ନବ ନିର୍ମାଣ କୃଷକ ସଙ୍ଗଠନର ଅର୍ଥନୈତିକ ଅବରୋଧ

ଯାଜପୁର (ଗୁଲାମ ଗସ୍‌): ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଜ୍ୟବ୍ୟାପୀ ଅର୍ଥନୈତିକ ଅବରୋଧ କରାଯାଇଛି। ଏହି କ୍ରମରେ ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବାରବାଟୀଠାରେ ଶତାଧିକ ଚାଷୀ ୧୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ। ଚାଷୀମାନେ ମାନତିରା ଗାଁରୁ ଏକ ବିରାଟ୍‌ ଶୋଭାଯାତ୍ରାରେ ବାହାରି ବାରବାଟୀ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଚାଷୀମାନେ ପଣ୍ୟ ବୋଝେଇ ଗାଡ଼ିଗୁଡ଼ିକୁ ରାଜରାସ୍ତାରେ ଅଟକାଇ ଥିଲେ। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। […]

nabanirman

Manoranjan Sial
  • Published: Monday, 11 February 2019
  • , Updated: 11 February 2019, 05:36 PM IST

ଯାଜପୁର (ଗୁଲାମ ଗସ୍‌): ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଜ୍ୟବ୍ୟାପୀ ଅର୍ଥନୈତିକ ଅବରୋଧ କରାଯାଇଛି। ଏହି କ୍ରମରେ ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବାରବାଟୀଠାରେ ଶତାଧିକ ଚାଷୀ ୧୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ।

ଚାଷୀମାନେ ମାନତିରା ଗାଁରୁ ଏକ ବିରାଟ୍‌ ଶୋଭାଯାତ୍ରାରେ ବାହାରି ବାରବାଟୀ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଚାଷୀମାନେ ପଣ୍ୟ ବୋଝେଇ ଗାଡ଼ିଗୁଡ଼ିକୁ ରାଜରାସ୍ତାରେ ଅଟକାଇ ଥିଲେ। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଜିଲ୍ଲା ପ୍ରଶାସନ ୩ ପ୍ଲାଟୁନ୍‌ ଫୋର୍ସ ମୁତୟନ କରିଥିଲା। ଏଥିସହ ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ ଓ ତିନିଜଣ ଆଇଆଇସିଙ୍କ ସମେତ ବହୁ ପୁଲିସ ଅଧିକାରୀ ସ୍ଥିତି ଉପରେ ନଜର ରଖିଥିଲେ। ପରେ ପୁଲିସ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଗିରଫ କରିଥିଲା। ତା’ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

ତେବେ ସରକାର ତାଙ୍କ କଥା ନଶୁଣିବା ପର୍ଯ୍ୟନ୍ତ ଏଭଳି ଅର୍ଥନୈତିକ ଅବରୋଧ ଜାରି ରହିବ ବୋଲି ନବନିର୍ମାଣ କୃଷକ ସଙ୍ଗଠନର ରଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଚେତାବନୀ ଦେଇଛନ୍ତି।

Related story