ମର୍ଚାଣ୍ଟ ନ୍ୟାଭିର ଜଣେ କ୍ୟାପଟେନ୍‌ଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ମର୍ଚାଣ୍ଟ ନ୍ୟାଭିର କ୍ୟାପଟେନ୍‌ ଏମ୍‌.ବାଲକ୍ରିଷ୍ଣନ୍‌ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ନେଇ ଗତକାଲି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଆଜି ବାଲକ୍ରିଷ୍ଣନଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଅନ୍ୟପକ୍ଷରେ ପତ୍ନୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି କ୍ୟାପଟେନ୍‌ ଏମ୍‌.ବାଲକ୍ରିଷ୍ଣନ୍‌। ଅଭିଯୋଗରୁ ପ୍ରକାଶ, ୧୦ ବର୍ଷ ତଳେ ବାଲକ୍ରିଷ୍ଣନ୍‌ଙ୍କ ବିବାହ ହୋଇଥିଲା। ବିବାହ ପରେ ସାଙ୍ଗମାନଙ୍କୁ ମଦ ପରିବେଷଣ ପାଇଁ ବାଲକ୍ରିଷ୍ଣନ କହୁଥିଲେ। ଏଥିରେ ସେ ରାଜି ନହେବାରୁ ତାଙ୍କୁ ନିର୍ଯାତନା ଦେଉଥିଲେ। […]

nave person

Rakesh Mallick
  • Published: Saturday, 14 January 2017
  • , Updated: 14 January 2017, 07:22 PM IST

ଭୁବନେଶ୍ୱର: ମର୍ଚାଣ୍ଟ ନ୍ୟାଭିର କ୍ୟାପଟେନ୍‌ ଏମ୍‌.ବାଲକ୍ରିଷ୍ଣନ୍‌ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ନେଇ ଗତକାଲି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଆଜି ବାଲକ୍ରିଷ୍ଣନଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଅନ୍ୟପକ୍ଷରେ ପତ୍ନୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି କ୍ୟାପଟେନ୍‌ ଏମ୍‌.ବାଲକ୍ରିଷ୍ଣନ୍‌।

ଅଭିଯୋଗରୁ ପ୍ରକାଶ, ୧୦ ବର୍ଷ ତଳେ ବାଲକ୍ରିଷ୍ଣନ୍‌ଙ୍କ ବିବାହ ହୋଇଥିଲା। ବିବାହ ପରେ ସାଙ୍ଗମାନଙ୍କୁ ମଦ ପରିବେଷଣ ପାଇଁ ବାଲକ୍ରିଷ୍ଣନ କହୁଥିଲେ। ଏଥିରେ ସେ ରାଜି ନହେବାରୁ ତାଙ୍କୁ ନିର୍ଯାତନା ଦେଉଥିଲେ। ଫଳରେ ଉଭୟ ଅଲଗା ରହୁଥିଲେ। ଛାଡପତ୍ର ଚାହୁଥିଲେ ମଧ୍ୟ ବାଲକ୍ରିଷ୍ଣନ ତାହା କରାଇଦେଉ ନଥିବା ଅଭିଯୋଗ ହୋଇଛି।

୨୦୧୫ ମସିହାରୁ ସ୍ୱାମୀ ଓ ସ୍ତ୍ରୀ ଅଲଗା ରହୁଥିଲେ। ଶ୍ୱଶୁର ଘର ଲୋକେ ବୁଝାଶୁଝା କରିବାରୁ ଏକାଠି ରହୁଥିଲେ। ମାତ୍ର ଗତକାଲି ପୁଣି ଥରେ ବାଲକ୍ରିଷ୍ଣନ ନିର୍ଯାତନା ଦେବାରୁ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ।

Related story