ନିଜ ନେତାଙ୍କୁ ମାରିଦେଲେ ନକ୍ସଲ

ମାଲକାନଗିରି(ଜିତେନ୍ଦ୍ର ବେଉରା): ନିଜ ଦଳର ଆଗ ଧାଡ଼ିର ନେତାଙ୍କୁ ହତ୍ୟା କଲେ ନକ୍ସଲ। ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ । କିଛିଦିନ ଧରି ନକ୍ସଲମାନେ ବିଜାପୁରର ଗାଙ୍ଗୁଲୁର ଜଙ୍ଗଲରେ ନିରୀହ ଆଦିବାସି ଏବଂ ପୁଲିସ୍‌କୁ ଟାର୍ଗେଟ କରି ଆସୁଥିଲେ । କିନ୍ତୁ ଏବେ ନିଜ ସଙ୍ଗଠନର ଆଗ ଧାଡ଼ିର ନେତାଙ୍କୁ ହତ୍ୟା କରିଛନ୍ତି । ମୃତକ ହେଲା ଗଙ୍ଗଲୁର ଏରିଆ କମିଟି DVC ଇନଚାର୍ଜ ବିଜ୍ଜା ମୋଡିୟମ । […]

naxal-1

Niharika Rout
  • Published: Saturday, 03 October 2020
  • , Updated: 03 October 2020, 09:12 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ନିଜ ଦଳର ଆଗ ଧାଡ଼ିର ନେତାଙ୍କୁ ହତ୍ୟା କଲେ ନକ୍ସଲ। ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ।

କିଛିଦିନ ଧରି ନକ୍ସଲମାନେ ବିଜାପୁରର ଗାଙ୍ଗୁଲୁର ଜଙ୍ଗଲରେ ନିରୀହ ଆଦିବାସି ଏବଂ ପୁଲିସ୍‌କୁ ଟାର୍ଗେଟ କରି ଆସୁଥିଲେ । କିନ୍ତୁ ଏବେ ନିଜ ସଙ୍ଗଠନର ଆଗ ଧାଡ଼ିର ନେତାଙ୍କୁ ହତ୍ୟା କରିଛନ୍ତି । ମୃତକ ହେଲା ଗଙ୍ଗଲୁର ଏରିଆ କମିଟି DVC ଇନଚାର୍ଜ ବିଜ୍ଜା ମୋଡିୟମ ।

ମୋଡିୟମଙ୍କ ନାଁରେ ୮ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲେ ଛତିଶଗଡ଼ ସରକାର । ପୁଲିସ୍‌ ଇନଫର୍ମର ସନ୍ଦେହ କରି ମାଓବାଦୀ ତାଙ୍କୁ ହତ୍ୟା କରିଥିବା ଆଶଙ୍କା କରାଯାଉଛି । ଗତକାଲି ମୋଡିୟମଙ୍କ ମୃତଦେହକୁ ଇତାବର ଗାଁରେ ଶବ  ସତ୍କାର କରାଯାଇଥିବା ସୂଚନା ଦେଇଛନ୍ତି ବସ୍ତର IG ସୁନ୍ଦର ରାଜ P।

Related story