ହଳ କରୁଥିଲେ, ଗୁଳି ବାଜିଲା

ମାଲକାନଗିରି/ନୂଆପଡ଼ା (ଓଡ଼ିଶା ରିପୋର୍ଟର): ସବୁଦିନ ପରି ଆଜି ଚାଷୀମାନେ ହଲ ଲଙ୍ଗଳ ଧରି ବିଲକୁ ଯାଇଥିଲେ। ଭାବିଥିଲେ ହଳ କରି ସଞ୍ଜ ବେଳକୁ ଘରକୁ ଫେରି ଆସିବେ। ସଞ୍ଜ ପୂର୍ବରୁ ସେମାନେ ଘରୁ ଫେରିଲେ ସତ। ହେଲେ ଗୁଳିରେ ଆହତ ହୋଇ ଘରକୁ ଫେରିଲେ। ତେବେ କାହା ଗୁଳି ସେମାନଙ୍କ ଦେହରେ ବାଜିଛି ତାହା ଜଣାପଡ଼ିନି। ସେମାନଙ୍କୁ ଏବେ ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୂରା ଘଟଣାଟି ଏମିତି। ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀମାନେ ଆଡ୍ଡା […]

naxal attack in nuapada

Rakesh Mallick
  • Published: Tuesday, 22 May 2018
  • , Updated: 22 May 2018, 06:25 PM IST

ମାଲକାନଗିରି/ନୂଆପଡ଼ା (ଓଡ଼ିଶା ରିପୋର୍ଟର): ସବୁଦିନ ପରି ଆଜି ଚାଷୀମାନେ ହଲ ଲଙ୍ଗଳ ଧରି ବିଲକୁ ଯାଇଥିଲେ। ଭାବିଥିଲେ ହଳ କରି ସଞ୍ଜ ବେଳକୁ ଘରକୁ ଫେରି ଆସିବେ। ସଞ୍ଜ ପୂର୍ବରୁ ସେମାନେ ଘରୁ ଫେରିଲେ ସତ। ହେଲେ ଗୁଳିରେ ଆହତ ହୋଇ ଘରକୁ ଫେରିଲେ। ତେବେ କାହା ଗୁଳି ସେମାନଙ୍କ ଦେହରେ ବାଜିଛି ତାହା ଜଣାପଡ଼ିନି। ସେମାନଙ୍କୁ ଏବେ ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ପୂରା ଘଟଣାଟି ଏମିତି। ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀମାନେ ଆଡ୍ଡା ଜମାଇଥିବା ଏସ୍ଓଜି ଯବାନମାନେ ଜାଣିବାକୁ ପାଇ ସର୍ଚ୍ଚ ଅପରେସନ୍‌ରେ ଯାଇଥିଲେ। ଯବାନଙ୍କୁ ଦେଖି ମାଓବାଦୀମାନେ ଅନ୍ଧାଧୂନ୍‌ ଗୁଳି ଚଳାଇଥିଲେ। ଏହାର ଜବାବରେ ଯବାନମାନେ ମଧ୍ୟ ଗୁଳି ଚଳାଇ ଥିଲେ। ଏହି ସମୟରେ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ବିଲରେ ହଲ କରୁଥିବା ଚାଷୀମାନେ କିଛି ଜାଣିପାରିନଥିଲା। ପରେ ଗୁଳି ଚାଳନା ସମ୍ପର୍କରେ ଜାଣି ଲଙ୍ଗଳ ଛାଡ଼ି ଜୀବନ ବିକଳରେ ପଳାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଦୁଇ ଜଣଙ୍କ ଚାଷୀଙ୍କ ଦେହରେ ଗୁଳି ବାଜିଥିଲା। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ଯବାନଙ୍କ ଗୁଳି ବର୍ଷା ଯୋଗୁଁ ମାଓବାଦୀମାନେ ଛତ୍ର ଭଙ୍ଗ ଦେଇଥିଲେ।

ସେହିପରି ମାଲକାନଗିରେ ଯବାନଙ୍କୁ ସଫଳତା ମିଳିଛି। ଭେଜାଙ୍ଗିୱାଡ଼ା ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ ଚାଲିଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ମିଳିଛି। ସେଥିରେ ଅଛି ଗୋଟିଏ ଦେଶୀ ବନ୍ଧୁକ, କିଛି ବିସ୍ଫୋରକ, ଅନ୍ୟ ସାମଗ୍ରୀ ଜିନିଷ। ସେହି ସ୍ଥାନରେ ମାଓବାଦୀମାନେ ଥିବା ଅନୁମାନ କରାଯାଉଛି। ସେଥିପାଇଁ ଚର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି।

Related story