ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ଗିରଫ ହୋଇପାରନ୍ତି ନୱାଜ୍ ଓ ମରିୟମ୍: ୧୦ ହଜାରରୁ ଅଧିକ ପୁଲିସ୍‌ ମୁତୟନ

ଇସ୍‌ଲାମାବାଦ: ଲାହୋର ବିମାନବନ୍ଦରରେ ପହଞ୍ଚିବା ପରେ ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ୍ ସରିଫ୍ ଓ ତାଙ୍କ ଝିଅ ମରିୟମ୍। ଆଉ ମାତ୍ର କିଛି ସମୟ ପରେ ସେମାନେ ଲାହୋର ଏୟାରପୋର୍ଟରେ ପହଞ୍ଚିବାର ସମ୍ଭାବନା ରହିଛି। ଏଥିପାଇଁ ପ୍ରାୟ ୧୦ ହଜାର ପୁଲିସ୍ ଅଧିକାରୀଙ୍କୁ ଲାହୋରରେ ମୁତୟନ କରାଯାଇଛି। ଦିନ ୩ଟାରୁ ରାତି ୧୨ଟା ଯାଏ ସହରରେ ମୋବାଇଲ୍ ଫୋନ୍‌ ସେବା ମଧ୍ୟ ବନ୍ଦ୍ ରଖାଯାଇଛି। ସୂଚନା ଅନୁସାରେ, ସରିଫ୍ ଓ ମରିୟମ୍‌ଙ୍କୁ ଲାହୋର ବିମାନବନ୍ଦରରୁ […]

nawaz sharif

nawaz sharif

Rakesh Mallick
  • Published: Friday, 13 July 2018
  • Updated: 13 July 2018, 10:48 PM IST

Sports

Latest News

ଇସ୍‌ଲାମାବାଦ: ଲାହୋର ବିମାନବନ୍ଦରରେ ପହଞ୍ଚିବା ପରେ ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ୍ ସରିଫ୍ ଓ ତାଙ୍କ ଝିଅ ମରିୟମ୍। ଆଉ ମାତ୍ର କିଛି ସମୟ ପରେ ସେମାନେ ଲାହୋର ଏୟାରପୋର୍ଟରେ ପହଞ୍ଚିବାର ସମ୍ଭାବନା ରହିଛି। ଏଥିପାଇଁ ପ୍ରାୟ ୧୦ ହଜାର ପୁଲିସ୍ ଅଧିକାରୀଙ୍କୁ ଲାହୋରରେ ମୁତୟନ କରାଯାଇଛି। ଦିନ ୩ଟାରୁ ରାତି ୧୨ଟା ଯାଏ ସହରରେ ମୋବାଇଲ୍ ଫୋନ୍‌ ସେବା ମଧ୍ୟ ବନ୍ଦ୍ ରଖାଯାଇଛି।

Maryam-Nawaz-Sharifସୂଚନା ଅନୁସାରେ, ସରିଫ୍ ଓ ମରିୟମ୍‌ଙ୍କୁ ଲାହୋର ବିମାନବନ୍ଦରରୁ ଗିରଫ କରାଯିବା ପରେ, ହେଲିକପ୍ଟର୍‌ରେ ଇସ୍‌ଲାମାବାଦ୍ ନିଆଯିବ।  ସେଠାରୁ ସେମାନଙ୍କୁ ଆଦିଆଲା ଜେଲ୍‌କୁ ନିଆଯିବାର ସୂଚନା ରହିଛି। ପାନାମା ପେପର୍ ଲିକ୍ ହେବା ପରେ ଇଂଲଣ୍ଡର ଏଭିନ୍‌ଫିଲ୍‌ଡ ପ୍ରପର୍ଟିରେ ନଓ୍ୱାଜ ସରିଫଙ୍କ ଏକାଧିକ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ଏହାପରେ ଦୁର୍ନୀତି ଅଭିଯୋଗରେ ନ୍ୟାସନାଲ୍ ଆକାଉଣ୍ଟବିଲିଟି ବ୍ୟୁରୋ କୋର୍ଟ ନୱାଜଙ୍କୁ ୧୦ ବର୍ଷ ଓ ମରିୟମ୍‌ଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ।

ଏହି ମାମଲାରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇ ଗତବର୍ଷ ପ୍ରଧାନମନ୍ତ୍ରୀ ପଦ ହରାଇଥିଲେ ନୱାଜ୍ ସରିଫ୍। ପାକିସ୍ତାନରେ ଆଗାମୀ କିଛିଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ନୱାଜ୍‌ଙ୍କୁ ଦଣ୍ଡାଦେଶ, ପାକିସ୍ତାନ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ସେହିଭଳି ମରିୟମ୍ ଚଳିତ ନିର୍ବାଚନରେ ପାକିସ୍ତାନ ମୁସଲିମ୍ ଲିଗ୍‌ର ପ୍ରମୁଖ ଚେହେରା ଭାବେ ବିଭିନ୍ନ ସଭାରେ ନଜର ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos