ନୟାଗଡ଼: ସଁପଡ଼ାରେ ଟାଟା ଏସି ଓ ଅଟୋ ମଧ୍ୟରେ ଧକ୍କା, ୪ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ସଁପଡ଼ା ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ବୁଧବାର  ଏକ ଟାଟା ଏସି ଓ ଅଟୋ ରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ବାଳିକା ଅଛନ୍ତି। ମୃତ ୪ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା। ମୃତକମାନେ […]

nayagadaaccident

Rakesh Mallick
  • Published: Wednesday, 26 August 2015
  • , Updated: 26 August 2015, 01:56 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ସଁପଡ଼ା ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ବୁଧବାର  ଏକ ଟାଟା ଏସି ଓ ଅଟୋ ରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ବାଳିକା ଅଛନ୍ତି। ମୃତ ୪ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ଆଡ଼ିପଡ଼ାର ଦୁତିକା ମୁଦୁଲି, କମା ମୁଦୁଲି ଓ ଲଳିତା ମୁଦୁଲି ଏବଂ ଖାଲମଡ଼ାର କବି ପ୍ରଧାନ। ଦୁତିକା, କମା ଓ ଲିତା ଗୋଟିଏ ପରିବାରର ହୋଇଥିବା ବେଳେ କବି ହେଉଛନ୍ତି ଅଟୋ ଡ୍ରାଇଭର।

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଉତ୍ତ୍ୟକ୍ତ ଲୋକେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

Related story