ବନ୍ଧୁକ ଦେଖାଇ ନେଇଗଲେ ସୁନା

ନୟାଗଡ଼(ଓଡ଼ିଶା ରିପୋର୍ଟର): ଅନୁଗୋଳ ପରେ ନୟାଗଡ଼ ଜିଲ୍ଲା ରଣପୁର ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍‌ ହୋଇଛି। ୫ ଦୁର୍ବୃତ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୨୦୦ ଗ୍ରାମ ସୁନା ଲୁଟି ନେଇଯାଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ବ୍ୟାଙ୍କ ଖୋଲିବା ପରେ ପ୍ରବଳ ଭିଡ଼ ହୋଇଥିଲା। ଗ୍ରାହକମାନେ କାଉଣ୍ଟରରେ ଧାଡ଼ି କରି ଟଙ୍କା ଜମା କରୁଥିଲେ। ଏହି ସମୟରେ ୫ ଦୁର୍ବୃତ୍ତ ବନ୍ଧୁକ […]

gold

Rakesh Mallick
  • Published: Friday, 06 April 2018
  • , Updated: 06 April 2018, 03:40 PM IST

ନୟାଗଡ଼(ଓଡ଼ିଶା ରିପୋର୍ଟର): ଅନୁଗୋଳ ପରେ ନୟାଗଡ଼ ଜିଲ୍ଲା ରଣପୁର ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍‌ ହୋଇଛି। ୫ ଦୁର୍ବୃତ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୨୦୦ ଗ୍ରାମ ସୁନା ଲୁଟି ନେଇଯାଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ବ୍ୟାଙ୍କ ଖୋଲିବା ପରେ ପ୍ରବଳ ଭିଡ଼ ହୋଇଥିଲା। ଗ୍ରାହକମାନେ କାଉଣ୍ଟରରେ ଧାଡ଼ି କରି ଟଙ୍କା ଜମା କରୁଥିଲେ। ଏହି ସମୟରେ ୫ ଦୁର୍ବୃତ୍ତ ବନ୍ଧୁକ ଧରି ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ। କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲକର ଭାଙ୍ଗି ୨୦୦ ଗ୍ରାମ ସୁନା ଓ କିଛି ଟଙ୍କା ଲୁଟି ନେଇଯାଇଥିଲେ। ମାତ୍ର କେତେ ଟଙ୍କା ଲୁଟ୍‌ ହୋଇଛି ତାହା ଜଣାପଡ଼ିନାହିଁ। ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ତଲାସି ଅଭାଯାନ ଆରମ୍ଭ କରିଛି।

ସେହିପରି ଆଜି ସକାଳ ପ୍ରାୟ ୧୦ଟା ୩୦ ସମୟରେ ୬ ଜଣ ଲୁଟେରା ଅନୁଗୋଳ ସହରରେ ଥିବା ଆନ୍ଧ୍ର ବ୍ୟାଙ୍କରେ ପଶି କର୍ମଚାରୀ ଓ ଉପସ୍ଥିତ ଗ୍ରାହକଙ୍କୁ ମାଉଜର ଦେଖାଇ ଭୟଭୀତ କରିଥିଲେ। ପରେ ସେମାନଙ୍କୁ ଗୋଟିଏ ରୁମ୍ ବନ୍ଦ କରି ଦେଇଥିଲେ ଓ ସେମାନଙ୍କ ପାଖରୁ ମୋବାଇଲ ଫୋନ୍ ନେଇ ଯାଇଥିଲେ। ଏହାପରେ ଲୁଟେରାମାନେ ଲକର ଭାଙ୍ଗି ୨୦ ଲକ୍ଷରୁ ଅଧିକ ଟଙ୍କା ଓ ଗହଣା ଲୁଟି ନେଇଥିଲେ।

Related story