ନୟାଗଡ: ନୟାଗଡ଼ ଟାଉନ ଥାନା ଆଇଆଇସି ଜଣେ ଠେଲାଗାଡିକୁ ଧକ୍କା ମାରିବା ସହ ଦୋକାନୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ନୟାଗଡ଼ ଏସଡ଼ିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଆଇଆଇସିଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡ଼ିପିଓ କହିଛନ୍ତି।
ଗତକାଲି ସନ୍ଧ୍ୟାରେ ମୁଖ୍ୟ ଛକରେ ପାଟ୍ରୋଲିଂ ସମୟରେ ଟାଉନ ଥାନା ଆଇଆଇସି ପ୍ରଦୀପ ଦାସ ଏକ ଠେଲାଗାଡ଼ିକୁ ଧକ୍କା ମାରିଥିଲେ । ଫଳରେ ଠେଲାଗାଡ଼ିରେ ଥିବା ମୁଢି ମସଲା ତଳେ ପଡ଼ିଯାଇଥିଲା । ପରେ ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।