ମହିଳା ସଂରକ୍ଷଣ କଥା ଉଠେଇବା ସେ ଏନେଇ ସେ ଜାତୀୟ ଦଳଗୁଡ଼ିକୁ ଟାର୍ଗେଟ ମଧ୍ୟ କରିଛନ୍ତି।

ମହିଳା ସଶକ୍ତିକରଣର କଥା ଉଠାଇ ନବୀନ କହିଛନ୍ତି, ମା’ମାନେ ହେଉଛନ୍ତି ସମାଜ ରଥର ଅଖ। ସେମାନଙ୍କ ବିନା ଏହି ରଥ ଆଗକୁ ବଢିପାରିବ ନାହିଁ। ବିଜୁ ବାବୁଙ୍କ ଭାଷାରେ  ମା’ ଭଉଣୀ ଘର ଚଳାଇଲେ, ପଞ୍ଚାୟତ, ଜିଲ୍ଲା ପରିଷଦ ମଧ୍ୟ ସମ୍ଭାଳି ପାରିବେ। ୧୯୯୨ ମସିହାରେ ବିଜୁ ବାବୁ ପଞ୍ଚାୟତ ଅର୍ବାନ ବଡ଼ି ଓ ସରକାରୀ ଚାକିରିରେ ୩୩% ସଂରକ୍ଷଣ କରିଥିଲେ , ଯାହାକି ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲା। ବିଜୁ ବାବୁଙ୍କ  ଆଦର୍ଶରେ ଚାଲିଥିବା ଆମ ଦଳ ପଞ୍ଚାୟତସ୍ତରରେ ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ବିଜେଡି ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛି। ଏପରିକି ୨୦୧୯ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଦଳ ଟିକେଟ ଦେଇଛି।

ଜାତୀୟ ଦଳ ମହିଳାଙ୍କୁ ନେଇ ନିଜର ଇସ୍ତାହାରରେ ବହୁତ ବଡ ବଡ଼ କଥା କୁହନ୍ତି । କିନ୍ତୁ ନିର୍ବାଚନ ସରିବା ପରେ ସବୁ ଭୁଲି ଯାଆନ୍ତି।  ବିଜେଡି ଏକ ଆଞ୍ଚଳିକ ଦଳ ହେଲେ ମଧ୍ୟ ମହିଳାଙ୍କ ସଂରକ୍ଷଣ  ନିମନ୍ତେ ସଂସଦରେ ଦାବି ଜୋର କରିବ। ବିଧାନସଭା, ରାଜ୍ୟସଭା, ଲୋକସଭାର ପ୍ରତି ଅଧିବେଶନରେ ମହିଳାଙ୍କ ସଂରକ୍ଷଣ କଥା ଜାତୀୟ ଦଳମାନଙ୍କୁ ମନେପକାଇଦେବ। ମହିଳାଙ୍କୁ ହକ୍ ମିଳିବା ପର୍ଯ୍ୟନ୍ତ ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ଲଢାଇ ଜାରି ରଖିବ ବିଜେଡି।

ଭାରତର ସବୁ ମହିଳାଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବୁ ଓ ଗାଁ ଗାଁରେ ମହିଳାଙ୍କୁ ସଚେତନ କରାଇବୁ ବୋଲି କହିଛନ୍ତି ନବୀନ। ଏପରିକି ଏହାକୁ ଏକ ଆନ୍ଦୋଳନର ରୂପ ଦେବୁ ବୋଲି ସେ କହିଛନ୍ତି।

Related story