ମାଓବାଦୀଙ୍କ ସହିଦ୍‌ ସପ୍ତାହ ଆରମ୍ଭ, ସାମିଲ ହେବାକୁ ଆହ୍ୱାନ

ବାରଗଡ଼/ଭୁବନେଶ୍ୱର: ଆସନ୍ତାକାଲିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେଉଛି। ଏହା ପୂର୍ବରୁ ବରଗଡରେ ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ। ଜିଲ୍ଲାର ପାଇକମାଳ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ର ମାଣ୍ଡୋସିଲ ଓ ସିନ୍ଧେଇକେଲା ଅଞ୍ଚଳରେ ବ୍ୟାନର ଓ ପୋଷ୍ଟର ମାରିଛନ୍ତି। ବ୍ୟାନର ଗୁଡିକ ଓଡିଆ ଓ ହିନ୍ଦୀ ଭାଷାରେ ଲେଖାଯାଇଛି। ଏଥିରେ କମ୍ରେଡ ବିରୁ ମଜୁମଦାର ଓ କମ୍ରେଡ କହ୍ନାଇ ଚାଟାର୍ଜୀଙ୍କ ଫଟୋ ମଧ୍ୟ ବ୍ୟାନରରେ ରହିଛି। ବଲାଙ୍ଗୀର-ବରଗଡ-ମହାସମୁଦ ଜୋନ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ସଂଗଠନ ପକ୍ଷରୁ […]

naxal

Rakesh Mallick
  • Published: Thursday, 27 July 2017
  • , Updated: 27 July 2017, 04:39 PM IST

ବାରଗଡ଼/ଭୁବନେଶ୍ୱର: ଆସନ୍ତାକାଲିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେଉଛି। ଏହା ପୂର୍ବରୁ ବରଗଡରେ ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ। ଜିଲ୍ଲାର ପାଇକମାଳ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ର ମାଣ୍ଡୋସିଲ ଓ ସିନ୍ଧେଇକେଲା ଅଞ୍ଚଳରେ ବ୍ୟାନର ଓ ପୋଷ୍ଟର ମାରିଛନ୍ତି। ବ୍ୟାନର ଗୁଡିକ ଓଡିଆ ଓ ହିନ୍ଦୀ ଭାଷାରେ ଲେଖାଯାଇଛି। ଏଥିରେ କମ୍ରେଡ ବିରୁ ମଜୁମଦାର ଓ କମ୍ରେଡ କହ୍ନାଇ ଚାଟାର୍ଜୀଙ୍କ ଫଟୋ ମଧ୍ୟ ବ୍ୟାନରରେ ରହିଛି। ବଲାଙ୍ଗୀର-ବରଗଡ-ମହାସମୁଦ ଜୋନ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ସଂଗଠନ ପକ୍ଷରୁ ଏହି ପୋଷ୍ଟର ମରାଯାଇଥିବା ଜଣାପଡ଼ିଛି। ଯେଉଁଥିରେ ସହିଦ ସପ୍ତାହରେ ସାମିଲ ହେବାକୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଛି। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟରବାତା ବରଣ ଖେଳି ଯାଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାଓବାଦୀଙ୍କୁ ମୁକାବିଲା ପାଇଁ SOGକୁ ଆଲଟ୍ ରଖାଯିବା ସହ ପାଟ୍ରୋଲିଂ ଓ କମ୍ବିଂ ଜୋରଦାର କରାଯାଉଛି ବୋଲି ଡିଜିପି କେ.ଭି. ସିଂ ସୂଚନା ଦେଇଛନ୍ତି।

ମାଓ ସହିଦ ସପ୍ତାହ ପୂର୍ବରୁ ଅଡ଼ିଓ ଟେପ୍ ଜାରି କଲା ମାଓବାଦୀ ସଂଗଠନ। ଓଡ଼ିଶା-ବଲାଙ୍ଗିର-ବରଗଡ଼ ଡିଭିଜନାଲ କମିଟି ମାଓ ସହିଦ ସପ୍ତାହକୁ ଜୋରଦାର ପାଳନ କରିବା ପାଇଁ ଏହି ଟେପ୍‌ରେ ନିବେଦନ କରିଛନ୍ତି। ସଂଗଠନ ପ୍ରବକ୍ତା ବୁଦ୍ଧୁରାମ ପହରିଆ ଅପରେସନ ଗ୍ରୀନହଣ୍ଟ ବନ୍ଦ କରିବା ସହ ସରକାରଙ୍କ ଜନ ଆକ୍ରୋଶ ନୀତି ବିରୋଧରେ ଲଢ଼େଇ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି।

Related story