ଗାଁରେ ଲାଗିଲା ନକ୍ସଲଙ୍କ ବ୍ୟାନର୍‌ ଓ ପୋଷ୍ଟର୍‌

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ପାରସାଲି ଗାଁରେ ନକ୍ସଲଙ୍କ ବ୍ୟାନର୍ ଓ ପୋଷ୍ଟର୍ ଲଗାଯାଇଛି। ଡଙ୍ଗରିଆ ବଜାର ଗୃହ ଓ ଅଙ୍ଗନୱାଡି କେନ୍ଦ୍ରରେ ଏହିସବୁ ବ୍ୟାନର୍‌ ଓ ପୋଷ୍ଟର୍‌ ଦେଖିବାକୁ ମିଳିଛି। ଏଥିରେ ସିପିଆଇ ନକ୍ସଲ ଓଡ଼ିଶା ରାଜ୍ୟ କମିଟି ବୋଲି ଉଲ୍ଲେଖ ରହିଛି। ଦେଶରେ ଶୋଷଣର ଶିକାର ହେଉଥିବା ଲୋକମାନଙ୍କ ପାଇଁ ସ୍ୱର ଉଠାଉଥିବା ବୁଦ୍ଧୀଜୀବୀ, ଆଇଜୀବୀ, ସାମ୍ବାଦିକ, ମାନବାଧିକାର କର୍ମୀ ଓ ସାମାଜିକ କର୍ମୀଙ୍କୁ ଟାର୍ଗେଟ କରିବା ଓ ଗିରଫ […]

mao

Jitendra Garnayak
  • Published: Thursday, 30 August 2018
  • , Updated: 30 August 2018, 06:46 AM IST

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ପାରସାଲି ଗାଁରେ ନକ୍ସଲଙ୍କ ବ୍ୟାନର୍ ଓ ପୋଷ୍ଟର୍ ଲଗାଯାଇଛି। ଡଙ୍ଗରିଆ ବଜାର ଗୃହ ଓ ଅଙ୍ଗନୱାଡି କେନ୍ଦ୍ରରେ ଏହିସବୁ ବ୍ୟାନର୍‌ ଓ ପୋଷ୍ଟର୍‌ ଦେଖିବାକୁ ମିଳିଛି।

ଏଥିରେ ସିପିଆଇ ନକ୍ସଲ ଓଡ଼ିଶା ରାଜ୍ୟ କମିଟି ବୋଲି ଉଲ୍ଲେଖ ରହିଛି।

ଦେଶରେ ଶୋଷଣର ଶିକାର ହେଉଥିବା ଲୋକମାନଙ୍କ ପାଇଁ ସ୍ୱର ଉଠାଉଥିବା ବୁଦ୍ଧୀଜୀବୀ, ଆଇଜୀବୀ, ସାମ୍ବାଦିକ, ମାନବାଧିକାର କର୍ମୀ ଓ ସାମାଜିକ କର୍ମୀଙ୍କୁ ଟାର୍ଗେଟ କରିବା ଓ ଗିରଫ କରିବା ବନ୍ଦ ହେଉ ବୋଲି ପୋଷ୍ଟର୍‌ରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଅଗଷ୍ଟ୨୮ରେ ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୂର୍ଷୀଖୁମା ଓ ରାଜୁଲୁଗୁଡ଼ା ଗାଁରେ ନକ୍ସଲ ପୋଷ୍ଟର୍‌ ଦେଖିବାକୁ ମିଳିଥିଲା। ବି.ଡି.ଏନ୍‌ ଡିଭିଜନାଲ କମିଟି ଓ ସିପିଆଇ ନକ୍ସଲ ନାଁରେ ଏହି ପୋଷ୍ଟର୍‌ ଲଗାଯାଇଥିଲା।

Related story