ନବୀନଙ୍କ ପାଇଁ କାମ ଦେଲା ‘ମହିଳା’ କାର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକଙ୍କ ବିଜେଡି ପଞ୍ଚମଥର ପାଇଁ ରାଜ୍ୟରେ କ୍ଷମତାସୀନ ହେବା ନିଶ୍ଚିତ ହୋଇଛି। ନିର୍ବାଚନୀ ଫଳାଫଳ ଏହା ସ୍ପଷ୍ଟ କରୁଛି। ସେହିପରି ଜାତୀୟସ୍ତରରେ ନରେନ୍ଦ୍ର ମୋଦି ହାୱା ସତ୍ତେ୍ୱ ଲୋକସଭାରେ ନିଜର ସ୍ଥିତି ରକ୍ଷା କରିବାକୁ ବିଜେଡି କରିଥିବା ରଣନୀତି ମଧ୍ୟ ସଫଳ ହୋଇଛି। ବିଶେଷକରି ନିର୍ବାଚନ ପୂର୍ବରୁ ବିଜେଡିର ‘ମହିଳା’ କାର୍ଡ କାମ ଦେଇଛି। ବିଜେଡି ବିଧାନସଭାରେ ୧୯ ଓ ଲୋକସଭାରେ ୭ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ଏବେ ଏହି ମହିଳାଙ୍କ ମଧ୍ୟରୁ […]

op

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 09:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକଙ୍କ ବିଜେଡି ପଞ୍ଚମଥର ପାଇଁ ରାଜ୍ୟରେ କ୍ଷମତାସୀନ ହେବା ନିଶ୍ଚିତ ହୋଇଛି। ନିର୍ବାଚନୀ ଫଳାଫଳ ଏହା ସ୍ପଷ୍ଟ କରୁଛି। ସେହିପରି ଜାତୀୟସ୍ତରରେ ନରେନ୍ଦ୍ର ମୋଦି ହାୱା ସତ୍ତେ୍ୱ ଲୋକସଭାରେ ନିଜର ସ୍ଥିତି ରକ୍ଷା କରିବାକୁ ବିଜେଡି କରିଥିବା ରଣନୀତି ମଧ୍ୟ ସଫଳ ହୋଇଛି। ବିଶେଷକରି ନିର୍ବାଚନ ପୂର୍ବରୁ ବିଜେଡିର ‘ମହିଳା’ କାର୍ଡ କାମ ଦେଇଛି। ବିଜେଡି ବିଧାନସଭାରେ ୧୯ ଓ ଲୋକସଭାରେ ୭ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ଏବେ ଏହି ମହିଳାଙ୍କ ମଧ୍ୟରୁ ଅଧିକାଂଶ ବିଜୟୀ ହେଉଥିବା ଜଣାପଡ଼ିଛି।

ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ୭୦ବର୍ଷ ବୟସ୍କା ପ୍ରମିଳା ବିଶୋୟୀଙ୍କୁ ବିଜେଡି ଯେତେବେଳେ ଆସିକା ଲୋକସଭାରୁ ସାଂସଦ ପ୍ରାର୍ଥୀ କଲା, ସେତେବେଳେ ଅନେକ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ। ଶ୍ରୀମତୀ ବିଶୋୟୀଙ୍କୁ ପ୍ରାର୍ଥୀ କରି ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଚାହୁଁଛି ବୋଲି ବିଜେଡି ବେଶ୍ ଜୋରସୋରରେ ପ୍ରଚାର କରିଥିଲା। ତା’ର ଫାଇଦା ମଧ୍ୟ ବିଜେଡିକୁ ଏବେ ମିଳିଛି। ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ଯେଉଁ ୭ଟି ଆସନରେ ବିଜେଡି ପକ୍ଷରୁ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିଲା ସେଠାରେ ଦଳକୁ ସଫଳତା ମିଳୁଥିବା ଦେଖିବାକୁ ମିଳିଛି। କେବଳ ସୁନ୍ଦରଗଡ଼ ଲୋକସଭା ଆସନରୁ ଛାଡ଼ିଦେଲେ ବାକି ଆସନଗୁଡ଼ିକରେ ଦଳର ମହିଳା ସାଂସଦ ପ୍ରାର୍ଥୀ ବିଜୟୀ ହେବାର ସମ୍ଭାବନା ରହିଛି। ପ୍ରମିଳା ବିଶୋୟୀଙ୍କ ବ୍ୟତୀତ ଜଗତସିଂହପୁର, ଯାଜପୁର, ଭଦ୍ରକ, କୋରାପୁଟ ଓ କେନ୍ଦୁଝରରେ ଦଳୀୟ ସାଂସଦ ପ୍ରାର୍ଥୀ ବିଜୟୀ ହେବା ସ୍ପଷ୍ଟ ହୋଇଛି। ଯଦିଓ ଦଳକୁ ଗତ ସାଧାରଣ ନିର୍ବାଚନ ତୁଳନାରେ ପ୍ରାୟ ୮ଟି ଆସନ ହରାଇବାର ଆଶଙ୍କା ଦେଖାଦେଇଛି।

ସେହିପରି ବିଧାନସଭା ଆସନରେ ବିଜେଡି ୧୯ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୧୬ଟି ଆସନରେ ଦଳୀୟ ପ୍ରାର୍ଥୀ ବିଜୟୀ ହେବାର ସମ୍ଭାବନା ରହିଛି। ତେଣୁ ନିର୍ବାଚନ ପୂର୍ବରୁ ମହିଳା ପାଇଁ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଆକୃଷ୍ଟ କରିବା ନିମନ୍ତେ ଯେଉଁ ରଣନୀତି ଦଳ ପ୍ରସ୍ତୁତ କରିଥିଲା ତାହା ସଫଳ ହୋଇଥିବା ନିର୍ବାଚନୀ ଫଳାଫଳରୁ ଜଣାପଡ଼ିଛି । ବିଜେଡି ମଧ୍ୟ ପୁଣିଥରେ ୧୦୦ରୁ ଅଧିକ ଆସନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି।

Related story