ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ବାହାରିଥିବା ବେଳେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ ଓ ଝାରସୁଗୁଡ଼ା ଜିଲ୍ଲାରେ ସର୍ବନିମ୍ନ ରହିଛି ପାସ୍ ହାର। ସେହିପରି ଚଳିତ ବର୍ଷ ଭଲ ପ୍ରଦର୍ଶନ କରିବାରେ ପୁଅ ଆଗରେ ରହିଛନ୍ତି।
ପାସ୍ ହାର ନୟାଗଡ଼ ଜିଲ୍ଲା ସର୍ବାଧିକ ୮୬.୫୧% ରହିଛି । ଝାରସୁଗୁଡ଼ା ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ୪୦.୭୧% ରହିଛି । ୨୦ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଶତପ୍ରତିଶତ ପିଲା ପାସ୍ କରିଛନ୍ତି। ୧୫ଟି ସ୍କୁଲରେ ଜଣେ ହେଲେ କେହି ପିଲା ପାସ୍ କରିନାହାନ୍ତି। ଶୂନ ରେଜଲ୍ଟ କରିଥିବା ସ୍କୁଲକୁ ବିଭାଗ ଅନୁଧ୍ୟାନ କରିବ । ଏଥିସହ ସଂପୃକ୍ତ ସ୍କୁଲର ଅଧ୍ୟକ୍ଷମାନଙ୍କୁ କାରଣ ଦର୍ଶାଅ ନୋଟିସ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।
ଅପରପକ୍ଷେ ଏଥର ପରୀକ୍ଷାରେ ଚଳିତ ବର୍ଷ ମୋଟ ୯୭, ୩୭୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ମୋଟ ୬୮, ୩୭୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପାସ୍ କରିଥିବା ଛାତ୍ରଙ୍କ ସଂଖ୍ୟା- ୩୮, ୩୦୧ (୩୯%) ଥିବା ବେଳେ ପାସ୍ କରିଥିବା ଛାତ୍ରୀଙ୍କ ସଂଖ୍ୟା- ୩୦, ୦୭୩ (୩୧%)।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।
Politics
କାଉଣ୍ଟର କଲା ବିଜେପି; ନବ ଦାସଙ୍କ ହତ୍ୟା ବେଳେ କାହିଁକି ଚୁପ୍ ଥିଲେ ଦୀପାଳି-ଆକାଶ?
ଦୀପାଳି କହିଛନ୍ତି, ଅନାସ୍ଥା ଯେତେବେଳେ ଆସିଲା ସେତେବେଳ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲା। ଆମେ ହାଇକୋର୍ଟରୁ ନିର୍ଦ୍ଦେଶ ଆଣିଲୁ। ଅନାସ୍ଥା ପାଇଁ ତାରିଖ ଦିଆଗଲା ୧୦ ଜାନୁଆରୀ।
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।