ନକ୍ସଲଙ୍କ ବ୍ୟାନର ଦେଖି ନେତା ଓ ଭୋଟର ଚିନ୍ତିତ

ବାଲିଗୁଡ଼ା (ଅଜିତ ନାୟକ): କନ୍ଧମାଳ ଜିଲ୍ଲାରେ ପୁଣି ଥରେ ନକ୍ସଲମାନେ ନିଜର ସ୍ଥିତି ଜାହିର କରିଛନ୍ତି। ବାଲିଗୁଡ଼ା-ଦାରିଙ୍ଗବାଡ଼ି ମଧ୍ୟ ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥର କାନ୍ଦିବାନ୍ଦା ଗାଁ ନିକଟରେ ଆଜି ନକ୍ସଲଙ୍କ ବାଘୁନା ଡିଭିଜିନାଲ୍‌ କମିଟି ପକ୍ଷରୁ ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଲଗାଯାଇଥିଲା। ଏଥିରେ ଭୋଟ୍‌ ବର୍ଜନ କରିବା ସହ ବିପ୍ଲବୀ ଗଣ କମିଟି ପ୍ରତିଷ୍ଠା କରିବାକୁ ଉଲ୍ଲେଖ କରାଯାଇଥିଲା। ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ନକ୍ସଲମାନେ ଏଥିରେ ଲେଖିଥିଲେ, ଭୋଟ୍‌ ପଥରେ ମୁକ୍ତି […]

naxal poster

Jitendra Garnayak
  • Published: Sunday, 17 March 2019
  • , Updated: 17 March 2019, 10:04 AM IST

ବାଲିଗୁଡ଼ା (ଅଜିତ ନାୟକ): କନ୍ଧମାଳ ଜିଲ୍ଲାରେ ପୁଣି ଥରେ ନକ୍ସଲମାନେ ନିଜର ସ୍ଥିତି ଜାହିର କରିଛନ୍ତି। ବାଲିଗୁଡ଼ା-ଦାରିଙ୍ଗବାଡ଼ି ମଧ୍ୟ ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥର କାନ୍ଦିବାନ୍ଦା ଗାଁ ନିକଟରେ ଆଜି ନକ୍ସଲଙ୍କ ବାଘୁନା ଡିଭିଜିନାଲ୍‌ କମିଟି ପକ୍ଷରୁ ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଲଗାଯାଇଥିଲା। ଏଥିରେ ଭୋଟ୍‌ ବର୍ଜନ କରିବା ସହ ବିପ୍ଲବୀ ଗଣ କମିଟି ପ୍ରତିଷ୍ଠା କରିବାକୁ ଉଲ୍ଲେଖ କରାଯାଇଥିଲା।

ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ନକ୍ସଲମାନେ ଏଥିରେ ଲେଖିଥିଲେ, ଭୋଟ୍‌ ପଥରେ ମୁକ୍ତି ନାହିଁ। ମୁକ୍ତି ପାଇଁ ଲଢ଼େଇ କରିବାକୁ ହେବ। ସବୁ ନେତା ଚୋର। ଯିଏ ଭୋଟ୍‌ ମାଗିବାକୁ ଆସିବ ତାକୁ ଗୋଡ଼େଇ ମାର।

ସେମାନେ ଆହୁରି ଲେଖିଥିଲେ ଯେ ଯିଏ ଭୋଟ କଥା କହୁଛି, ସିଏ ସାମ୍ରାଜ୍ୟବାଦୀଙ୍କ ଦଲାଲ।

ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ପରେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ଥର ପାଇଁ ନକ୍ସଲମାନେ ଏଭଳି ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି।

ଏହା ପୂର୍ବରୁ ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ସୁକୁଙ୍ଗିଆ ଛକ ନିକଟରେ ନକ୍ସଲମାନେ ବ୍ୟାନର ଲଗାଇଥିଲେ। ଏଥିରେ ଭୋଟ୍ ବର୍ଜନ କରିବାକୁ ସେମାନେ ଲୋକଙ୍କୁ ଆହ୍ୱାନ ଦେଇଥିଲେ।

ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ଏଭଳି ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ସ୍ଥାନୀୟ ନେତା ଏବଂ ଭୋଟରଙ୍କ ଚିନ୍ତା ବଢ଼ାଇଛି।

Related story