ନୟାଗଡ ହାତୀ ମୃତ୍ୟୁ ଘଟଣା: ଦଶପଲ୍ଲା ରେଞ୍ଜ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି

ନୟାଗଡ: ନୟାଗଡ ଜିଲ୍ଲା ଚଢେୟାପଲ୍ଲୀ ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ଦଶପଲ୍ଲା ବନାଞ୍ଚଳ ରେଞ୍ଜ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି। ଏ ସମ୍ପର୍କିତ ଡ୍ରାଫ୍ଟ ଚାର୍ଜ ନୟାଗଡ଼ ଡିଏଫଓ ଓ ପିସିସିଏଫଙ୍କ ନିକଟକୁ ପଠାଯାଇଛି। ତଥ୍ୟ ଲୁଚାଇବା ଓ କର୍ତ୍ତବ୍ୟରେ ଅବହେଳା କରିବା ଅଭିଯୋଗରେ ରେଞ୍ଜ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ କରାଯାଇଥିବା କହିଛନ୍ତି ନୟାଗଡ ଡିଏଫଓ ଲକ୍ଷ୍ମୀକାନ୍ତ ବେହେରା। ହାତୀ ମୃତ୍ୟୁ ଘଟଣାରେ ପୂର୍ବରୁ ଦୁଇ ଜଣ ଫରେଷ୍ଟର ଓ […]

Biman

Rakesh Mallick
  • Published: Monday, 03 August 2015
  • , Updated: 03 August 2015, 12:42 PM IST

ନୟାଗଡ: ନୟାଗଡ ଜିଲ୍ଲା ଚଢେୟାପଲ୍ଲୀ ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ଦଶପଲ୍ଲା ବନାଞ୍ଚଳ ରେଞ୍ଜ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି। ଏ ସମ୍ପର୍କିତ ଡ୍ରାଫ୍ଟ ଚାର୍ଜ ନୟାଗଡ଼ ଡିଏଫଓ ଓ ପିସିସିଏଫଙ୍କ ନିକଟକୁ ପଠାଯାଇଛି। ତଥ୍ୟ ଲୁଚାଇବା ଓ କର୍ତ୍ତବ୍ୟରେ ଅବହେଳା କରିବା ଅଭିଯୋଗରେ ରେଞ୍ଜ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ କରାଯାଇଥିବା କହିଛନ୍ତି ନୟାଗଡ ଡିଏଫଓ ଲକ୍ଷ୍ମୀକାନ୍ତ ବେହେରା।

ହାତୀ ମୃତ୍ୟୁ ଘଟଣାରେ ପୂର୍ବରୁ ଦୁଇ ଜଣ ଫରେଷ୍ଟର ଓ ତିନି ଜଣ ଫରେଷ୍ଟ ଗାର୍ଡଙ୍କୁ ନିଳମ୍ୱିତ କରାଯାଇ ସାରିଛି। ବନ ବିଭାଗ ପକ୍ଷରୁ ପ୍ରଥମେ ଏହି ହାତୀ ମୃତ୍ୟୁ ଘଟଣାକୁ ଅସ୍ୱିକାର କରାଯାଇଥିଲା । ତେବେ ବନ ବିଭାଗ କର୍ମଚାରୀମାନେ ହାତୀ ମୃତ୍ୟୁ ସ୍ଥଳକୁ ଯାଇଥିଲେ ମଧ୍ୟ ଏହାକୁ ଅସ୍ୱିକାର କରିଥିଲେ । ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳକୁ ଯାଇଥିବାର ଏକ ଭିଡିଓ ଫୁଟେଜ ଜଣେ ଆଇନଜୀବୀ ପ୍ରସ୍ତୁତ କରିଥିଲେ । ଏହି ଭିଡିଓ ଫୁଟେଜକୁ ଅଧାର କରି କାର୍ଯ୍ୟନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି।

Related story