ପୁଲିସ୍ ଇନ୍ଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ନକ୍ସଲ
ମାଲକାନଗିରି(ଜିତେନ୍ଦ୍ର ବେଉରା): ପୁଲିସ୍ ଇନ୍ଫର୍ମର ସନ୍ଦେହରେ ମାଲକାନଗିରି ସୀମାନ୍ତ ଦାନ୍ତେଓ୍ୱାଡ଼ାରେ ନକ୍ସଲମାନେ ଜଣଙ୍କୁ ହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ହୁଙ୍ଗା କର୍ମା। ଚାରି ଦିନ ତଳେ ହୁଙ୍ଗାଙ୍କୁ ନକ୍ସଲମାନେ ଅପହରଣ କରି ନେଇଥିଲେ।ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସୂଚନା ମିଳିନଥିଲା। ଗତକାଲି ରାତିରେ ବଚେଲି ରେଳ ଷ୍ଟେସନ୍ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରେ ନକ୍ସଲମାନେ ଏକ ହାତଲେଖା ଚିଠି ଛାଡ଼ି ଯାଇଛନ୍ତି।
ମାଲକାନଗିରି(ଜିତେନ୍ଦ୍ର ବେଉରା): ପୁଲିସ୍ ଇନ୍ଫର୍ମର ସନ୍ଦେହରେ ମାଲକାନଗିରି ସୀମାନ୍ତ ଦାନ୍ତେଓ୍ୱାଡ଼ାରେ ନକ୍ସଲମାନେ ଜଣଙ୍କୁ ହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ହୁଙ୍ଗା କର୍ମା।
ଚାରି ଦିନ ତଳେ ହୁଙ୍ଗାଙ୍କୁ ନକ୍ସଲମାନେ ଅପହରଣ କରି ନେଇଥିଲେ।ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସୂଚନା ମିଳିନଥିଲା।
ଗତକାଲି ରାତିରେ ବଚେଲି ରେଳ ଷ୍ଟେସନ୍ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରେ ନକ୍ସଲମାନେ ଏକ ହାତଲେଖା ଚିଠି ଛାଡ଼ି ଯାଇଛନ୍ତି।