ଏନ୍‌କାଉଣ୍ଟରରେ କ୍ୟାଡ଼ର ନକ୍ସଲଙ୍କ ମୃତ୍ୟୁ, ସର୍ଚ୍ଚ ଅପରେସନ୍‌ ଜାରି

ମାଲକାନଗିରି(ଜିତେନ୍ଦ୍ର ବେଉରା): ସ୍ୱାଭିମାନ ଅଞ୍ଚଳରେ ଏନ୍‌କାଉଣ୍ଟରରେ ଜଣେ କ୍ୟାଡ଼ର ନକ୍ସଲଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ବିପୁଳ ପରିମାଣର ମାରଣାସ୍ତ୍ର କରିଛି ଏସ୍‌ଓଜି ଓ ଡିଭିଏଫ୍‌ ଯବାନ। ଏବେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଗୁଳି ବିନିମୟ ଚାଲିଛି। ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ନିକଟସ୍ଥ ତୋଟାଗୁଡା ଜଙ୍ଗଲରେ ନକ୍ସଲ ଶିବିର ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ଏସ୍‌ଓଜି ଓ ଡିଭିଏଫ୍‌ ଯବାନ ସର୍ଚ୍ଚ ଅପରେସନରେ ଯାଇଥିଲେ। ପୂର୍ବରୁ ତୋଟାଗୁଡ଼ା ଜଙ୍ଗଲରେ ଜଗି ରହିଥିବା ନକ୍ସଲମାନେ ହଠାତ୍‌ ଯବାନଙ୍କ ଉପରକୁ […]

naxal

Manoranjan Sial
  • Published: Thursday, 26 November 2020
  • , Updated: 26 November 2020, 03:26 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ସ୍ୱାଭିମାନ ଅଞ୍ଚଳରେ ଏନ୍‌କାଉଣ୍ଟରରେ ଜଣେ କ୍ୟାଡ଼ର ନକ୍ସଲଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ବିପୁଳ ପରିମାଣର ମାରଣାସ୍ତ୍ର କରିଛି ଏସ୍‌ଓଜି ଓ ଡିଭିଏଫ୍‌ ଯବାନ। ଏବେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଗୁଳି ବିନିମୟ ଚାଲିଛି।

ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ନିକଟସ୍ଥ ତୋଟାଗୁଡା ଜଙ୍ଗଲରେ ନକ୍ସଲ ଶିବିର ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ଏସ୍‌ଓଜି ଓ ଡିଭିଏଫ୍‌ ଯବାନ ସର୍ଚ୍ଚ ଅପରେସନରେ ଯାଇଥିଲେ। ପୂର୍ବରୁ ତୋଟାଗୁଡ଼ା ଜଙ୍ଗଲରେ ଜଗି ରହିଥିବା ନକ୍ସଲମାନେ ହଠାତ୍‌ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟଣା ଜବାବ ଦେଇଥିଲେ ଯବାନ।

୨ ଘଣ୍ଟାରୁ ଅଧିକ ସମୟ ଧରି ଉଭୟୟ ପାର୍ଶ୍ୱରୁ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ଗୁଳିରେ ନକ୍ସଲ କିଶୋରଙ୍କ ମୃତ୍ୟୁ ଘଟିଛି। ସେ ଜଣେ କ୍ୟାଡର ନକ୍ସଲ ବୋଲି ଜଣାପଡ଼ିଛି। ଏହାଛଡ଼ା ଜଙ୍ଗଲରୁ ଗୋଟିଏ ak47 ବନ୍ଧୁକ ଓ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି। ଏବେ ମଧ୍ୟ ସେହି ଜଙ୍ଗଲରେ ଗୁଳି ବିନିମୟ ଚାଲିଥିବା ଜଣାପଡ଼ିଛି।

Related story