ମାତିଲେ ମାଓବାଦୀ: ୪ ଜଣଙ୍କୁ ଉଠାଇ ନେଲେ

ଭବାନୀପାଟଣା(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତ ଲାଖପଦର ଗାଁରୁ ୪ ଜଣଙ୍କୁ ମାଓବାଦୀ ଅପହରଣ କରିନେଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଗ୍ରାମରକ୍ଷୀ ଅଛନ୍ତି। ଅନ୍ୟ ୩ ଜଣ ସାଧାରଣ ଗ୍ରାମବାସୀ। ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏସ୍‌.ସାଇନି ଏନେଇ ସୂଚନା ଦେଇଛନ୍ତି। ଅଭିଯୋଗରୁ ପ୍ରକାଶ, ଆଜି ମଧ୍ୟାହ୍ନରେ ୧୨ରୁ ୧୫ ସଶସ୍ତ୍ର ମାଓବାଦୀ ଲାଖପଦର ଗାଁରେ ପହଞ୍ଚି ଥିଲେ। ପ୍ରଥମେ ସମସ୍ତଙ୍କୁ ଜଣ ଜଣ କରି ଘରୁ ବାହାରକୁ ଡାକି ଥିଲା। ତା’ପରେ ବନ୍ଧୁକ ଦେଖାଇ […]

maoist

Rakesh Mallick
  • Published: Friday, 20 April 2018
  • , Updated: 20 April 2018, 04:16 PM IST

ଭବାନୀପାଟଣା(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତ ଲାଖପଦର ଗାଁରୁ ୪ ଜଣଙ୍କୁ ମାଓବାଦୀ ଅପହରଣ କରିନେଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଗ୍ରାମରକ୍ଷୀ ଅଛନ୍ତି। ଅନ୍ୟ ୩ ଜଣ ସାଧାରଣ ଗ୍ରାମବାସୀ। ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏସ୍‌.ସାଇନି ଏନେଇ ସୂଚନା ଦେଇଛନ୍ତି।

ଅଭିଯୋଗରୁ ପ୍ରକାଶ, ଆଜି ମଧ୍ୟାହ୍ନରେ ୧୨ରୁ ୧୫ ସଶସ୍ତ୍ର ମାଓବାଦୀ ଲାଖପଦର ଗାଁରେ ପହଞ୍ଚି ଥିଲେ। ପ୍ରଥମେ ସମସ୍ତଙ୍କୁ ଜଣ ଜଣ କରି ଘରୁ ବାହାରକୁ ଡାକି ଥିଲା। ତା’ପରେ ବନ୍ଧୁକ ଦେଖାଇ କ୍ଷେତ୍ର ହରିଜନ, ବିଶିକେସନ୍‌ ନାଏକ, ରାଜୁ ନାଏକ ଓ ବାବୁଲା ନାଏକଙ୍କୁ ଅପହରଣ କରିନେଇଥିଲେ। ଏହି ୪ ଜଣଙ୍କୁ ବର୍ତ୍ତମାନ କେଉଁଠି ରଖାଯାଇଛି, ତାହା ଜଣାପଡ଼ି ନାହିଁ। ତେବେ ଏମାନଙ୍କୁ ବାଂଶଧାରା-ଘୁମୁସର-ନାଗାବଳୀ ମାଓ ଡିଭିଜନ ଅପହରଣ କରିଥିବା ଜଣାପଡ଼ିଛି। ଅଭିଯୋଗ ହେବା ପରେ ପୋଲିସ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଏପରିକି କଳାହାଣ୍ଡି-ରାୟଗଡ଼ା ସୀମାନ୍ତ ନିୟମଗିରି ଜଙ୍ଗଲରେ କମ୍ୱିଂ ଅପରେଶନକୁ ଜୋରଦାର କରାଯାଇଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି

Related story