କ୍ୟାଡର ନକ୍ସଲଙ୍କ ଆତ୍ମସମର୍ପଣ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସମ୍ବଲପୁର-ସୁନ୍ଦରଗଡ଼-ଦେବଗଡ଼ ଡିଭିଜନର କ୍ୟାଡର ନକ୍ସଲ ପୋଗା ସୁରିନ ଓରଫ ସୁମନ ଆଜି ରାଉରକେଲା ପୁଲିସ ଏବଂ ସିଆରପିଏଫ୍‌ ୧୯ ବାଟାଲିୟନ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସୁମନଙ୍କ ଘର ଝାରଖଣ୍ଡର ଛୋଟା ନାଗରା ଥାନା ଅନ୍ତର୍ଗତ ସୋନାପି ଗାଁରେ। ସେ ୨୦୧୩ ମସିହାରେ ନକ୍ସଲ ସଙ୍ଗଠନରେ ଯୋଗ ଦେଇଥିଲେ।  ଏଥିସହ ନକ୍ସଲ ସଙ୍ଗଠନ ନେତା ମିଶିର ବେସେରା ନେତୃତ୍ୱରେ ନକ୍ସଲ କାର୍ଯ୍ୟକଳାପରେ ଲିପ୍ତ ଥିଲେ।। ତେବେ ୨୦୧୫ ମସିହାରେ ଘରୋଇ କାରଣ ଯୋଗୁ ସେ […]

rkl

rkl

Jyoshna Pradhan
  • Published: Thursday, 30 January 2020
  • Updated: 30 January 2020, 02:25 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସମ୍ବଲପୁର-ସୁନ୍ଦରଗଡ଼-ଦେବଗଡ଼ ଡିଭିଜନର କ୍ୟାଡର ନକ୍ସଲ ପୋଗା ସୁରିନ ଓରଫ ସୁମନ ଆଜି ରାଉରକେଲା ପୁଲିସ ଏବଂ ସିଆରପିଏଫ୍‌ ୧୯ ବାଟାଲିୟନ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ସୁମନଙ୍କ ଘର ଝାରଖଣ୍ଡର ଛୋଟା ନାଗରା ଥାନା ଅନ୍ତର୍ଗତ ସୋନାପି ଗାଁରେ। ସେ ୨୦୧୩ ମସିହାରେ ନକ୍ସଲ ସଙ୍ଗଠନରେ ଯୋଗ ଦେଇଥିଲେ।  ଏଥିସହ ନକ୍ସଲ ସଙ୍ଗଠନ ନେତା ମିଶିର ବେସେରା ନେତୃତ୍ୱରେ ନକ୍ସଲ କାର୍ଯ୍ୟକଳାପରେ ଲିପ୍ତ ଥିଲେ।। ତେବେ ୨୦୧୫ ମସିହାରେ ଘରୋଇ କାରଣ ଯୋଗୁ ସେ ତାଙ୍କ ଗାଁରେ ରହୁଥିଲେ ।

୨୦୧୮ ମସିହାରେ ନକ୍ସଲ ନେତା ଅନମୋଲ ନେତୃତ୍ୱରେ କାମକରି ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଏବଂ ଗୁରୁଣ୍ଡିଆ ଅଞ୍ଚଳରେ ସକ୍ରିୟ ଥିଲେ । ପରେ ୨୦୧୯ ମସିହା ଜାନୁଆରୀରେ ସୁମନ ଝାରଖଣ୍ଡରେ ଥିବା ନକ୍ସଲ ନେତା ଅନମୋଲ ଗ୍ରୁପକୁ ଫେରିଥିଲେ। ହେଲେ ନକ୍ସଲ ସଙ୍ଗଠନର କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos