ପୋଷ୍ଟର ମାରି ନିର୍ବାଚନ ବର୍ଜନ କରିବାକୁ କହିଲେ ନକ୍ସଲ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା କାଲିମେଳା ବସ୍‌ଷ୍ଟାଣ୍ଡ ସହ ବିଭିନ୍ନ ସ୍ଥାନରେ ଆଜି ନକ୍ସଲ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା।  ନକ୍ସଲଙ୍କ କାଲିମେଳା ଆଞ୍ଚଳିକ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିଲା। ଲୋକସଭା ଓ ବିଧାନସଭା ନିର୍ବାଚନକୁ ବର୍ଜନ କରିବା ପାଇଁ ପୋଷ୍ଟରରେ ଲେଖା ଯାଇଥିଲା। ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାସନକୁ ଧ୍ୱଂସ କରାଯାଉ ବୋଲି ପୋଷ୍ଟରେ ଉଲ୍ଲେଖ କରାଯାଇଥିଲା। ନିର୍ବାଚନ ଆଉ କିଛି ଦିନ ବାକି ଥିବା ବେଳେ ନକ୍ସଲମାନେ ପୋଷ୍ଟର […]

poster

Jitendra Garnayak
  • Published: Friday, 22 March 2019
  • , Updated: 22 March 2019, 02:36 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା କାଲିମେଳା ବସ୍‌ଷ୍ଟାଣ୍ଡ ସହ ବିଭିନ୍ନ ସ୍ଥାନରେ ଆଜି ନକ୍ସଲ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା।  ନକ୍ସଲଙ୍କ କାଲିମେଳା ଆଞ୍ଚଳିକ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିଲା।

ଲୋକସଭା ଓ ବିଧାନସଭା ନିର୍ବାଚନକୁ ବର୍ଜନ କରିବା ପାଇଁ ପୋଷ୍ଟରରେ ଲେଖା ଯାଇଥିଲା। ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାସନକୁ ଧ୍ୱଂସ କରାଯାଉ ବୋଲି ପୋଷ୍ଟରେ ଉଲ୍ଲେଖ କରାଯାଇଥିଲା।

ନିର୍ବାଚନ ଆଉ କିଛି ଦିନ ବାକି ଥିବା ବେଳେ ନକ୍ସଲମାନେ ପୋଷ୍ଟର ମାଧ୍ୟମରେ ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି।

Related story